‘କଳିଆ’ ଟଙ୍କା ଛାଡ଼ ପାଇଁ ଦାବି କଲେ ବିରୋଧୀଦଳ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ରାଜ୍ୟ ସରକାର। ସେତେବେଳେ ଯୋଗ୍ୟ ଓ ଅଯୋଗ୍ୟ ନପରଖି ସମସ୍ତଙ୍କୁ କାଳିଆ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ନିର୍ବାଚନ ପରେ ଯାଞ୍ଚ କରି ଅଯୋଗ୍ୟ ଚାଷୀଙ୍କଠାରୁ ଦେଇଥିବା ଅର୍ଥ ଫେରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧରେ ସମ୍ମୁଖୀନ ହେବା ପରେ ସରକାର କାଳିଆ […]

bjp0099

bjp0099

Manoranjan Sial
  • Published: Monday, 10 August 2020
  • Updated: 10 August 2020, 04:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ରାଜ୍ୟ ସରକାର। ସେତେବେଳେ ଯୋଗ୍ୟ ଓ ଅଯୋଗ୍ୟ ନପରଖି ସମସ୍ତଙ୍କୁ କାଳିଆ ଅର୍ଥ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ନିର୍ବାଚନ ପରେ ଯାଞ୍ଚ କରି ଅଯୋଗ୍ୟ ଚାଷୀଙ୍କଠାରୁ ଦେଇଥିବା ଅର୍ଥ ଫେରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧରେ ସମ୍ମୁଖୀନ ହେବା ପରେ ସରକାର କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ସେ କହିଛନ୍ତି, କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ନୁହେଁ, ଛାଡ଼ କରନ୍ତୁ। ଲୋକେ ଟଙ୍କା ମାଗିନଥିଲେ, ନିର୍ବାଚନ ପାଇଁ ରାଜ୍ୟ ସରକାର ଟଙ୍କା ଜାଚି ଚାଷୀଙ୍କୁ ଦେଇଥିଲେ। ତତ୍କାଳୀନ କୃଷି ମନ୍ତ୍ରୀ ସମସ୍ତଙ୍କୁ ଯୋଗ୍ୟ ବୋଲି ଦର୍ଶାଇଥିଲେ। ଏବେ ଅଯୋଗ୍ୟ ଆସିଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଚୟନ ପ୍ରକ୍ରିୟାରେ ତ୍ରୁଟି ରଖିଥିବା ବ୍ୟକ୍ତିଙ୍କଠୁ କାଳିଆ ଟଙ୍କା ଆଦାୟ କରାଯାଉ ବୋଲି ସେ କହିଛନ୍ତି।

ବିରୋଧୀ ଦଳ ନେତାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

କରୋନା ମହାମାରୀ ଓ ଖରିଫ ଚାଷ ସମୟ ହୋଇଥିବାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ ଦୁଇଟି କିସ୍ତିରେ ଚାଷୀଙ୍କୁ ୫ ହଜାର କରି ୧୦ ହଜାର ଟଙ୍କା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos