ପ୍ରଦୂଷଣର ପୀଡ଼ା- ବୈଶ୍ୱିକ ପ୍ରତାରଣା!

ଦେବେନ୍ଦ୍ର ପୃଷ୍ଟି ଲଭ୍‌ ଇଜ୍‌ ଇନ୍‌ ଦ ଏୟାର। ବଟ୍‌ ଦ ଏୟାର ଇଜ୍‌ ହାଇଲି ପଲ୍ୟୁଟେଡ୍‌! ଓଡ଼ିଆରେ କହିଲେ, ପବନରେ ଉଡ଼ିବୁଲେ ପ୍ରେମ, କିନ୍ତୁ ପବନଟି ଅତି ପ୍ରଦୂଷିତ। ଲେଖକ ଅମିତ ଆବ୍ରାହମଙ୍କର ଏଇ ଦୁଇ ଧାଡ଼ି ପ୍ରେମ ସଂପର୍କରେ ନହୋଇ ପ୍ରଦୂଷଣ ସଂପର୍କରେ ବି ହୋଇପାରେ। ଏ ଦୁଇ ବିଷୟ ଉପରେ ନହୋଇ ଜୀବନ ସଂପର୍କରେ ବି ଅନେକ କଥା କହେ ଏ ଦୁଇ ଧାଡ଼ି। ପ୍ରେମରେ ଯେମିତି ପ୍ରତାରଣା, ନାଟକବାଜୀ, ତାମସା ଆଦି […]

AIR-POLLUTION

AIR-POLLUTION

Debendra Prusty
  • Published: Tuesday, 05 November 2019
  • Updated: 05 November 2019, 07:31 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଲଭ୍‌ ଇଜ୍‌ ଇନ୍‌ ଦ ଏୟାର। ବଟ୍‌ ଦ ଏୟାର ଇଜ୍‌ ହାଇଲି ପଲ୍ୟୁଟେଡ୍‌!

ଓଡ଼ିଆରେ କହିଲେ, ପବନରେ ଉଡ଼ିବୁଲେ ପ୍ରେମ, କିନ୍ତୁ ପବନଟି ଅତି ପ୍ରଦୂଷିତ। ଲେଖକ ଅମିତ ଆବ୍ରାହମଙ୍କର ଏଇ ଦୁଇ ଧାଡ଼ି ପ୍ରେମ ସଂପର୍କରେ ନହୋଇ ପ୍ରଦୂଷଣ ସଂପର୍କରେ ବି ହୋଇପାରେ। ଏ ଦୁଇ ବିଷୟ ଉପରେ ନହୋଇ ଜୀବନ ସଂପର୍କରେ ବି ଅନେକ କଥା କହେ ଏ ଦୁଇ ଧାଡ଼ି। ପ୍ରେମରେ ଯେମିତି ପ୍ରତାରଣା, ନାଟକବାଜୀ, ତାମସା ଆଦି ଥାଏ ଜୀବନରେ ବି ସେମିତି। କଥା ଗୋଟେ କାମ ଗୋଟେ। ସମସ୍ୟା ଗୋଟେ ସମାଧାନ ଅନ୍ୟ ଗୋଟେ। ଅମୁକ ସମସ୍ୟାର ସମାଧାନ ସମୁକ ସମସ୍ୟା ସୃଷ୍ଟି କରିବ ବୋଲି ଯୁକ୍ତି। ଏଭଳି ଯୁକ୍ତି କରି କରି ମଣିଷ ଏବେ ସମଗ୍ର ସୃଷ୍ଟିକୁ ଉଜାଡ଼ି ଦେବାକୁ ବସିଛି। ଚେତନା ଥାଇ ବି ଚେତୁନାହିଁ, ସାଧ୍ୟ ଥାଇ ବି ସିଦ୍ଧି ନାହିଁ।

