ବିପଦରେ ୨୦ ବିଜେଡି ବିଧାୟକଙ୍କ ସଦସ୍ୟତା, ରାଜ୍ୟପାଳ ମାଗିଲେ ନିଯୁକ୍ତି ଷ୍ଟାଟସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୨୦ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବିଧାୟକ ହୋଇ ଅନ୍ୟ ଲାଭଜନକ ପଦରେ ରହି ସରକାରୀ ସୁବିଧା ଗ୍ରହଣ କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। ଗତ ଅଗଷ୍ଟ ୨୬ ତାରିଖରେ ଜାତୀୟ ନିର୍ବାଚନ କମିଶନ ନିଜର ମତାମତ ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜଭବନ ପକ୍ଷରୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଜେଡିର ବିଧାୟକମାନେ ଏକାଧିକ ସରକାରୀ ଲାଭଜନକ […]

Election

Election

Ordigital Desk
  • Published: Saturday, 11 September 2021
  • Updated: 13 September 2021, 01:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୨୦ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବିଧାୟକ ହୋଇ ଅନ୍ୟ ଲାଭଜନକ ପଦରେ ରହି ସରକାରୀ ସୁବିଧା ଗ୍ରହଣ କରିବା ସେମାନଙ୍କୁ ମହଙ୍ଗା ପଡ଼ିପାରେ। ଗତ ଅଗଷ୍ଟ ୨୬ ତାରିଖରେ ଜାତୀୟ ନିର୍ବାଚନ କମିଶନ ନିଜର ମତାମତ ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜଭବନ ପକ୍ଷରୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ବିଧାୟକମାନେ ଏକାଧିକ ସରକାରୀ ଲାଭଜନକ ପଦରେ ରହି ସମ୍ବିଧାନର ଧାରା -୧୯୧ ଅର୍ନ୍ତଗତ ‘ଅଫିସ୍ ଅଫ ପ୍ରଫିଟ୍‌’ ଅଭିଯୋଗ ଆଣି ଆବେଦନକାରୀ ସମରେନ୍ଦ୍ର ବେଉରା ସେମାନଙ୍କର ସଭ୍ୟ ପଦ ରଦ୍ଦ ନିମନ୍ତେ ରାଜ୍ୟପାଳ ଓ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଜୁଲାଇ ୧୩ତାରିଖରେ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଓ କଡ଼ା ଆଭିମୁଖ୍ୟ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବିଧାନର ଧାରା ୧୯୧ ଓ ୧୯୨ ଅନ୍ତର୍ଗତ ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ାଯାଇଥିଲା। ୨୦୨୧ ଅଗଷ୍ଟ ୨୬ ତାରିଖରେ କମିଶନ ତାଙ୍କର ମତାମତ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ସହ ଅଧିକ ତଥ୍ୟ ଦେବାକୁ କହିଥିଲେ। ଯାହାପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ଓ ନିର୍ବାଚନ କମିଶନ ମାଗିଥିବା ତଥ୍ୟ ସମ୍ପର୍କରେ ଜଣାଇବାକୁ କୁହାଯାଇଥିଲା ।

ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ମନୋଜ ଦେବୀ ଏ ସମ୍ପର୍କରେ ସେପ୍ଟେମ୍ବର ୪ତାରିଖରେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ୨୦ଜଣ ବିଧାୟକଙ୍କ ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି, ଯଦି ସେମାନେ ଇସ୍ତଫା ଅବା ବାଦ୍ ପଡ଼ିଥାନ୍ତି ତା’ର ତା’ର ଦସ୍ତାବିଜ ସେପ୍ଟେମ୍ବର ୮ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଦେବାକୁ କହିଥିଲେ। ଯାହାକି ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଅଧିକ ଖୋଳତାଡ଼ ଯିବ ବୋଲି ଦର୍ଶାଇଛନ୍ତି।

ସଂସଦୀୟ ବ୍ୟାପାର ବିଭାଗ ମାଗିଥିବା ତଥ୍ୟ ଇତିମଧ୍ୟରେ ଯୋଜନା ଓ ସଂଯୋଜନ ବିଭାଗ ଦେଇ ସାରିଥିବାବେଳେ ତାହା ଖୁବଶୀଘ୍ର  ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି। ସମ୍ବିଧାନର ଧାରା ୧୯୧(୧) ଅନ୍ତର୍ଗତ ଯଦି ଏହି ବିଧାୟକମାନେ ଲାଭଜନକ ପଦବୀରେ ରହିଥିବାର ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ବିଜେଡିର ୨୦ଜଣ ବିଧାୟକଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ନେଉଛନ୍ତି। ସେମାନେ ଏବାବଦରେ ରାଜକୋଷରୁ ପ୍ରାୟ ମାସିକ ୧.୨୦ରୁ ୧୫୦ଲକ୍ଷ ଟଙ୍କା ଲେଖାଁଏ ନେଉଛନ୍ତି। ସେମାନେ ବିଧାୟକ ଭାବେ ଦରମା ନେଉଥିବାବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଜର ବ୍ୟକ୍ତିଗତ ସଚିବ ଓ ପିଅନ(ଅସ୍ଥାୟୀ ନିଯୁକ୍ତି ସେମାନେ କରିବେ)ଙ୍କ ପାଇଁ ମାସିକ ୫୧୬୦୦ଟଙ୍କା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପାରିଶ୍ରମିକ, ଟିଏ ଓ ଡିଏ ସହ ଗୋଟିଏ ଗାଡ଼ି ମଧ୍ୟ ଉପଯୋଗ କରୁଛନ୍ତି। ଏହି ବିଧାୟକମାନେ ଏକକାଳୀନ ରାଜକୋଷରୁ ଦରମା ଓ ଅନ୍ୟାନ୍ୟ ସୁବିଧା ନେଉଥିବାରୁ ସେମାନେ ‘ଅଫିସ୍ ଅଫ ପ୍ରଫିଟ୍‌’ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହେବାର ପ୍ରାରମ୍ଭିକ ଯାଂଚରୁ ସ୍ପଷ୍ଟ ହେଉଛି। ମାତ୍ର ସେମାନଙ୍କର ସଦସ୍ୟତା ରଦ୍ଦ ଅବା ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ନିଷ୍ପତ୍ତି  ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଆଧାରରେ ରାଜ୍ୟପାଳ ନେବାର ପ୍ରାବଧାନ ରହିଛି।

ଯେଉଁଥିପାଇଁ ଆବେଦନକାରୀ ଶ୍ରୀ ବେଉରାଙ୍କୁ ଏହି ଅଫିସ ଅଫ ପ୍ରଫିଟ୍ ଅଭିଯୋଗ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳ ନିଜର ମତାମତ ନଭେମ୍ବର ୧୫ତାରିଖ ସୁଦ୍ଧା ଜଣାଇବେ । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏହି ସମୟସୀମା ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ବୃନ୍ଦାବନ ନାୟକ ବନାମ ଜାତୀୟ ନିର୍ବାଚନ କମିଶନଙ୍କ ରାୟକୁ ଉଲ୍ଲେଖ କରି ଆବେଦନକାରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କ ମତାମତ ନେଇ ରାଜ୍ୟପାଳ ନିଷ୍ପତ୍ତି ଶୁଣାଇବା ବାଧ୍ୟତାମୂଳକ ବୋଲି ଶ୍ରୀ ବେଉରାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story