ଅପବିତ୍ର ହୋଇଥିଲା କି ବିଧାନସଭା? ପଡ଼ିଲା ଗଙ୍ଗା ଜଳ ଓ ଗୋବର ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଙ୍ଗା ଜଳ ଓ ଗୋବର ପାଣିରେ ପବିତ୍ର ହେଲା ବିଧାନସଭା। ରାସ୍ତାରେ ଝାଡୁ ମାରିଲେ ଓ ଦୀପ ଜାଳିଲେ। ଆଉ ଆମ୍ବ ଡାଳିଆରେ ପାଣି ଛିଞ୍ଚିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରି ଆଜି ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଏମିତି କରିଛନ୍ତି। କଳାହାଣ୍ଡିର ବହୁ ଚର୍ଚ୍ଚିତ ସନସାଇନ୍ ସ୍କୁଲ ଶି‍କ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବିରୋଧୀ ଏପରି କରିଛନ୍ତି। ଉଭୟ ଗୃହ […]

BJP

BJP

Ordigital Desk
  • Published: Friday, 03 December 2021
  • Updated: 03 December 2021, 05:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଙ୍ଗା ଜଳ ଓ ଗୋବର ପାଣିରେ ପବିତ୍ର ହେଲା ବିଧାନସଭା। ରାସ୍ତାରେ ଝାଡୁ ମାରିଲେ ଓ ଦୀପ ଜାଳିଲେ। ଆଉ ଆମ୍ବ ଡାଳିଆରେ ପାଣି ଛିଞ୍ଚିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରି ଆଜି ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଏମିତି କରିଛନ୍ତି। କଳାହାଣ୍ଡିର ବହୁ ଚର୍ଚ୍ଚିତ ସନସାଇନ୍ ସ୍କୁଲ ଶି‍କ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବିରୋଧୀ ଏପରି କରିଛନ୍ତି। ଉଭୟ ଗୃହ ବାହାରେ ଓ ଗୃହ ଭିତରେ ଦିବ୍ୟଶଙ୍କରଙ୍କୁ ଖୋଲାଖୋଲି ଭାବେ ବିରୋଧ କରୁଛି ଦଳ।

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ଥିବାବେଳେ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାକୁ ମନ୍ତ୍ରୀ ଅପବିତ୍ର କରିଥିବା ବିଜେପି ଅଭିଯୋଗ କରିଛି। ତେଣୁ ବିଧାନସଭା ପରିସରକୁ ଗୋବର ଓ ଗଙ୍ଗାଜଳରେ ଶୌଚ କରାଯାଇ ପବିତ୍ର କରାଯାଉଥିବା ଦଳ କହିଛି।

ଗତ ତିନି ଦିନ ହେଲା ବିଧାନସଭାରେ ଦେଖିବାକୁ ମିଳିଥିଲା ମମିତା ଝଡ଼। ଯେଉଁଥିପାଇଁ ଚାଲିପାରୁ ନାହିଁ ବିଧାନସଭା। ଆଜି ମଧ୍ୟ ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ। ତେଣୁ ପ୍ରଥମେ ସାଢେ ୧୧ଟା ଓ ପରେ ୪ଟା ପ୍ରର୍ଯ୍ୟନ୍ତ ଗୃହକୁ ମୂଲତବି ରଖିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସେପଟେ ବିଧାନସଭାରେ ଗୋବର ପାଣି ସିଞ୍ଚିବାକୁ ନେଇ ଜବାବ ରଖିଛି ବିଜେଡି। ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଥମେ ବିଜେପି ଲୋକସଭା ଓ ଉତ୍ତରପ୍ରଦେଶ ବିଧାନସଭାକୁ ଶୁଦ୍ଧି କରନ୍ତୁ। ଉତ୍ତରପ୍ରଦେଶ ଓ ଲୋକସଭାରେ ଅନେକ ନର ହତ୍ୟାକାରୀ ଥିବା ବେଳେ ଗଙ୍ଗା ନଦୀ ମଧ୍ୟ ସେଠାରୁ ପାଖ ବୋଲି କହିଛନ୍ତି ପ୍ରମିଳା। କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଥାଇ ମଧ୍ୟ ସେ ଯଦି ସଂସଦ ଆସୁଛନ୍ତି, ତା’ହେଲେ ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ଶାସକ ଦଳ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏଭଳି ଆଚରଣ କରୁଥିବା ଅଭିଯୋଗ କରିଛି ଦଳ।

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଗୋଳିଆ ପାଣିର ଫାଇଦା ଉଠାଇବାକୁ ଚାହୁଁଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ଖୁବ ଶୀଘ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ପାଇଁ ଦାବି କରିଛି କଂଗ୍ରେସ। ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତା’ହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ ବୋଲି ନରସିଂହ କହିଛନ୍ତି। ଗତକାଲି ମଧ୍ୟ ଏହି ଘଟଣାରେ ଡିଜିପିଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ। ଘଟଣାରେ ଏସଆଇଟି ତଦନ୍ତ ଦାବି କରିବା ସହ ମନ୍ତ୍ରୀଙ୍କ ବିରୋଧରେ କାହିଁକି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ସେପଟେ ଭୁବନେଶ୍ୱର ଜିଲ୍ଲା ବିଜେପି ମଧ୍ୟ ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ କରିଥିଲା ଅଭିନବ ପ୍ରତିବାଦ। ନିଦା ବିଷ୍ଣୁଙ୍କ ପରି ଶୋଇଥିବା ରାଜ୍ୟ ସରକାରଙ୍କୁ ଉଠାଇବା ପାଇଁ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲା ବିଜେପି। ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ ନବୀନ ସରକାରଙ୍କ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି। ମମିତା ମେହେର ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ତେଜୁଥିବା ବେଳେ ଆସନ୍ତା ୯ ତାରିଖରେ ବିଧାନସଭା ଘେରିବାକୁ ଚେତାବନୀ ଦେଇଛି ବିଜେପି ଯୁବ ମୋର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story