ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି: ରାଜ୍ୟରେ ଭୟାବହ ସ୍ଥିତିକୁ ଯାଉଛି କରୋନା ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ଏକ ଭୟାବହ ସ୍ଥିତିକୁ ଯାଉଛି। ତେଣୁ ବିଭିନ୍ନ ରାଜନୀତିକ ଦଳ,ସାମାଜିକ ସଂଗଠନ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି କରୋନା ସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହାସହିତ ସେ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି […]

naveen

naveen

Manoranjan Sial
  • Published: Friday, 31 July 2020
  • Updated: 31 July 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ଏକ ଭୟାବହ ସ୍ଥିତିକୁ ଯାଉଛି। ତେଣୁ ବିଭିନ୍ନ ରାଜନୀତିକ ଦଳ,ସାମାଜିକ ସଂଗଠନ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଆଲୋଚନା କରି କରୋନା ସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହାସହିତ ସେ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଏକ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଯିବାର ଯଥେଷ୍ଟ ଆଶଙ୍କା ଅଛି। କରୋନା ସଂକ୍ରମଣର ମୁକାବିଲାରେ ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି। ସରକାରର ମୁଖ୍ୟ ଭାବେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବାକୁ ସେ କହିଛନ୍ତି। ରାଜ୍ୟରେ ସଂକ୍ରମଣ ପ୍ରତିହତ କରିବାକୁ ସେ କଂଗ୍ରେସ ଦଳ ପକ୍ଷରୁ ୪ଟି ପ୍ରସ୍ତାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି।

ସେହି ପ୍ରସ୍ତାବଗୁଡ଼ିକ ହେଲା ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅତିକମରେ ୨୫ହଜାର କରାଯାଉ। କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉ। ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ। ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡ଼ିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ। ସେହିପରି ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ଭେ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ। ସେହିପରି ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଇ ମେଡିକାଲ ଓ ଜୀବନ ରକ୍ଷାକାରୀ ଉପକରଣଗୁଡ଼ିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ। କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ।

ଏହାସହିତ ଯେଉଁ ବ୍ୟକ୍ତି ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହାନ୍ତି ତାଙ୍କ ପାଇଁ ବି ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ସମସ୍ତଙ୍କୁ ଚିକିତ୍ସାପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ। ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ଗୁଡ଼ିକରେ ୨୦% ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ। ଚିକିତ୍ସାର ଗୁଣାତ୍ମକ ଦିଗଟି ସରକାରଙ୍କ ତତ୍ତ୍ୱାବଧାନରେ ହେଉ, କିନ୍ତୁ ପାଇଥିବା ସୁବିଧା ବଦଳରେ ରୋଗୀର ପରିବାର ଅର୍ଥ ଖର୍ଚ୍ଚ କରି ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ପାଉ। ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ହସ୍ପିଟାଲମାନେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଦେବା ଆରମ୍ଭ କରିଛନ୍ତି କିନ୍ତୁ ଓଡ଼ିଶାରେ ହୋଇନାହିଁ। ଏଣୁ ଏହି ବିଷୟରେ ଗୁରୁତ୍ୱର ସହ ବିଚାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟରେ ଏହି ଭୟଙ୍କର ସଂକ୍ରମଣରୁ ରାଜ୍ୟକୁ ରକ୍ଷା କରିବା ପାଇଁ ସରକାର ଖୋଲା ହୃଦୟରେ ବିଭିନ୍ନ ରାଜନୀତିକ ଦଳ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଏହାର ପରିଚାଳନା ମୁଷ୍ଟିମେୟ ଅଧିକାରୀଙ୍କ ହାତରେ ଛାଡ଼ିନଦେବାକୁ ଶ୍ରୀ ପଟ୍ଟନାୟକ ଚିଠି ଲେଖି ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story