ନବୀନ ସରକାର ଏସସି-ଏସଟି ବିରୋଧୀ, ୨୦୧୪ରୁ ଗଠନ ହୋଇନି ଆଦିବାସୀ ଉପଦେଷ୍ଟା ପରିଷଦ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ। ଆଦିବାସୀଙ୍କ ନ୍ୟାଯ୍ୟ ହକ୍ ଦେବା ପାଇଁ କାର୍ଯ୍ୟ କରୁଥିବା ସାମ୍ବିଧାନିକ ସଂସ୍ଥାକୁ ନବୀନ ସରକାର ପଙ୍ଗୁ କରି ରଖିଛନ୍ତି। ୨୦୧୪ ମସିହାରୁ ଆଦିବାସୀ ଉପଦେଷ୍ଟା ପରିଷଦ, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନନ୍ସ ମନିଟିରିଂ କମିଟି ଗଠନ ହୋଇନି। ଏହା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ […]

satya-nayak

satya-nayak

Ordigital Desk
  • Published: Monday, 20 September 2021
  • Updated: 21 September 2021, 02:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ। ଆଦିବାସୀଙ୍କ ନ୍ୟାଯ୍ୟ ହକ୍ ଦେବା ପାଇଁ କାର୍ଯ୍ୟ କରୁଥିବା ସାମ୍ବିଧାନିକ ସଂସ୍ଥାକୁ ନବୀନ ସରକାର ପଙ୍ଗୁ କରି ରଖିଛନ୍ତି। ୨୦୧୪ ମସିହାରୁ ଆଦିବାସୀ ଉପଦେଷ୍ଟା ପରିଷଦ, ଉପଦେଷ୍ଟା ବୋର୍ଡ ଏବଂ ଭିଜିଲାନନ୍ସ ମନିଟିରିଂ କମିଟି ଗଠନ ହୋଇନି। ଏହା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଓଡ଼ିଶା ଜନସଂଖ୍ୟାର ୪୦ ଭାଗ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଲୋକ। ସମ୍ବିିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ôଥକ ଓ ଶିକ୍ଷାଗତ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ନର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୧୪୭ରୁ ୫୭ ଜଣ ବିଧାୟକ ଏବଂ ୨୧ରୁ ୮ ଜଣ ସାଂସଦ ଏହି ବର୍ଗରୁ ନିର୍ବାଚିତ ହୋଇଛନ୍ତି । ଏହି ବର୍ଗର ୪୦ ଭାଗ ଲୋକଙ୍କର ସାମଗ୍ରିକ ବିକାଶ ପାଇଁ ଗଦା ଗଦା ଯୋଜନା ହେଉଛି, କିନ୍ତୁ ଏମାନଙ୍କର ବିକାଶ ହୋଇପାରୁ ନାହିଁ । ଯୋଜନାର ଅର୍ଥ ବାଟମାରଣା ହେଉଛି । ଏହି ବର୍ଗର ଲୋକଙ୍କ ପାଇଁ ସରକାରୀ ଯୋଜନା ଓ ଆଇନ ଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସମୀକ୍ଷା କରି ପ୍ରତିକାରାତ୍ମକ ପଦକ୍ଷେପ ପାଇଁ ରହିଥିବା ଆଦିବାସୀ ଉପଦେଷ୍ଟା ପରିଷଦ, ଅନୁସୂଚିତ ଜାତି କଲ୍ୟାଣ ବୋର୍ଡ ଓ ଭିଜିଲାନ୍ସ ମନିଟରିଂ କମିଟିଗୁଡ଼ିକୁ ଏ ସରକାର ଦୀର୍ଘ ବର୍ଷ ହେବ ଗଠନ କରୁନାହାଁନ୍ତି ।

ରାଜ୍ୟରେ ସାମ୍ବିଧାନିକ ନିର୍ଦ୍ଦେଶକୁ ବେଖାତିର କରି ଚାଲିଥିବା ନବୀନ ସରକାର ସଂବିଧାନର ୫ମ ସିଡ୍ୟୁଲ ଅନୁଯାୟୀ ଧାରା ୨୪୪ (୧) ରେ ନିର୍ଦ୍ଦେଶ ସତ୍ୱେ ଆଦିବାସୀ ଉପଦେଷ୍ଟା ପରିଷଦ (ପ୍ରତିବର୍ଷ ଗଠନ ହେବା କଥା), ଉପଦେଷ୍ଟା ବୋର୍ଡ ରୁଲ ୧୯୫୭ (୪) ମୁତାବକ- ଅନୁସୂଚିତ ଜାତି ଉପଦେଷ୍ଟା ବୋର୍ଡ (ଗତ ୨୦୧୪ ରୁ ଗଠନ ହୋଇନି), ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିରାକରଣ ନିୟମ ୧୯୯୫ (୧୬) ଅନୁଯାୟୀ ଉଚ୍ଚସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟିର ବୈଠକ ୨୦୧୪ ମସିହାରୁ ହୋଇନାହିଁ ।

