ମହିଳା ଏସଏଚଜିଙ୍କୁ ସୁଧଛାଡ଼: କାହାର କେତେ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ୧୨୫କୋଟି ଟଙ୍କାର ସୁଧରିହାତି ଦେଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ଏହି ସୁଧ ରିହାତିରେ କାହାର କେତେ ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ୧୨୫କୋଟି ଟଙ୍କାର ସୁଧ ରିହାତିରେ କେନ୍ଦ୍ର ସରକାରଙ୍କର ୮୮କୋଟି ଓ ରାଜ୍ୟର ମାତ୍ର ୩୭କୋଟି ଟଙ୍କା ବୋଲି ବିଜେପି ଅଭିଯୋଗ କରିଥିବାବେଳେ ବିଜେଡି ଏହାକୁ କଟାକ୍ଷ କରିଛି । ଯେଉଁମାନେ ଲୋକଙ୍କ ଦ୍ୱାରା […]

shg

shg

Ordigital Desk
  • Published: Tuesday, 10 January 2023
  • Updated: 10 January 2023, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ୧୨୫କୋଟି ଟଙ୍କାର ସୁଧରିହାତି ଦେଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ଏହି ସୁଧ ରିହାତିରେ କାହାର କେତେ ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ୧୨୫କୋଟି ଟଙ୍କାର ସୁଧ ରିହାତିରେ କେନ୍ଦ୍ର ସରକାରଙ୍କର ୮୮କୋଟି ଓ ରାଜ୍ୟର ମାତ୍ର ୩୭କୋଟି ଟଙ୍କା ବୋଲି ବିଜେପି ଅଭିଯୋଗ କରିଥିବାବେଳେ ବିଜେଡି ଏହାକୁ କଟାକ୍ଷ କରିଛି । ଯେଉଁମାନେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ସେମାନେ ଏଭଳି ଅଭିଯୋଗ ଆଣନ୍ତି ବୋଲି ବିଜେଡି କହିଛି।

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମହିଳା ମିଶନ ଶକ୍ତି ସୁଧ ରିହାତି ପଛରେ କେନ୍ଦ୍ରର ଶ୍ରେୟ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ନାବାର୍ଡ ମାଧ୍ୟମରେ କେନ୍ଦ୍ର ସରକାର ଋଣ ଦେଉଛନ୍ତି । ମୋଟ ସୁଧ ରାଶିର ୭ ପ୍ରତିଶତ କେନ୍ଦ୍ର ସରକାର ଦେଉଥିବାବେଳେ ୪ ପ୍ରତିଶତ ରାଜ୍ୟ ସରକାର ଦେଉଛନ୍ତି । ନବୀନ ପଟ୍ଟନାୟକ ୧୨୫ କୋଟି ଟଙ୍କା ସୁଧଛାଡ଼ରୁ କେନ୍ଦ୍ର ୮୮କୋଟି ଟଙ୍କା ଛାଡ଼ କରିଛି । ମାତ୍ର ୩୭କୋଟି ଛାଡ଼ କରି ବିଜେଡି ସବୁ ଶ୍ରେୟ ନେବାକୁ ଚାହୁଁଛି । ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ୱ ଜନକଲ୍ୟାଣ ଯୋଜନା ନାହିଁ।

କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ଏବଂ ମୁଖ୍ୟମନ୍ତ୍ରୀ ନିଜର ଫଟୋଚିତ୍ର ଦେଇ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡିଶାରେ ୭ଲକ୍ଷ ସ୍ୱୟଂ ସହାୟକା ଗୋଷ୍ଠୀ ଗଠନ କରି ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଇଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି । ବାସ୍ତବରେ ୮୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ କାମରେ ନିୟୋଜିତ ଥିବାବେଳେ ମାତ୍ର ୫୯,୪୦୪ ଏସଏଚଜି ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହା ଓଡିଶାରେ ପଞ୍ଜିକୃତ ହୋଇଥିବା ଏସଏଚଜିର ମାତ୍ର ୮ପ୍ରତିଶତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତ ଯୋଜନାକୁ ନିଜ ନାମ କରି ବାଃ ବାଃ ନେବା ବନ୍ଦ କରନ୍ତୁ ଏହି କଥାକୁ ବିଜେପି ଦୃଢ଼ ନିନ୍ଦା କରୁଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତିି । ବାସ୍ତବରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା ହେଉଛି କେନ୍ଦ୍ର ସରକାରଙ୍କର ଜାତୀୟ ଜୀବିକା ମିଶନର ଏକ ଜାତୀୟ କାର୍ଯ୍ୟକ୍ରମ । ଓଡ଼ିଶା ସମେତ ଦେଶର ୭୧୧ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିଛି । ଓଡିଶାର ସମସ୍ତ ବ୍ଲକ ସମେତ ପୁରା ଦେଶର ୬୮୬୧ଟି ବ୍ଲକରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆର୍ଥିକ ଲାଭ ପାଉଛନ୍ତି।

ଓଡ଼ିଶାର ସମସ୍ତ ଗୋଷ୍ଠୀ ସହିତ ସମଗ୍ର ଦେଶରେ ୩୩ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମୋଟ ୪ଲକ୍ଷ ୭୫ହଜାର ୨୧୫କୋଟିର ରିଭଲଭିଙ୍ଗ ଫଣ୍ଡ ଦିଆଯାଉଛି । ମାତ୍ର ଓଡିଶାରେ ବିଜେଡି ସରକାର ଏହାକୁ ଆମେ ଦେଉଛୁ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ବିଭାଗୀୟ ସଚିବ ସୁଜାତା କାର୍ତିକେୟନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ‘ଇନକମ୍ ଜେନେରେଟିଙ୍ଗ ରିପୋର୍ଟ ଦେଇ ପାରିବେ କି? ମହିଳାଙ୍କ ଆର୍ଥିକ ସ୍ଥିତିରେ ସ୍ୱାବଲମ୍ବୀ ଆସିଛି କି? ଏଠାରେ ୨୩ବର୍ଷର ସ୍ଥିର ସରକାର ହେଲେ ବିଚଳିତ ମନ । ଏହା ହୀନମନ୍ୟତାର ପରିଚୟ । ମାଗଣା ଚାଉଳ, ଆବାସ, ଜନନୀ ସୁରକ୍ଷା, ରାଉଲକେଲାକୁ ବିମାନ ଉଡ଼ାଣ ପରି ଏଠି ବି ହୀନ ରାଜନୀତି । ଏହି ହିସାବକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଗାଁ ଗାଁ ପଡ଼ାକୁ ଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଯେଉଁମାନେ କାର୍ଯ୍ୟ କରିବାରେ ଅକ୍ଷମ ଓ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଉଛନ୍ତି ସେମାନେ ଏଭଳି ଅଭିଯୋଗ କରନ୍ତି । ବିଜେଡି ସରକାର ରାଜ୍ୟର ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ବିଶେଷକରି ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ରାଜ୍ୟର ଲୋକମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଦୀର୍ଘବର୍ଷ ଧରି ଆସ୍ଥା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story