କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମୋକିମଙ୍କୁ କାରଣଦର୍ଶାଅ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଆଜି ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ୍ ବିକ୍ରି ହୋଇଗଲା ବୋଲି ସେମାନେ ଗଣମାଧ୍ୟମରେ ବିବୃତ୍ତି ଦେଇଥିବା କାରଣରୁ ସେମାନଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି । ଉଭୟ ନେତାଙ୍କୁ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, […]

Congress

Ordigital Desk
  • Published: Wednesday, 21 December 2022
  • , Updated: 21 December 2022, 10:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଆଜି ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ୍ ବିକ୍ରି ହୋଇଗଲା ବୋଲି ସେମାନେ ଗଣମାଧ୍ୟମରେ ବିବୃତ୍ତି ଦେଇଥିବା କାରଣରୁ ସେମାନଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି । ଉଭୟ ନେତାଙ୍କୁ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କ ଅଧ୍ୟକ୍ଷତାରେ ଗତ ଦୁଇଦିନ ତଳେ ବସିଥିବା ବୈଠକରେ ଏହି ଦୁଇ ବିଧାୟକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି କାରଣଦର୍ଶାଅ ନୋଟିସ୍ ଜାରି ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, କଂଗ୍ରେସର କ୍ଷତି କଲାଭଳି ସେ କିଛି କହିନାହାନ୍ତି । ୨୮ହଜାର କଂଗ୍ରେସ ଭୋଟ୍ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା କ’ଣ ଭୁଲ? ସେ କଂଗ୍ରେସର ସଚ୍ଚା କର୍ମୀ ଓ ଦଳର କେବେ କ୍ଷତି ଚାହିଁବେ ନାହିଁ । ଯେଉଁ ନୋଟିସ୍ ଆସିଛି ତା’ର ଜବାବ ସେ ଦେବେ ।

ସେହିପରି ଗତ ଜୁଲାଇ ୨୨ତାରିଖରେ ଦଳୀୟ ଶୃଙ୍ଖଳା ଭଙ୍ଗ ନୋଟିସ୍ ପାଇଥିବା ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟ ଅନୁରୂପ ଭାବେ ଆଜି ଆଉ ଗୋଟିଏ ନୋଟିସ୍ ଜାରି ହୋଇଛି । ତେବେ ସେ ଏହି ନୋଟିସକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଅପ୍ରିୟ ସତ କଥା ସେ କହିଛନ୍ତି । କଂଗ୍ରେସର ଦୁର୍ଦ୍ଦିନରେ ଲୋକଙ୍କ ସହ ଯୋଡ଼ି ହେବାକୁ କହିବା ପରିବର୍ତ୍ତେ ଆମକୁ ଦଳ ଛାଡ଼ିବା ପାଇଁ କୁହାଯାଉଛି । ସେ ନୋଟିସର ମଧ୍ୟ ଜବାବ ଦେବେ ବୋଲି କହିଛନ୍ତି ।

Related story