ଭୋଟ୍ ଚିନ୍ତା: ନୂଆ ନାଁରେ ପୁରୁଣା ଯୋଜନା, କର୍ମୀ ତୁଷ୍ଟୀକରଣ ପାଇଁ ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା

ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଏବଂ ପ୍ରତ୍ୟେକ ପ୍ରକଳ୍ପର ପରିମାଣର ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ।

 Naveen Patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 10 July 2023
  • Updated: 10 July 2023, 08:19 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ଓ ଦଳୀୟ କର୍ମୀଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୨୦୧୮ ମସିହାର ‘ଆମ ଗାଁ ଆମ ବିକାଶ’ ଯୋଜନାର ସଂଶୋଧିତ ରୂପରେଖକୁ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂତନ ସଂଶୋଧିତ ରୂପରେଖକୁ ମଞ୍ଜୁରୀ ଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ୪ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଅନୁମତି ଦେଇଛନ୍ତି । ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଏବଂ ପ୍ରତ୍ୟେକ ପ୍ରକଳ୍ପର ପରିମାଣର ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ପଂଚାୟତ ସମିତି ଦ୍ୱାରା ବିଭାଗୀୟସ୍ତରରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଅର୍ଥାତ୍ ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ପ୍ରକଳ୍ପର କାମ ରହିବ, ଯାହାକୁ ସ୍ଥାନୀୟ ଶାସକ ଦଳର କର୍ମୀମାନେ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ‘ଆମ ଗାଁ ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ନୂଆ ରୂପରେଖରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାମକ ଅଭିନବ ପ୍ରୟାସ କରିଛନ୍ତି । ଗ୍ରାମାଂଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଂଚାଇ ରଖିବା, ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ମହିଳା,ଯୁବକ ସଶକ୍ତିକରଣ ହାସଲ  ପାଇଁ ଭିତ୍ତିଭୂମି ବିକାଶ, କ୍ରୀଡ଼ାର ବିକାଶ, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହେବ । ପ୍ରତ୍ୟେକ ପଂଚାୟତ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ । ଏହି ଅର୍ଥରେ ଅଧିକ ସଂଖ୍ୟକ ତୀର୍ଥ ଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀ ବା ଧାର୍ମିକ ପୀଠରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରାଯାଇପାରିବ । ପଂଚାୟତୱାରି ପ୍ରକଳ୍ପ ତାଲିକାକୁ ବ୍ଲକସ୍ତରରେ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତରେ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ବିଭାଗକୁ ପଠାଯିବ । ଏହା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟ ୨.୫୦ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ । ଆବଶ୍ୟକସ୍ଥଳେ ଏହି ପରିମାଣକୁ ପରିବର୍ତ୍ତନ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଉପଯୁକ୍ତ ପ୍ରକ୍ରିୟା ଅନୁସାରେ ପଂଚାୟତସମିତି ଦ୍ୱାରା ବିଭାଗୀୟ ଭାବେ କାର୍ଯ୍ୟକାରୀ ହେବ । ପ୍ରକଳ୍ପର ସ୍ୱଚ୍ଛତା ରଖିବାକୁ ବିଭାଗ ପକ୍ଷରୁ ଏକ ୱେବଆଧାରିତ ଏମଆଇଏସ୍ ଓ ମୋବାଇଲ ଆପ୍ ବିକଶିତ ହେବ ତଥା ପ୍ରତ୍ୟେକ ପ୍ରକଳ୍ପର ଜିଆଇଏସ୍ ଟ୍ୟାଗିଂ କରାଯିବ ।

Also Read

ଚଳିତ ଆର୍ଥିକ ବର୍ଷରେ ପଂଚାୟତରେ ହେବାକୁ ଥିବା ଏହି ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ପଂଚାୟତସମିତି ଦ୍ୱାରା ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା କରାଇବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ୍ ଦୀର୍ଘବର୍ଷ ଧରି ଗ୍ରାମସଭା, ପଲ୍ଲୀସଭାକୁ ପଙ୍ଗୁ କରି ରଖିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ପ୍ରକଳ୍ପ କାର୍ଯ୍ୟକୁ ରଖି ବାସ୍ତବ କ୍ଷେତ୍ରରେ ଦଳୀୟ କର୍ମୀମାନଙ୍କୁ ଏସବୁର କାର୍ଯ୍ୟ କରିବାକୁ ଅନୁମତି ଦେବେ । ଯାହାକି ଖୋଲାଖୋଲି ଭାବେ କର୍ମୀ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ଜଳଜଳ ଦୃଶ୍ୟମାନ ହେଉଛି । ‘ଆମ ଗାଁ ଆମ ବିକାଶ ଯୋଜନା’ର ପ୍ରକଳ୍ପ କାର୍ଯ୍ୟକୁ ସମାନ ଢଙ୍ଗରେ ରାଜ୍ୟର ବିଜେଡି ସରକାର  ୨୦୧୯ ସାଧାରଣ ର୍ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀମାନଙ୍କୁ ବଂଟନ କରିଥିଲେ । ଏହି ଯୋଜନାରେ ପ୍ରାୟ ୧୮୦୦କୋଟି ଟଙ୍କା ବ୍ୟୟ କରିଥିବା ରାଜ୍ୟ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । କେବଳ ଦଳୀୟ କର୍ମୀ ତୁଷ୍ଟୀକରଣ ନୀତି ଯୋଗୁ ୨୦୧୮ ମସିହାରେ ମଞ୍ଜୁରୀ ପାଇଥିବା ପ୍ରକଳ୍ପ(ଆମ ଗାଁ ଆମ ବିକାଶ)ର ପ୍ରାୟ ୪୦ ପ୍ରତିଶତ ଏବେବି ଅଧୁରା ରହିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story