ସୌମ୍ୟଙ୍କୁ ରାଜନୀତି ମୋହ ଛାଡ଼ିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜନୀତିକ ମୋହକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟାକ୍ଷ କରିଛନ୍ତି। ସୌମ୍ୟ ରାଜନୀତି ନକରି ଯଦି କେବଳ ସମ୍ବାଦପତ୍ରର ସମ୍ପାଦକ ରହିଥାନ୍ତେ ହୁଏତ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଅଗ୍ରସର ହୋଇପାରିଥାନ୍ତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୌମ୍ୟଙ୍କ ମାଲିକାନାରେ ଥିବା ସମ୍ବାଦପତ୍ର ‘ସମ୍ବାଦ’ ଓ ‘କନକ ଟିଭି’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ […]

dp-soumya

dp-soumya

Subrat Kumar Nayak
  • Published: Friday, 04 October 2019
  • Updated: 04 October 2019, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜନୀତିକ ମୋହକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟାକ୍ଷ କରିଛନ୍ତି। ସୌମ୍ୟ ରାଜନୀତି ନକରି ଯଦି କେବଳ ସମ୍ବାଦପତ୍ରର ସମ୍ପାଦକ ରହିଥାନ୍ତେ ହୁଏତ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଅଗ୍ରସର ହୋଇପାରିଥାନ୍ତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସୌମ୍ୟଙ୍କ ମାଲିକାନାରେ ଥିବା ସମ୍ବାଦପତ୍ର ‘ସମ୍ବାଦ’ ଓ ‘କନକ ଟିଭି’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ “ ସୌମ୍ୟବାବୁ ଜଣେ ବିଶାଳ ବ୍ୟକ୍ତିତ୍ୱ। ତାଙ୍କର ନିଜସ୍ୱ ବିଚାର ଓ ବିବେକ ଅଛି। ସଭ୍ୟ ସମାଜରେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଛଡ଼ା ଅନ୍ୟ ବିକଳ୍ପ ବି ମୋର ନାହିଁ । କିନ୍ତୁ ସେ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହାଁନ୍ତି ଯେ କେବେକେବେ ମୋତେ ଲାଗେ ଯଦି ସୌମ୍ୟବାବୁ ଏମପି କିମ୍ବା ଏମଏଲଏ ହେବାର ମୋହ ଛାଡ଼ି କେବଳ ସମ୍ପାଦକ ହୋଇଥାନ୍ତେ ତା’ହେଲେ ମୋ ରାଜ୍ୟ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଯାଇପାରିଥାନ୍ତା।” ଶ୍ରୀ ପ୍ରଧାନଙ୍କର ଏଭଳି ମନ୍ତବ୍ୟକୁ ସଭାସ୍ଥଳରେ ନିମନ୍ତ୍ରିତ ଅତିଥିମାନେ କରତାଳି ମାଧ୍ୟମରେ ସ୍ୱାଗତ କରିବାକୁ ପଛାଇ ନଥିଲେ।

ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ସୌମ୍ୟଙ୍କ ଭଳି ବ୍ୟକ୍ତିତ୍ୱ ରାଜନୀତିରେ ପାଦ ଥାପି କିଛି ଭୁଲ୍ କରିଛନ୍ତି?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସୌମ୍ୟବାବୁ ଏବେ ବିଜେଡିର ବିଧାୟକ ଅଛନ୍ତି। ବିଜେଡିର ସାଂସଦ ପଦରୁ ଇସ୍ତଫା ଦେଇ ଖଣ୍ଡପଡ଼ା ବିଧାୟକ ଭାବେ ନିର୍ବାଚନ ଲଢ଼ି ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଆଶା କରାଯାଉଥିଲା ସୌମ୍ୟଙ୍କ ଭଳି ଜଣେ ଅଭିଜ୍ଞ ଓ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ। ମାତ୍ର ବିଜେଡି ରାଜନୀତିରେ ସୌମ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ତ ସ୍ଥାନ ମିଳିଲାନି ବରଂ ସେ ସାଂସଦ ଭାବେ ଦଳୀୟ ସଂଗଠନରେ ଯେଭଳି ଗୁରୁତ୍ୱ ପାଉଥିଲେ ଏବେ ତାହା ବି ହରାଇ ବସିଲେଣି। ବୋଧହୁଏ ସୌମ୍ୟଙ୍କ ଏଭଳି ରାଜନୀତିକ ସ୍ଥିତାବସ୍ଥାର ଆଭାସ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାର୍ବଜନୀନ ଭାବେ ତାଙ୍କୁ ରାଜନୀତିକୁ କ୍ୟାରିୟର କରିବାର ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର ନିମନ୍ତେ ବାଧ୍ୟ କରିବା ପାଇଁ ଏଭଳି ବୟାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story