ଅମିତ୍ ଶାହଙ୍କ ପାଇଁ ମନ୍ଦିରରେ ଦୀପଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆରୋଗ୍ୟ କାମନା କରି ଭୁବନେଶ୍ୱର ବିଜେପି ପକ୍ଷରୁ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳର ନେତାମାନେ କୋଭିଡ-୧୯ରେ ଆକ୍ରାନ୍ତ ଅମିତ୍ ଶାହଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ପାଖରେ ଦୀପଦାନ କରିଥିଲେ। ଗତକାଲି ଅମିତ୍ ଶାହ ନିଜେ ଟୁଇଟର ମାଧ୍ୟମରେ ସେ କୋଭିଡ୍‌-୧୯ରେ […]

amt

amt

Manoranjan Sial
  • Published: Monday, 03 August 2020
  • Updated: 03 August 2020, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆରୋଗ୍ୟ କାମନା କରି ଭୁବନେଶ୍ୱର ବିଜେପି ପକ୍ଷରୁ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳର ନେତାମାନେ କୋଭିଡ-୧୯ରେ ଆକ୍ରାନ୍ତ ଅମିତ୍ ଶାହଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ପାଖରେ ଦୀପଦାନ କରିଥିଲେ। ଗତକାଲି ଅମିତ୍ ଶାହ ନିଜେ ଟୁଇଟର ମାଧ୍ୟମରେ ସେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେବାପରେ ଦେଶବ୍ୟାପୀ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି।

ଏହି ଦୀପଦାନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଂଯୋଜକ ସୁରେନ୍ଦ୍ର ପ୍ରଧାନ, ଶିବ ବେହେରା ଓ ସୁଭାସିନୀ ପୃଷ୍ଟିଙ୍କ ସମେତ ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos