କ୍ଷମତା ନିଶା ବିଜେଡିକୁ ହିଂସାମୁହାଁ କରିଛି: ବିଜେପି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କ୍ଷମତାକୁ ଜାବୁଡ଼ି ଧରିବାର ନିଶା ଶାସକ ବିଜେଡକୁି ହିଂସାମୁହାଁ କରିଛି। ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରତି ବିଜେଡି ସରକାରଙ୍କ କୋହଳ ମନୋଭାବ ପ୍ରଦର୍ଶନ କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପଂଚାୟତ ନିର୍ବାଚନବେଳେ ହିଂସାତ୍ମକ ଆଚରଣ କରିଥିବା ବିଜେଡି ଏବେ ପୈାର ନିର୍ବାଚନ ସମୟରେ ପୁଣିଥରେ ସମାନ ଢଙ୍ଗରେ ହିଂସା କରାଉଛି। ଭୁବନେଶ୍ୱର ଏବଂ ବାଣପୁରରେ ଶାସକ ବିଜେଡିର ହିଂସା ଏହାର ପ୍ରମାଣ ବୋଲି ବିଜେପି କହିଛି। ଏହାସହିତ ବିଧାୟକ […]

samir-mohanty

Ordigital Desk
  • Published: Saturday, 12 March 2022
  • , Updated: 12 March 2022, 09:05 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କ୍ଷମତାକୁ ଜାବୁଡ଼ି ଧରିବାର ନିଶା ଶାସକ ବିଜେଡକୁି ହିଂସାମୁହାଁ କରିଛି। ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରତି ବିଜେଡି ସରକାରଙ୍କ କୋହଳ ମନୋଭାବ ପ୍ରଦର୍ଶନ କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପଂଚାୟତ ନିର୍ବାଚନବେଳେ ହିଂସାତ୍ମକ ଆଚରଣ କରିଥିବା ବିଜେଡି ଏବେ ପୈାର ନିର୍ବାଚନ ସମୟରେ ପୁଣିଥରେ ସମାନ ଢଙ୍ଗରେ ହିଂସା କରାଉଛି। ଭୁବନେଶ୍ୱର ଏବଂ ବାଣପୁରରେ ଶାସକ ବିଜେଡିର ହିଂସା ଏହାର ପ୍ରମାଣ ବୋଲି ବିଜେପି କହିଛି। ଏହାସହିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ଭାଷାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିବା ସହ ସାଧାରଣ ଲୋକ ଓ ପୁଲିସ ଉପରେ ଗାଡ଼ି ଚଢ଼ଇବା ଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କହିଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ସନ୍ଧ୍ୟାରେ ସ୍ଥାନୀୟ ଆପୋଲୋ ହସ୍ପିଟାଲ ଯାଇ ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବିଜେପି କାର୍ଯ୍ୟକର୍ତାଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସେମାନଙ୍କର ଚିକିତ୍ସାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଇନ ତା ନିଜ ବାଟରେ ଯାଉ ନାହିଁ । ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ଖୋଦ୍ ରାଜ୍ୟ ସରକାର । ନିର୍ବାଚନକୁ ବିରୋଧୀ ଶୂନ୍ୟ କରି ଯେନତେନ ହିସାବରେ ଶାସନ କ୍ଷମତାକୁ ଜାବୁଡ଼ି ଧରିବାର ନିଶା ଶାସକ ବିଜେଡିକୁ ଘାରିଛି । କ୍ଷମତା ପାଇଁ ଯେକୌଣସି ସ୍ତରକୁ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି ବିଜେଡିା ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଗତକାଲି ଭୁବନେଶ୍ୱରରେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କ ଉପରେ ଯେଉଁ ଭଳି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏହି ଘଟଣାର ୨୪ ଘଂଟା ବିତିଥିଲେ ବି ଏବେ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିାଁ ସେହିପରି ଆଜି ବାଣପୁରରେ ସ୍ଥାନୀୟ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିରୀହ ଜନତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ରାଜ୍ୟ ରାଜନୀତିରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ଶ୍ରୀ ଜଗଦ୍ଦେବ ଅତୀତରେ ଅନେକ ଥର ଆଇନ ଖିଲାପ କାର୍ଯ୍ୟ କରିଥିଲେ ସୁଦ୍ଧା ତାଙ୍କ ପ୍ରତି ରାଜ୍ୟ ସରକାର କୋହଳ ମନୋଭାବ ପ୍ରଦର୍ଶନ କରି ଆସୁଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତାର ଦୁଇ ଦିନ ଧରି ଯେଉଁ ଭଳି ଭାବେ ଶାସକ ବିଜେଡି ଦ୍ୱାରା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଉଛି, ରାଜ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ- ଏହା ସ୍ଲୋଗାନ ବଦଳରେ ପ୍ରତିବଦ୍ଧତା ହେବା ଜରୁରୀ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିବା ଚିନ୍ତା ଓ ପରିତାପର ବିଷୟ ବୋଲି ସେ କହିଛନ୍ତି ।

Related story