ପୁଳାପୁଳା ଅଭିଯୋଗ ସତ୍ତ୍ୱେ ତୃତୀୟ ମହଲାର ଛତ୍ରଛାୟାରେ ଧର୍ମଶାଳା ବିଧାୟକ, ବିଧାନସଭାରେ ବି ଉଠିଲା

ପରିବାର ଲୋକେ ବୋମାମାଡ଼ ଘଟଣାରେ ଧର୍ମଶାଳା ବିଧାୟକଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଛନ୍ତି। ମାତ୍ର ତାଙ୍କୁ ଡକାଯାଉ ନାହିଁ କି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ସାଧାରଣ ଲୋକଙ୍କୁ ମାରିବା ପାଇଁ ସେ ନିର୍ବାଚିତ ପ୍ରତିନିଧି ହୋଇଛନ୍ତି କି? ମାହାଙ୍ଗାରୁ ଧର୍ମଶାଳା ଯାଏ, ଯିଏ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇବ ସେ କ’ଣ ମରିବ। ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଳାପୁଳା ଦୁର୍ନୀତି ଅଭିଯୋଗରେ ସମ୍ପୃକ୍ତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କାହା ଛତ୍ରଛାୟାରେ ରହିଛନ୍ତି। ଚିଟଫଣ୍ଡ ଦୁର୍ନୀତିଠୁ […]

Pranab Balabantaray

Pranab Balabantaray

Ordigital Desk
  • Published: Tuesday, 30 March 2021
  • Updated: 30 March 2021, 06:50 PM IST

ପରିବାର ଲୋକେ ବୋମାମାଡ଼ ଘଟଣାରେ ଧର୍ମଶାଳା ବିଧାୟକଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଛନ୍ତି। ମାତ୍ର ତାଙ୍କୁ ଡକାଯାଉ ନାହିଁ କି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ସାଧାରଣ ଲୋକଙ୍କୁ ମାରିବା ପାଇଁ ସେ ନିର୍ବାଚିତ ପ୍ରତିନିଧି ହୋଇଛନ୍ତି କି? ମାହାଙ୍ଗାରୁ ଧର୍ମଶାଳା ଯାଏ, ଯିଏ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇବ ସେ କ’ଣ ମରିବ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଳାପୁଳା ଦୁର୍ନୀତି ଅଭିଯୋଗରେ ସମ୍ପୃକ୍ତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କାହା ଛତ୍ରଛାୟାରେ ରହିଛନ୍ତି। ଚିଟଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ଡଙ୍କାରୀ ଓ ବିଛାଖଣ୍ଡି ପାହାଡ଼ ଲୁଟ, ଇନ୍ଦିରା ଆବାସ ଦୁର୍ନୀତି, କେଲୁଅ ନଦୀ ଘାଇ ଭଙ୍ଗା ଆଦିରେ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟ ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ହୋଇ ରହିଛନ୍ତି। ଏବେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଫଆଇଆରରେ ନାଁ ରଖିନି। ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼ ପ୍ରସଙ୍ଗ ଉଠାଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବା କ’ଣ ଭୁଲ୍ ବୋଲି ସେ ପ୍ରଶ୍ନ କରିବା ସହ ଡଙ୍କାରୀ ପାହାଡ଼ ଲୁଟ୍ , ପିଡିଏସ ଚାଉଳ, ଇନ୍ଦିରା ଆବାସ ର୍ଦୁନୀତି ଓ ମାମୁଭଣଜା ଘାଇ ପ୍ରସଙ୍ଗରେ ସୂଚନାକର୍ମୀ ସର୍ବେଶ୍ୱର ବେହେରାଙ୍କ ଉପରେ ବୋମାମାଡ଼ କରାଯାଇଛି ବୋଲି କହିଛନ୍ତି। ଯିଏ ଆକ୍ରମଣ କରିଛି ତା’ପଛରେ ମୁଖ୍ୟମନ୍ତ୍ରୀଙ୍କର ଓ ତୃତୀୟ ମହଲାର ହାତ ନଥିଲେ ଏଭଳି ଆକ୍ରମଣ ହୋଇପାରିବ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ସେ କହିଛନ୍ତି, ପରିବାର ଲୋକେ ବୋମାମାଡ଼ ଘଟଣାରେ ଧର୍ମଶାଳା ବିଧାୟକଙ୍କ ସମ୍ପୃକ୍ତି ନେଇ ଥାନାରେ ଏତଲା ଦେଇଛନ୍ତି। ମାତ୍ର ତାଙ୍କୁ ଡକାଯାଉ ନାହିଁ କି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ସାଧାରଣ ଲୋକଙ୍କୁ ମାରିବା ପାଇଁ ସେ ନିର୍ବାଚିତ ପ୍ରତିନିଧି ହୋଇଛନ୍ତି କି? ମାହାଙ୍ଗାରୁ ଧର୍ମଶାଳା ଯାଏ, ଯିଏ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇବ ସେ କ’ଣ ମରିବ। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଅହିଂସାକୁ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ବାରମ୍ବାର ସଂକଳ୍ପ ପ୍ରସ୍ତାବ କରୁଛନ୍ତି, ସେପଟେ ତାଙ୍କ ବିଧାୟକମାନେ ହିଂସାରେ ଲିପ୍ତ ଅଛନ୍ତି।

