ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।
ଏହା ପୂର୍ବରୁ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦ ଛାଡ଼ିଥିବା ନେଇ ଖବର ଆସିଥିଲା। କିନ୍ତୁ ସେ ବି ଏ ସଂପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି।
ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ ରାଜନୀତି ଜୋର ଧରିଥିବା ବେଳେ ଏହି ସବୁ ଖବର ଆସିଛି। ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବାକୁ ବେଶ୍ କିଛି ଦିନ ହୋଇଗଲାଣି ତାରା ପ୍ରସାଦ ବାହିନୀପତି ଦାବି କରି ଆସୁଥିବା ବେଳେ ଦଳୀୟ ପଦରୁ ତାଙ୍କ ଇସ୍ତଫା ଖବରକୁ ନେଇ ଜୋର ଚର୍ଚ୍ଚା ଧରିଛି।
ଅନ୍ୟପକ୍ଷରେ ଆଜି କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲା କୁମାର କହିଛନ୍ତି ଯେ ପିସିସି ସଭାପତିଙ୍କ ସହିତ ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ସେ କହିଛନ୍ତି, ଏନେଇ ଦୁଇ ଦିନ ଧରି ଦଳର ନେତା ଓ କର୍ମୀଙ୍କ ସହିତ ଆଲୋଚନା କରାଯାଇଛି। ରିପୋର୍ଟ ପ୍ରଦାନ କରାଯିବା ପରେ ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।