ଆଗରୁ ଭିତିରିଆ ହେଉଥିଲା ଏବେ ଖୁଲମଖୁଲା ହସ୍ତକ୍ଷେପ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ଭି. କେ ପାଣ୍ଡିଆନ। କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇ ସବୁ କଥାରେ ମୁଣ୍ଡ ଖେଳାଇବେ। ଉଭୟ ଦଳ ଓ ସରକାରରେ ସିଧା ମାମଲତକାର ହେବେ। ତାଙ୍କୁ କ୍ଷମତାଶାଳୀ କରି ରଖିବାକୁ ସରକାର ଚାହୁଁଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। କେଉଁଠି ନା କେଉଁଠି ଏଭଳି ଏକ ସଂକେତ ଦିଆଯାଉଛି।