କୋଭିଡ୍ ଦୁର୍ନୀତି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି ସରକାର: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ମୁକାବିଲା ପାଇଁ ଉପକରଣ କିଣାରେ ଦୁର୍ନୀତି ହୋଇଥିବା ନେଇ ଗତ ଦୁଇମାସ ଧରି ବିଭିନ୍ନ ରାଜନୀତିକ ଦଳ କହୁଥିଲେ ମଧ୍ୟ ସରକାର କାହିଁକି ଏହାର ତଦନ୍ତ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, କୋଭିଡ-୧୯ ମୁକାବିଲା ପାଇଁ ସାମଗ୍ରୀ ଓ ଉପକରଣ କିଣିବାବେଳେ ସରକାର କୌଣସି ନିୟମକାନୁନ ମାନିନାହାନ୍ତି। ସ୍ୱାସ୍ଥ୍ୟ ବିଭାଗରେ କୋଟିକୋଟି ଟଙ୍କାର ଦୁର୍ନୀତି ମଧ୍ୟ ହୋଇଛି। […]

niranjan-1

Manoranjan Sial
  • Published: Monday, 10 August 2020
  • , Updated: 10 August 2020, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ମୁକାବିଲା ପାଇଁ ଉପକରଣ କିଣାରେ ଦୁର୍ନୀତି ହୋଇଥିବା ନେଇ ଗତ ଦୁଇମାସ ଧରି ବିଭିନ୍ନ ରାଜନୀତିକ ଦଳ କହୁଥିଲେ ମଧ୍ୟ ସରକାର କାହିଁକି ଏହାର ତଦନ୍ତ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, କୋଭିଡ-୧୯ ମୁକାବିଲା ପାଇଁ ସାମଗ୍ରୀ ଓ ଉପକରଣ କିଣିବାବେଳେ ସରକାର କୌଣସି ନିୟମକାନୁନ ମାନିନାହାନ୍ତି। ସ୍ୱାସ୍ଥ୍ୟ ବିଭାଗରେ କୋଟିକୋଟି ଟଙ୍କାର ଦୁର୍ନୀତି ମଧ୍ୟ ହୋଇଛି। ଏହି ଦୁର୍ନୀତି ସମ୍ପର୍କରେ କଂଗ୍ରେସ ସମେତ ବିଭିନ୍ନ ରାଜନୀତିକ ଦଳର ବ୍ୟକ୍ତିମାନେ ସ୍ୱର ଉଠାଇଛନ୍ତି। କିନ୍ତୁ ସରକାର ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଓଲଟା ଏକ ନିର୍ଦ୍ଦିଷ୍ଟ ସମ୍ବାଦ ପରିବହନ ସଂସ୍ଥା ଦ୍ୱାରା ଦୁଇଜଣଙ୍କର କଥୋପକଥନକୁ ପ୍ରସାରଣ କରାଯିବା ଉପରେ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି। ଏହି କଥୋପକଥନକୁ ମନଗଢ଼ା ବୋଲି କହି ସରକାର ଯେପରି ତୁରନ୍ତ ପଦକ୍ଷେପ ନେଇ ସେହି ଦୁଇଜଣ ବ୍ୟକ୍ତିଙ୍କୁ ଜୁଡିସିଆଲ କଷ୍ଟଡିକୁ ନେଲେ ଠିକ୍ ସେହିପରି କୋଭିଡ୍ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଏପରିକି ଏହି ଦୁର୍ନୀତି ମାମଲାରେ ସରକାର ମଧ୍ୟ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନୋଟିସକୁ ଗୁରୁତ୍ୱ ଦେଉନାହାନ୍ତି। ଲୋକାୟୁକ୍ତଙ୍କ ପାଖରେ ସରକାରଙ୍କ ପକ୍ଷରୁ କେହି ଉପସ୍ଥିତ ରହୁନାହାନ୍ତି କି କୌଣସି ଉତ୍ତର ମଧ୍ୟ ଦେଉନାହାନ୍ତି। ତେଣୁ କୋଭିଡ୍ ପରିଚାଳନାରେ ଦୁର୍ନୀତି ହୋଇଛି ବୋଲି ଲୋକଙ୍କ ମନରେ ଯଥେଷ୍ଟ ସନ୍ଦେହ ସୃଷ୍ଟି ହୋଇଛି। ସରକାର ଏହି ଅଭିଯୋଗକୁ ସାମ୍ନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଭିଡିଓ ଭାଇରାଲ କ୍ଷେତ୍ରରେ ସରକାର ଯେମିତି ତୁରନ୍ତ ପଦକ୍ଷେପ ନେଇ ଏହା ମନଗଢ଼ା ବୋଲି ଜାଣିପାରିଲେ ଠିକ୍ ସେହିପରି କୋଭିଡ-୧୯ ଦୁର୍ନୀତିର ପର୍ଦ୍ଦାଫାସ୍ କରିବା ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଗତ ଦୁଇ ତିନିଦିନ ଧରି କୋଭିଡ୍ – ୧୯ର ପରିଚାଳନାକୁ ନେଇ ବହୁ ତର୍କ ବିତର୍କ ଚାଲିଛି। ଏକ ନିର୍ଦ୍ଦିଷ୍ଟ ସମ୍ବାଦ ସରାବରାହ ସଂସ୍ଥାକୁ ନୋଟିସ୍ ପଠାଇ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story