ବିଧାୟକ ପ୍ରଶାନ୍ତ ଜଗଦେବ ବିଦା : ମାନସ ଦେଖାଇଲେ ଦମ୍ , ରଖିପାରିଲେନି ସଞ୍ଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ଏହା ସହିତ ତାଙ୍କୁ ବିଜେଡିରୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ କିଛି ଦର୍ଶାଯାଇନଥିଲେ ମଧ୍ୟ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ […]

prasant-jagadeb

prasant-jagadeb

Ordigital Desk
  • Published: Wednesday, 08 September 2021
  • Updated: 08 September 2021, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ଏହା ସହିତ ତାଙ୍କୁ ବିଜେଡିରୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ କିଛି ଦର୍ଶାଯାଇନଥିଲେ ମଧ୍ୟ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏହାସହିତ ପୁଲିସକୁ ଆଇନ ଅନୁସାରେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଥିବା ଜଣାପଡ଼ିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ  ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଛନ୍ତି।

କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ନଜିର ରହିଛି। କିନ୍ତୁ ସେତେବେଳେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନଥିବା ବିଜେଡି ଏବେ ତାଙ୍କୁ ନିଲମ୍ବନ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି। ଚିଲିକା ନିର୍ବାଚନମଣ୍ଡଳୀ ଉପରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦୀର୍ଘଦିନ ଧରି ନଜର ପକାଇଥିବାବେଳେ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଶ୍ରୀ ଜଗଦେବଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପରୋକ୍ଷରେ ଶ୍ରୀ ମଙ୍ଗରାଜଙ୍କ ରାଜନୀତିକ କ୍ୟାରିୟରକୁ ଆଗେଇ ନେବାରେ ସହାୟକ ହେବ ବୋଲି ଚର୍ଚ୍ଚା। ଶ୍ରୀ ଦାସବର୍ମାଙ୍କ ଗୋଟିଚାଳନା ଓ ଶ୍ରୀ ଜଗଦେବଙ୍କ ଜିଦ୍ କାରଣରୁ ୨୦୧୯ ସାଧାରଣ ନିର୍ବାଚନରେ ଚିଲିକା ଆସନରୁ ଶ୍ରୀ ମଙ୍ଗରାଜଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ଏବେ ଆସିଥିବା ସୁଯୋଗକୁ ଶ୍ରୀ ମଙ୍ଗରାଜ ଭରପୂର ଉପଯୋଗ କରିଥିବା ଚର୍ଚ୍ଚା ହେଉଛି। ତା’ଛଡ଼ା ଶ୍ରୀ ଜଗଦେବ ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଓ ଆଜି ପର୍ଯ୍ୟନ୍ତ ତାଙ୍କୁ ଶ୍ରୀ ଦାସବର୍ମା ହିଁ ସୁରକ୍ଷା ଦେଇ ଆସୁଥିଲେ ବୋଲି ବିଜେଡିରେ ଶୁଣିବାକୁ ମିଳେ। ମାତ୍ର ଏବେ ବିଜେଡିରେ ଶ୍ରୀ ଦାସବର୍ମା ନିଜେ ଅଲୋଡ଼ା ହୋଇପଡ଼ିଥିବାବେଳେ ଶ୍ରୀ ଜଗଦେବଙ୍କୁ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବନ ହେବାକୁ ପଡ଼ିଛି। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଶ୍ରୀ ଦାସବର୍ମାଙ୍କ ପ୍ରଭାବ ପୂର୍ବଭଳି ନଥିବା ତଥା ତାଙ୍କୁ ସୁରକ୍ଷା ଦେବାକୁ କେହି ନଥିବାର ସନ୍ଦେଶ ବିଜେଡି କ୍ଷମତାକେନ୍ଦ୍ର ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନବେଳେ ଦଳୀୟ ଟିକେଟ୍ ନେବା ପାଇଁ ଜିଦ୍ ଧରିବା ଏବଂ ଶ୍ରୀ ଦାସବର୍ମାଙ୍କ ଉଦ୍ୟମରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ଶ୍ରୀ ଜଗଦେବ ନିଜର ବିଶୃଙ୍ଖଳିତ ଆଚରଣରେ ସୁଧାର ଆଣିନଥିଲେ।

ସୂଚନାଯୋଗ୍ୟ, ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ମାଡ଼ ମାରିବା ନେଇ ବିଜେପି କର୍ମୀମାନେ ଧାରଣା ଦେବା ସହ ବିଧାୟକ ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଶ୍ରୀ ଜଗଦେବଙ୍କ ବିରୁଦ୍ଧରେ ୨୦୧୬ ମସିହାରେ ବୋଲଗଡ଼ର ତତକାଳୀନ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ବେଗୁନିଆର ପୂର୍ବତନ ସରପଂଚ ନବକିଶୋର ସ୍ୱାଇଁଙ୍କୁ ଧମକାଇବା, ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶାଳୀନ ଭାଷାରେ ଗାଳି କରିବା, ପୁରୀ ମନ୍ଦିର ପରିସରରେ ଜିଲ୍ଲା ଏସପିଙ୍କୁ ଗାଳିଗୁଲଜ କରି ବିବାଦଘେରରେ ପ୍ରଶାନ୍ତ ଜଗଦେବ ରହି ଆସିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story