ସେହିପରି ଜଙ୍ଗଲ ଅଧିକାର ଆଇନ କମିଟି ଏବଂ ଟ୍ରାଇବାଲ ସବ ପ୍ଲାନ ଓ ଅନୁସୂଚିତ ଜାତି କମ୍ପୋନେଟ ପ୍ଲାନର ମନିଟରିଂ କମିଟି ଗୁଡ଼ିକ ମଧ୍ୟ ଓଡ଼ିଶା ସରକାରରେ କାର୍ଯ୍ୟ କରୁନାହିଁ । ନିଜେ ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇ ସମ୍ବିଧାନର ଧାରା ୧୬୪ (କ) ର ଉଲ୍ଲଂଘନ କରିଛନ୍ତି । ସେହିପରି ବିଧାନସଭା ଓ ଲୋକସଭାରେ ଏହି ବର୍ଗ ନିମିତ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଆସନ ସଂରକ୍ଷଣ ପାଇଁ ସମ୍ବିଧାନ ଧାରା ୩୩୪ର ସଂଶୋଧନ ବିଲ ଗତ ୨୦୨୦ ମସିହାରେ ସଂସଦରେ ପାସ ହେଲାପରେ ଓଡ଼ିଶା ବିଧାନ ସଭାରେ ଏହାକୁ ଅନୁମୋଦିତ (ରେଟିଫାଏ) କରାଗଲା ନାହିଁ । ରାଜ୍ୟ ସରକାର ଏବଂ ରାଜ୍ୟ ବିଧାନସଭା ଏହି ସମ୍ବିିଧାନ ସଂଶୋଧନବେଳେ ସେମାନଙ୍କ ଦାୟିତ୍ୱ ଭୁଲିଯାଇଛନ୍ତି । ଫଳରେ ରାଜ୍ୟରେ ୫୭ ସଂରକ୍ଷିତ ବିଧାୟକ ଥାଇ ମଧ୍ୟ ସରକାରୀ ଦଳର ଅପାରଗତା ଓ ଅଜ୍ଞତା ପାଇଁ ଓଡ଼ିଶା ବିଧାନସଭାରେ ଏହା ପାରିତ ହୋଇପାରିନାହିଁ ।

ଦେଶର ପ୍ରାୟ ୧୫ ଗୋଟି ଅନୁସୂଚିତ ଜାତି ଓ ଜନଜାତି ବହୁଳ ରାଜ୍ୟରେ କେନ୍ଦ୍ରୀୟ ଢ଼ାଂଚାରେ ରାଜ୍ୟସ୍ତରୀୟ ଆୟୋଗ ଗଠନ ହୋଇଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଜନ ସାଧାରଣଙ୍କ ଦାବିକୁ ନବୀନ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଓଡ଼ିଶାରେ ଗତ ୨୦ ବର୍ଷର ନବୀନ ଶାସନ କାଳ ମଧ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କ ଉପରେ ୧୦ ପ୍ରତିଶତରୁ ଅଧିକ ଅତ୍ୟାଚାର ମାମଲା ସଂଗଠିତ ହୋଇଛି । ଅତ୍ୟାଚାରିତ ମହିଳା, ଶିଶୁ ଓ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ବିଜେଡି ସରକାର ଆଦୌ ସମ୍ବେଦନ ନୁହଁନ୍ତି ।

ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ଶ୍ରମିକ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲା ବେଳେ ଗତ କରୋନା ମହାମାରୀ ସମୟରେ ସେମାନଙ୍କ ସାମାଜିକ ଓ ଆର୍ଥିକ ସମସ୍ୟା ପ୍ରତି ସରକାର ନିଦାବ୍ରହ୍ମ ସାଜିଲେ । ଏଣୁ ଏ ସରକାର ଅନୁସୂଚିତ ଜାତି ଓ ଜନାଜାତି ବିକାଶର ବିରୋଧି ବୋଲି ପ୍ରମାଣିତ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ହଳଧର ସେଠୀ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story