ଏଇ ସପ୍ତାହରେ ତିନିଟି ସ୍ତରରେ ସୃଷ୍ଟି ହୋଇଥିବା ତିନିଟି ଖବର ମଣିଷର ଏ ମୂଢ଼ତା ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରେ। ୨୦୧୯ ନଭେମ୍ବର ୫ ତାରିଖ ଦିନ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ କ୍ଲାଇମେଟ୍‌ ଇମ୍ପାକ୍ଟ ଲାବ୍‌ ଓ ଟାଟା ସେଣ୍ଟର ଫର୍‌ ଡେଭଲପମେଣ୍ଟ ନାମକ ଦୁଇଟି ସଂସ୍ଥାର ମିଳିତ ଉଦ୍ୟମରେ ପାଗ ପରିବର୍ତ୍ତନ ସଂପର୍କରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ଅନୁଧ୍ୟାନ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଏହି ଅନୁଧ୍ୟାନ ରିପୋର୍ଟ ଅନୁସାରେ ୨୦୧୦ ତୁଳନାରେ ୨୧୦୦ ବେଳକୁ ଓଡ଼ିଶାର ଅତ୍ୟଧିକ ଉତ୍ତପ୍ତ ଦିବସ ସଂଖ୍ୟା ୩୦ ଗୁଣ ବୃଦ୍ଧି ପାଇବ। ୨୦୧୦ ମସିହାରେ ଓଡ଼ିଶାରେ ଅତ୍ୟଧିକ ଉତ୍ତପ୍ତ ଦିବସ ସଂଖ୍ୟା ଥିଲା ହାରାହାରି ୧.୬୨। ୨୧୦୦ ବେଳକୁ ଏହି ସଂଖ୍ୟା ୪୮.୦୫ ହୋଇଥିବ। ଉତ୍ତପ୍ତ ଜଳବାୟୁ ଯୋଗୁଁ ସୃଷ୍ଟି ହେଉଥିବା ପାଗ ପରିବର୍ତ୍ତନ ଜନିତ ରୋଗବ୍ୟାଧି ଓ ଅନ୍ୟାନ୍ୟ ପ୍ରତିକ୍ରିୟାରୁ ଓଡ଼ିଶାରେ ବାର୍ଷିକ ହାରାହାରି ୪୨,୩୩୪ ଜଣଙ୍କର ମୃତ୍ୟୁ ହେବ ବୋଲି ମଧ୍ୟ ଏହି ଅନୁଧ୍ୟାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ଏତିକି ତଥ୍ୟରୁ ଓଡ଼ିଶାରେ ପାଗ ପରିବର୍ତ୍ତନର ପୀଡ଼ା କେତେ ଅସହ୍ୟ ହେବାକୁ ଯାଉଛି ତାହା ଅନୁମାନ କରାଯାଇପାରେ। ଏହା ପରଦିନ ପ୍ରଦୂଷଣ ବୋର୍ଡ଼ ପକ୍ଷରୁ ବିଧାନସଭା କମିଟି ଆଗରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ରାଜଧାନୀ ଭୁବନେଶ୍ୱର, ପୁରୁଣା ରାଜଧାନୀ କଟକ ସମେତ ରାଜ୍ୟର ଛଅଟି ସହରର ପ୍ରଦୂଷଣ ମାତ୍ରା ସାଙ୍ଘାତିକ।

