ବିରୋଧୀ ଦଳ ନେତାଙ୍କ ନୁହେଁ, ନବୀନଙ୍କ ମାନସିକ ସ୍ଥିରତା ଅଛି ତ: ବିଜେପି

ବିରୋଧୀ ଦଳ ନେତାଙ୍କୁ ମାନସିକ ଦେବାଳିଆ କହୁଥିବା ବିଜେଡି ପ୍ରବକ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ଥିରତାକୁ ନେଇ କାହିଁକି ଚୁପ୍ ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ସହମୁଖ୍ୟ ସୁଜିତ୍ କୁମାର ଦାସ କହିଛନ୍ତି ।

representational image

  • Published: Wednesday, 11 October 2023
  • , Updated: 11 October 2023, 10:40 PM IST

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ବ୍ୟକ୍ତିଗତସ୍ତରକୁ ଯାଇ ବିଜେଡି ଯେଭଳି ସମାଲୋଚନା କରୁଛି ତାକୁ କଡ଼ା ଭାଷାରେ ଜବାବ ଦେଇଛି ବିଜେପି।ବିରୋଧୀ ଦଳ ନେତାଙ୍କୁ ମାନସିକ ଦେବାଳିଆ କହୁଥିବା ବିଜେଡି ପ୍ରବକ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ଥିରତାକୁ ନେଇ କାହିଁକି ଚୁପ୍ ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ସହମୁଖ୍ୟ ସୁଜିତ୍ କୁମାର ଦାସ କହିଛନ୍ତି ।

ଆଜି ଶ୍ରୀ ଦାସ ଟ୍ୱିଟ କରିଛନ୍ତି ଯେ, ପ୍ରଶ୍ନ ପଚାରିଲେ ଉତ୍ତର ଦେବା ବଦଳରେ ବିଜେଡି ଦ୍ୱାରା ବ୍ୟକ୍ତିଗତ କୁତ୍ସାରଟନା କରାଯାଉଛି । ଯେଉଁଥିରୁ ସେମାନେ ନିବୃତ୍ତ ରହିଲେ ଭଲ ହେବ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ କାହିଁକି ଦଳୀୟ ଚିହ୍ନରେ ବ୍ୟବହାର ହେଲା, ସେ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିଲେ।

ଏହାର ଜବାବ ନଦେଇ ବିଜେଡିର ପ୍ରବକ୍ତାଙ୍କ ଦ୍ୱାରା ବିରୋଧୀ ଦଳ ନେତାଙ୍କୁ ମାନସିକ ବିକାରଗ୍ରସ୍ତ କୁହାଯିବା ହିଁ ବିଜୁ ଜନତା ଦଳର ରୁଗଣ୍ ମାନସିକତାର ପରିଚୟ ଦେଇଛି । ନିଜ ଦଳୀୟ ସଭାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲା ପରେ ନବୀନଙ୍କର ମାନସିକ ସ୍ଥିରତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ନବୀନବାବୁ ତାଙ୍କ ଦଳର ମହିଳା ସାଂସଦକୁ ଚିହ୍ନି ପାରୁନାହାନ୍ତି, ଦଳର ଉତ୍ତରୀୟ ଓ ବ୍ୟାଚ୍‌କୁ ଫିଙ୍ଗି ଫୋପାଡ଼ି ଦେଉଛନ୍ତି । ଏହାକୁ ନେଇ ବିଜେଡି ପ୍ରବକ୍ତା କ’ଣ କହିବେ ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା। 

ଶ୍ରୀ ଦାସ କହିଛନ୍ତି ଯେ, ବିଧାନସଭା ଗୃହ ଭିତରେ ସେତେବେଳର ନେତା ସ୍ୱର୍ଗତଃ ମାନସ ମଲ୍ଲିକଙ୍କୁ ବିଜେଡିର ନେତା ଓ ମନ୍ତ୍ରୀମାନେ ଘେରିକି ମାରିବା, ବିଜେଡି କ’ଣ ଭୁଲିଯାଇଛି କି? ପ୍ରତ୍ୟେକ ଦିନ ବିଜେଡିର ଗୋଷ୍ଠୀ କନ୍ଦଳ ଓ ବାଡିଆପିଟା ଗଣମାଧ୍ୟମରେ ପୃଷ୍ଠାମଣ୍ଡନ କରୁଛି । ବିଜେଡିର କ୍ରୀତଦାସ, ବଚସ୍କର, ବୁକୁଚାବୁହା ନେତାମାନେ ଜଣେ ସରକାରୀ ଚାକିରିଆକୁ ପ୍ରଭୁ ବୋଲି ମାନୁଛନ୍ତି । ବିଜେଡି ସେହି ନଜରରେ ଅନ୍ୟକୁ ନଦେଖି ବରଂ ନିଜ ଦଳ ବିଷୟରେ ଆତ୍ମସମୀକ୍ଷା କରୁ ବୋଲି ବିଜେପି କହିଛି।

Related story