ବୋମାମାଡ଼ର ଶିକାର ହୋଇଥିବା ସୂଚନାକର୍ମୀ ଶ୍ରୀ ବେଉରା ଅଭିଯୋଗ କରିଛନ୍ତି ଯେ ରବିଦାସ, କୁନା ପୃଷ୍ଟି ଓ ତ୍ରିନାଥ ଜେନା ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଯାହାର ପର୍ଦ୍ଦାଫାସ ସେ କରିଥିଲେ। ଥାନାରେ ଏତଲା ବି ଦିଆଯାଇଥିଲା। ଏମାନଙ୍କୁ କାହିଁକି ପୁଲିସ ଗିରଫ କଲାନି । ବିଧାୟକ ଓ ତାଙ୍କ ମାମୁଁଙ୍କୁ କାହିଁକି ସରକାର ସୁରକ୍ଷା ଯୋଗାଉଛନ୍ତି। ଜିଲ୍ଲାପାଳ କାହିଁକି ଅସହାୟ ପାଲଟିଛନ୍ତି ବିରୋଧୀ ଦଳ ନେତା କହିଛନ୍ତି।

ଶ୍ରୀ ନାଏକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ପିଡିଏସରେ ୧ଲକ୍ଷ କ୍ୱିଣ୍ଟାଲ ଚାଉଳ ଲୁଟ୍ ହେଉଥିବା ନେଇ ସୂଚନାକର୍ମୀ ଶ୍ରୀ ବେହେରା ଅଭିଯୋଗ କରିଥିଲେ, କିନ୍ତୁ ସେଠାରେ ଥିବା ଅଫିସର ମଦନମୋହନ ଦାସଙ୍କୁ ବଦଳି କରାଯାଉ ନାହିଁ। କାହିଁକି ୫ବର୍ଷ ହେବ ଗୋଟିଏ ସ୍ଥାନରେ ସେ ଅଛନ୍ତି। କେଲୁଅ ନଦୀ ବନ୍ଧକୁ ଡିନାମାଇଟ୍ ମାରି ଭଙ୍ଗାଯିବା ଘଟଣାରେ ବିଧାୟକଙ୍କ ନାଁରେ କେସ୍‌ କରାଯାଇଥିଲା । ତଦନ୍ତ ହେଲାନି। ମାମୁ ସେଠାରେ ଜେଇ ଅଛନ୍ତି, ଭଣଜା ବିଧାୟକ ଅଛନ୍ତି। ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ବିଧାୟକଙ୍କ ବିରୁଦ୍ଧରେ ଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାରେ ପୁଲିସ ସକ୍ଷମ ହେଉନି। ତୃତୀୟ ମହଲାର ସୁରକ୍ଷା ଥିବାରୁ ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରୁନି ବୋଲି ବିରୋଧୀ ଦଳ ନେତା ଶ୍ରୀ ନାଏକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୂଚନାକର୍ମୀ ସର୍ବେଶ୍ୱର ବେହେରାଙ୍କ ଉପରେ ବୋମାମାଡ଼ ଘଟଣାରେ ଧର୍ମଶାଳା ଥାନା ପୁଲିସ ନିଜ ଆଡ଼ୁ ତରବରିଆ ଭାବେ ମାମଲା ରୁଜୁ କରିଛି। ଅଜଣା ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି ବୋଲି ଦର୍ଶାଇ କେସକୁ ଦୁର୍ବଳ କରିବାକୁ ଚାହୁଁଥିବାବେଳେ ୨୪ଘଣ୍ଟା ମଧ୍ୟରେ ପରିବାର ଲୋକେ ଏଡି ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ବିଧାୟକ ଓ ଅନ୍ୟମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ସେମାନଙ୍କ ନାଁକୁ ଏତଲାରେ ସାମିଲ କରିନି। ପୁଲିସ ପରିବାର ସଦସ୍ୟଙ୍କ ଅଭିଯୋଗକୁ କାହିଁକି ଏତଲା ଆକାରରେ ରଖିନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ତଥା ପୁଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story