ରାଜ୍ୟ ସ୍ତରରେ ଏଭଳି ସଂକଟର ଲକ୍ଷଣ ଦେଖାଦେଇଥିବାବେଳେ ରାଷ୍ଟ୍ର ସ୍ତରରେ ମଧ୍ୟ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଦୁରବସ୍ଥା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଦୀପାବଳି ପରଠୁଁ ଦିଲ୍ଲୀର ବାୟୁମଣ୍ଡଳ ଧୂମମଣ୍ଡଳରେ ପରିଣତ ହୋଇଛି। ବାଣ ଧୂଆଁ ସହ ପଞ୍ଜାବ ଓ ହରିଆନାର ନଡ଼ା ଧୂଆଁ ମିଶି ରାଜଧାନୀ ଦିଲ୍ଲୀର ଗାଡ଼ି ଧୂଆଁ ମିଶ୍ରିତ ବାୟୁମଣ୍ଡଳରେ ଦିନରାତି ୨୪ ଘଣ୍ଟା କୁହୁଡ଼ି ବଦଳରେ ଧୂହୁଡ଼ି ସୃଷ୍ଟି କରିଛି। ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀବାସୀ ପ୍ରଶ୍ୱାସରେ ଅମ୍ଳଯାନ କମ୍‌, ଧାନ ଓ ଯାନର ଧୂଆଁ ଅଧିକ ନେଇଛନ୍ତି। ଧୂହୁଡ଼ି ଯୋଗୁଁ ରେଳ ଓ ବିମାନ ଚଳାଚଳ ବ୍ୟାହତ ହୋଇଛି। ଗାଡ଼ିମୋଟର ଚଳାଚଳ ବି ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରିଛି। ଦିଲ୍ଲୀ ସରକାର ସ୍କୁଲ ପିଲାମାନଙ୍କ ମଧ୍ୟରେ ଗ୍ୟାସ୍‌ମୁଖା ବଣ୍ଟନ କରିଛନ୍ତି, ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପ୍ରଦୂଷଣ କମ୍‌ କରିବାକୁ ଯୁଗ୍ମ-ଅଯୁଗ୍ମ ନମ୍ବରର ଗାଡ଼ି ଚଳାଚଳ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀ ଟି-୨୦ ପୂର୍ବରୁ ବାଂଲାଦେଶ କ୍ରିକେଟ ଦଳ ମୁହଁରେ ମୁଖା ପିନ୍ଧି ପ୍ରାକ୍ଟିସ କରିଛନ୍ତି। ପ୍ରଦୂଷଣର ସମାଧାନ କରିବା ପରିବର୍ତ୍ତେ ନେଇ ଦିଲ୍ଲୀ ଓ କେନ୍ଦ୍ର ସରକାର ପରସ୍ପର ଉପରେ ଦୋଷ ଠେଲାଠେଲି ହୋଇଛନ୍ତି।  ଶେଷରେ ସୁପ୍ରିମ କୋର୍ଟରେ ମାମଲା ଉଠିଛି ଓ କୋର୍ଟ ପଡ଼ୋଶୀ ପଞ୍ଜାବ ଓ ହରିଆନାର ଧାନ ବିଲରେ ହେଉଥିବା ନଡ଼ାପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ସ୍ୱୀକାର ନକଲେ ମଧ୍ୟ ସୁପ୍ରିମ କୋର୍ଟ ମାନିଛନ୍ତି ଯେ ଦିଲ୍ଲୀ ଗ୍ୟାସ୍‌ ଚାମ୍ବରରେ ପରିଣତ ହୋଇଛି।

