Advertisment

ମୁଖ୍ୟମନ୍ତ୍ରୀ ସରକାରୀ ମେଡିକାଲ୍‌ ନଯାଇ କାହିଁକି ଘରୋଇ ହସ୍ପିଟାଲ ଯାଉଛନ୍ତି?

‘ଓଡ଼ିଶାରେ ଆୟୁଷ୍ମାନ ଯୋଜନାରେ ୭୨୫୧ ୱେଲନେସ୍‌ ସେଣ୍ଟର ରହିଛି। କିନ୍ତୁ ସେହି ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇଛନ୍ତି।’

BJD

BJD

Advertisment

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କ ସଂଖ୍ୟା ବଢ଼ିଛି, ସ୍ଵାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶାରେ ସ୍ଵାସ୍ଥ୍ୟ ସେବା ବିଶ୍ଵ ସ୍ତରୀୟ। ତା’ହେଲେ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ହସ୍ପିଟାଲ ନଯାଇ କାହିଁକି ଘରୋଇ ହସ୍ପିଟାଲ ଯାଉଛନ୍ତି? ଆଜି ଏଭଳି ପ୍ରଶ୍ନ ପଚାରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Advertisment

ସେ କହିଛନ୍ତି, ୨୫ ବର୍ଷର ଶାସନ ପରେ ମଧ୍ୟ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ୭୨୭୬ ଡ଼ାକ୍ତର, ୧୭୩୫୮ ନର୍ସ, ୯୯୮ ଫାର୍ମାସିଷ୍ଟ ଓ ୧୨ଟି ସରକାରୀ ସରକାରୀ ମେଡ଼ିକାଲରେ ୭୪ ପ୍ରଫେସର ପଦବୀ ଖାଲି ପଡ଼ିଛି। ରାଜ୍ୟର ୩ଟି ମେଡିକାଲକୁ ବିଶ୍ଵ ସ୍ତରୀୟ କରାଯିବ ବୋଲି ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରେ ବିଜେଡି କହିଥିଲା। ହେଲେ ସେଇଟା ପାଣିର ଗାର ହୋଇ ରହିଯାଇଛି। କଟକ ଏସ୍‌ସିବିରେ ପାଣି ପାଇଁ ହାହାକାର ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଆୟୁଷ୍ମାନ ଯୋଜନାରେ ୭୨୫୧ ୱେଲନେସ୍‌ ସେଣ୍ଟର ରହିଛି। କିନ୍ତୁ ସେହି ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କୋଭିଡ୍‌ ଭଳି ମହାମାରୀର ମୁକାବିଲା ହୋଇପାରିଲା। ଏଠି କିନ୍ତୁ ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ। ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାମ ରାଉତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଚିକିତ୍ସା ମିଳିଲାନି। ଘରୋଇ ହସ୍ପିଟାଲକୁ ଗଲେ। ସେହିଭଳି ଆଉ ଜଣେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମିତିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ନବ ଦାସ ମଧ୍ୟ ଗୁଳି ଖାଇ ଘରୋଇ ହସ୍ପିଟାଲ ଗଲେ। ଯଦି ରାଜ୍ୟ ସରକାର କହୁଛନ୍ତି ଆମ ସ୍ୱାସ୍ଥ୍ୟ ସେବା ବିଶ୍ୱସ୍ତରୀୟ, ତା’ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବି ବଦଳରେ କାହିଁକି ମେଦାନ୍ତକୁ ଯାଉଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।

Advertisment
BjD Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe