ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବବି; କହିଲେ- ଦମ୍‌ ଅଛି ତ ପ୍ରମାଣ ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ। ଏହାର ଜବାବ ଦେଇଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଭାଇ ଅଶେଷ ଧନ୍ୟବାଦ। ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା […]

Pranab and Dharmendra

Pranab and Dharmendra

Manoranjan Sial
  • Published: Friday, 19 November 2021
  • Updated: 19 November 2021, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କହିଛନ୍ତି, ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ। ଏହାର ଜବାବ ଦେଇଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଭାଇ ଅଶେଷ ଧନ୍ୟବାଦ। ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏବେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ଯଦି ଆପଣ ଓ ଆପଣର ଦଳ ଦମ୍‌ ଅଛି, ତାହାହେଲେ ପୁଲିସ କିମ୍ବା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ। ଇସ୍ତଫା ଛାଡ଼ନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ।”

https://twitter.com/pranabpdas/status/1461690284597817344?s=20

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କରିଥିବା ଆଉ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, “ଭାଇ, ଟ୍ରେନ୍‌ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି। ଆପଣଙ୍କ ମନ୍ତ୍ରିମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି?”

https://twitter.com/pranabpdas/status/1461689492130119690?s=20

ଶ୍ରୀ ଦାସ ଟ୍ୱିଟ୍‌ କରି ଆହୁରି ଲେଖିଛନ୍ତି, “ମାନ୍ୟବର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା। ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା”

https://twitter.com/pranabpdas/status/1461689257798639617?s=20

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ ବୋଲି ସେ କହିଛନ୍ତି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନୈତିକତା କୁଆଡେ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ମମିତାଙ୍କ ପରିବାର ଦ୍ୱାରା ହାଇକୋର୍ଟରେ ରୁଜୁ ମାମଲା ପ୍ରାୟୋଜିତ ବୋଲି ସେ ଅଭିଯୋଗ କରିଛନ୍ତି। ଚାର୍ଜସିଟ୍ ଦାଖଲର ସମୟ ହୋଇନଥିଲେ ମଧ୍ୟ କେଉଁ ଡ଼ର ଘାରିଛି ଓ ମମିତାଙ୍କ ମାଆ ଓ ବାପାଙ୍କର କାହିଁକି ଧାରା ସିଆର୍‌ପିସିର ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ବୟାନ ରେକର୍ଡ କରାଯାଇନି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story