ରାଜ୍ୟ ଓ ଜାତୀୟ ସ୍ତର ପରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାନ ପରିସ୍ଥିତି। ସାରା ଶିଳ୍ପ ଓ ସହରର ବିକାଶ ସଙ୍ଗେ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଶକ୍ତି ବା ଇନ୍ଧନର ବ୍ୟବହାର ବୃଦ୍ଧି ସହିତ ବଢ଼ି ଚାଲିଛି ତାପମାତ୍ରା। ଏହି କାରଣରୁ ସମଗ୍ର ବିଶ୍ୱ ଏବେ ବିପଦରେ। ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ନେଇ ଅନ୍ତର୍ଜାତୀୟ ଉଦବେଗ ବହୁତ ପୁରୁଣା। ସମୁଦ୍ର ଜଳ ସ୍ତର ୨ ମିଟର ଯାଏଁ ଉପରକୁ ଉଠିବ, ବୁଡ଼ିଯିବ ଅନେକ ସହର, ବନ୍ୟା ଓ ବାତ୍ୟା ସହିତ ମରୁଡ଼ି ଯୋଗୁଁ କୃଷି ଅମଳ କମିବ, ଖାଦ୍ୟ ସଂକଟ ସୃଷ୍ଟି ହେବ, ଉତ୍ତାପ ଓ ପ୍ରଦୂଷଣ ଯୋଗୁଁ ରୋଗବ୍ୟାଧି ବଢ଼ିବ, ମଣିଷର ରୋଗ ପ୍ରତିଷେଧକ ଶକ୍ତି କମିବ, ବ୍ୟାଧି ଜନିତ ପୀଡ଼ା ଓ ଯନ୍ତ୍ରଣା ବଢ଼ିବ। ମୋଟାମୋଟି ଭାବେ କହିଲେ ମଣିଷ ଜୀବନ ହୋଇଯିବ ଦୁର୍ବିସହ। ପୃଥିବୀର ଅନେକ ସହର ସମୁଦ୍ର ଗର୍ଭରେ ଲୀନ ହେବେ, ୪୦ କୋଟି ସହରବାସୀ ବାସଶୂନ୍ୟ ହେବେ, ଅନେକ ଜୀବସତ୍ତା ଲୋପ ପାଇବେ, ପ୍ରଳୟ ବା ସେହିପରି କିଛି ଅବସ୍ଥା ଯୋଗୁଁ ହୋଇପାରେ ଷଷ୍ଠ ଗଣ ବିଲୋପନ। ଏଭଳି ଅନେକ ଆଶଙ୍କା ଲାଗି ଆସିଛି ଦଶନ୍ଧି ପୂର୍ବରୁ। ଜାତିସଂଘ ତରଫରୁ ପାଗ ପରିବର୍ତ୍ତନ ଉପରେ ଅନେକ ଗବେଷଣା ହୋଇଛି। ତାହାର ମୁକାବିଲଶ କରିବାକୁ ବୈଜ୍ଞାନିକମାନେ ଅନେକ ପରାମର୍ଶ ଦେଇଛନ୍ତି। ତାହା ମାନିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଶୀର୍ଷ ସମ୍ମିଳନୀ ଆୟୋଜିତ ହୋଇଛି। ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପାଗ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ଚୁକ୍ତିରେ ଦସ୍ତଖତ କରିଛନ୍ତି ୧୮୮ ଦେଶ। ଅଥଚ ୨୦୧୯ ନଭେମ୍ବର ୫ ତାରିଖରେ ଏଥିରୁ ଓହରି ଯିବାକୁ ଜାତିସଂଘକୁ ଜଣେଇ ଦେଇଛି ଆମେରିକା, ବିଶ୍ୱର ସବୁଠୁଁ ଅଧିକ ସବୁଜଗୃହ ବାସ୍ଫ ନିର୍ଗମନ କରୁଥିବା ଦେଶ। ବିଶ୍ୱର ସର୍ବାଧିକ ପ୍ରଦୂଷକ ଦେଶ ଯଦି ଏହି ଚୁକ୍ତିକୁ ନମାନିବ ତେବେ ଅନ୍ୟ ଦେଶଗୁଡ଼ିକ ପ୍ୟାରିସ ଚୁକ୍ତିର ସର୍ତ୍ତକୁ କେବେ ଓ କିପରି କାର୍ଯ୍ୟକାରୀ କରିବେ ସେନେଇ ସ୍ୱାଭାବିକ ଭାବେ ଆଶଙ୍କା ଲାଗି ରହିଛି।

ଏହି ତିନି ସ୍ତରର ତିନି ଚେତନା ଏକ, ଉଦାସୀନତା ମଧ୍ୟ ଏକ। କୌଣସି ସ୍ତରରେ କୌଣସି କର୍ତ୍ତୃପକ୍ଷ ପ୍ରଦୂଷଣ ଓ ପାଗ ପରିବର୍ତ୍ତନର ମୁକାବିଲା ପାଇଁ ଯାହା ଅତ୍ୟନ୍ତ ଆବଶ୍ୟକ ତାହା କରିବାକୁ ଆଗ୍ରହୀ ନୁହନ୍ତି। ସମସ୍ତ ବୁଝିଗଲେଣି ଯେ ବିକାଶ ଓ ସମୃଦ୍ଧି ନାମରେ ମାଡ଼ି ଚାଲିଥିବା ଶିଳ୍ପାୟନ ଓ ସହରାୟନ କୈନ୍ଦ୍ରିକ ଆଧୁନିକ ଜୀବନଶୈଳୀ ଯୋଗୁଁ ପୃଥିବୀର ମାଟି, ପାଣି ଓ ପବନ ହେଉଛି ପ୍ରଦୂଷିତ। ଅମୃତର ସନ୍ଧାନ କରୁଥିବା ମଣିଷ ନିଜ ହାତରେ ଉତ୍ପାଦନ କରୁଛି ବିଷ। ଆଉ ସେଇ ବିଷ ଯୋଗୁଁ ଏବେ ସୃଷ୍ଟି ହୋଇଛି ଜୀବନ-ସଂକଟ। କୌଣସି ଫାର୍ମା କମ୍ପାନୀରେ ତିଆରି ହୋଇପାରିବନି ଏହି ସଂକଟର ନିଦାନ। କୌଣସି କାରଖାନା କି ଗବେଷଣାଗାରରେ ଏହାର ସମାଧାନ ବାହାରିବ ନାହିଁ। ସେଥିପାଇଁ ଶହଶଡ ବିଜ୍ଞାନୀଙ୍କ ପରାମର୍ଶ କ୍ରମେ ପ୍ୟାରିସ ଚୁକ୍ତିରେ ସର୍ତ୍ତ ରହିଛି ଶିଳ୍ପ ଯୁଗ ପୂର୍ବର ତାପମାତ୍ରାଠାରୁ ସର୍ବାଧିକ ୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ଭିତରେ ତାପମାତ୍ରାକୁ ନିୟନ୍ତ୍ରଣ କରାଯିବ। ସେଥିପାଇଁ ପୃଥିବୀର ଗଛବୃଚ୍ଛ, ଜଳଉତ୍ସ ଓ ମାଟି ଯେତିକି ସବୁଜଗୃହ ବାଷ୍ଫ ଗ୍ରହଣ କରିପାରିବ କେବଳ ସେତିକି ସୃଷ୍ଟିକରାଯିବ। ପ୍ରକୃତିର ଭାରସାମ୍ୟ ରକ୍ଷା କ୍ଷମତାଠାରୁ ମଣିଷର ଭାରସାମ୍ୟ ଉଜାଡ଼ିବା କ୍ଷମତା ଅଧିକ ହୋଇଯାଉଥିବାରୁ ଏହି ସମସ୍ୟାର ନିୟମିତ ସମୀକ୍ଷା ହେବ ଏବଂ ତଦନୁସାରେ ପ୍ରଦୂଷଣ ଓ ପାଗ ପରିବର୍ତ୍ତନର ମୁକାବିଲା କରାଯିବ।

କିନ୍ତୁ, କିଏ ଛାଡ଼ିବ ସ୍ୱାର୍ଥ? ଶିଳ୍ପପତି ଓ ବ୍ୟବସାୟୀଙ୍କ ଚାନ୍ଦାରେ ଚଳୁଥିବା ନେତା ଓ ଅନ୍ୟ ବହୁ ବର୍ଗର ବ୍ୟକ୍ତି, ପରିଚାଳିତ ହେଉଥିବା ଅର୍ଥନୀତି, ପ୍ରଚାରିତ ହେଉଥିବା ବିକାଶ ଓ ସମୃଦ୍ଧି ଏବଂ ପ୍ରସାରିତ ହେଉଥିବା ଜୀବନଶୈଳୀକୁ ପରିତ୍ୟାଗ କରିବ କିଏ? କିଏ ବାନ୍ଧିବ ବିଲେଇ ବେକରେ ଘଣ୍ଟି? ମାର୍କିନ ରାଷ୍ଟ୍ରପତି ଟ୍ରମ୍ପ ଯେମିତି ପାଗ ପରିବର୍ତ୍ତନ ଚୁକ୍ତିକୁ ଆମେରିକା ଶକ୍ତି ବିରୋଧୀ ଷଡ଼ଯନ୍ତ୍ର ଭାବେ ଗ୍ରହଣ କରିଛନ୍ତି ଠିକ ସେହିପରି ଅନ୍ୟ ରାଷ୍ଟ୍ରର ନେତାମାନେ ମଧ୍ୟ ନିଜନିଜ ଦେଶର ଲୋକମାନଙ୍କୁ ଦେଇଚାଲିଥିବା ବିକାଶ ଓ ସମୃଦ୍ଧିର ପ୍ରତିଶ୍ରୁତି ପୂରଣ ପାଇଁ ପ୍ୟାରିସ ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ଚରମ ଉଦାସୀନତା ପ୍ରକାଶ କରିପାରନ୍ତି। ଏଯାଏଁ ସେମାନଙ୍କର ଏଇ ଆଭିମୁଖ୍ୟ ବଜାୟ ରହିଛି। ଆଗକୁ କିଏ କେତେ ଶିଳ୍ପ ନଷ୍ଟ କରିବେ, କିଏ କେତେ ଜୀବାଶ୍ମ ଇନ୍ଧନ ବା ପେଟ୍ରୋଲ ଓ କୋଇଲା ବ୍ୟବହାର କମେଇବେ, ତା’ ଉପରେ ପବନର ଶୁଦ୍ଧତା ନିର୍ଭର କରେ, ନିର୍ଭର କରେ ତାପମାତ୍ରାର ସୀମାରେଖା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story