ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କେନ୍ଦ୍ର କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ଏହାରି ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ ସରକାର ଚାଲିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ସଂପ୍ରସାରଣ ଓ ଅଦଳବଦଳ କାମ ସାରି କ୍ୟାବିନେଟରେ ଏସବୁ ରାଜ୍ୟରୁ ପ୍ରତିନିଧିତ୍ୱ ବଢ଼ାଇବା ଲକ୍ଷ୍ୟରେ ଆଗକୁ ବଢୁଛି […]

iop1

iop1

Tapas Behera
  • Published: Saturday, 03 July 2021
  • Updated: 03 July 2021, 09:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କେନ୍ଦ୍ର କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ଏହାରି ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ ସରକାର ଚାଲିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ସଂପ୍ରସାରଣ ଓ ଅଦଳବଦଳ କାମ ସାରି କ୍ୟାବିନେଟରେ ଏସବୁ ରାଜ୍ୟରୁ ପ୍ରତିନିଧିତ୍ୱ ବଢ଼ାଇବା ଲକ୍ଷ୍ୟରେ ଆଗକୁ ବଢୁଛି ମୋଦିଙ୍କ ଥିଙ୍କଟ୍ୟାଙ୍କ । ତେଣୁ ସମ୍ଭାବ୍ୟ ସଂପ୍ରସାରଣର ସ୍ୱରୂପ କଣ ରହୁଛି, କେଉଁ ରାଜ୍ୟରୁ କିଏ ସାମିଲ ହେଉଛନ୍ତି? ଓଡ଼ିଶାରୁ ଆଉ କେଉଁ ନୂଆ ମୁହଁଙ୍କୁ ଟିମ୍ ମୋଦିରେ ଦେଖିବାକୁ ମିଳୁଛି ତାକୁ ନେଇ ଜୋର୍ ଧରିଛି କଳ୍ପନାଜଳ୍ପନା।

ମିନିମମ୍ ଗଭର୍ଣ୍ଣମେଣ୍ଟ, ମାକ୍ସିମମ୍ ଗଭର୍ଣ୍ଣାନ୍ସ । ଦ୍ୱିତୀୟ ପାଳି ଆରମ୍ଭରୁ ଏଯାଏଁ ଏଇ ଧାରାରେ ଚାଲିଆସିଛି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ । କ୍ୟାବିନେଟରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ । ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ପ୍ରଧାନମନ୍ତ୍ରୀଙ୍କ ପାଖରେ ବିକଳ୍ପ ରହିଛି । ତା ଛଡ଼ା ୯ ଜଣ ବରିଷ୍ଠ ମନ୍ତ୍ରୀ ପ୍ରକାଶ ଜାଭଡେକର, ପୀୟୂଷ ଗୋଏଲ୍, ନୀତିନ ଗଡ଼କରି, ଧର୍ମେନ୍ଦ୍ର ପ୍ରଧାନ, ହର୍ଷ ବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ହରଦୀପ ସିଂ ପୁରୀ ଓ ସ୍ମୃତି ଇରାନୀଙ୍କ ନିକଟରେ ଏକାଧିକ ମନ୍ତ୍ରଣାଳୟ ରହିଛି । ଏଭଳି ସ୍ଥିତିରେ ଆଗକୁ ଅର୍ଥାତ୍ ଆସନ୍ତାବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ଭଳି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ।

ତେଣୁ ରଣନୀତି ଅନୁଯାୟୀ ଏସବୁ ରାଜ୍ୟର ନିର୍ବାଚିତ ପ୍ରତିଧିନିଧିଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ବିଜେପିର ରାଜନୈତିକ ଭବିଷ୍ୟତ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ଉତ୍ତରପ୍ରଦେଶକୁ କ୍ୟାବିନେଟରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିପାରେ । ସେହିପରି ପ୍ରଦର୍ଶନ ଆଧାରରେ କିଛି ମନ୍ତ୍ରୀଙ୍କ ବିଭାଗ ବଦଳି ପାରେ ଏବଂ କିଛି ମନ୍ତ୍ରୀଙ୍କୁ ବାଦ୍ ବି ଦିଆଯାଇପାରେ। ତେଣୁ କିଏ ବାଦ୍ ପଡ଼ିବେ, କାହା ବିଭାଗ ବଦଳିବ, ଏକାଧିକ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ପାଖରୁ କେଉଁ କେଉଁ ବିଭାଗ କାଢ଼ି ନିଆଯିବ ତାକୁ ନେଇ ବି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ । ତେବେ ସଂପ୍ରସାରଣରେ ସ୍ଥାନ ପାଇବା ନେଇ ଯେଉଁମାନଙ୍କ ନାଁରେ ସର୍ବାଧିକ ଚର୍ଚ୍ଚା ସେମାନେ ହେଲେ କଂଗ୍ରେସ ଛାଡ଼ି ବିଜେପି ଆସିବା ପରେ ମଧ୍ୟପ୍ରଦେଶରେ ବିଜେପିକୁ କ୍ଷମତାସୀନ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଉତ୍ତରପ୍ରଦେଶରୁ ବରୁଣ ଗାନ୍ଧି ଓ ରୀତାବହୁଗୁଣା ଯୋଶୀଙ୍କ ସହ ମହାରାଷ୍ଟ୍ରରୁ ନାରାୟଣ ରାଣେ ଓ ପୁନମ୍ ମହାଜନ ପ୍ରମୁଖ ଅଛନ୍ତି।

ଏପଟେ କେନ୍ଦ୍ର କ୍ୟାବିନେଟରେ ସମ୍ଭାବ୍ୟ ସଂପ୍ରସାରଣକୁ ଓଡ଼ିଶାରେ ବି ଜୋରଦାର କଳ୍ପନାଜଳ୍ପନା  । ମନ୍ତ୍ରିମଣ୍ଡଳରେ ଏବେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷ଼ଡ଼ଙ୍ଗୀଙ୍କ ଭଳି ଦୁଇ ଜଣଙ୍କ ପ୍ରତିନିଧିତ୍ୱ ଥିଲେ ମଧ୍ୟ ଆଉ ଜଣଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ତୃତୀୟ ବ୍ୟକ୍ତି ଭାବେ ରେସରେ ସବୁଠୁ ଆଗରେ ଅଛନ୍ତି ବିଜେଡି ସମର୍ଥନରେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story