ହଜମ ହେଲାନି ମଞ୍ଜ କଥା, ଘର ଭିତରୁ ବାଜିଲା ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିଜ ଘର ଅର୍ଥାତ ଦଳର ହାଲଚାଲ କହି ଚର୍ଚ୍ଚାରେ ସୌମ୍ୟ ପଟ୍ଟନାୟକ। ଦଳୀୟ ନେତାଙ୍କୁ ହଜମ ହେଉନି ମଞ୍ଜ କଥା।  ନିଜ ଦଳର ଗୁମର ଖୋଲି ବିଜେଡି ସରକାରକୁ ଘାଇଲା କରୁଥିବା ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆରମ୍ଭ ହୋଇଛି କାଉଣ୍ଟର ଆଟାକ୍‌। ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ସେଇ ଖଣ୍ଡପଡ଼ାର ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ। କହିଛନ୍ତି ସୌମ୍ୟ ପଟ୍ଟନାୟକ ମନ୍ତ୍ରୀ ପଦ ପାଇ ନଥିବାରୁ ହତୋତ୍ସାହିତ ହୋଇଛନ୍ତି। ଆଜି ସମ୍ବାଦ […]

soumya

soumya

Tapas Behera
  • Published: Monday, 01 November 2021
  • Updated: 01 November 2021, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିଜ ଘର ଅର୍ଥାତ ଦଳର ହାଲଚାଲ କହି ଚର୍ଚ୍ଚାରେ ସୌମ୍ୟ ପଟ୍ଟନାୟକ। ଦଳୀୟ ନେତାଙ୍କୁ ହଜମ ହେଉନି ମଞ୍ଜ କଥା।  ନିଜ ଦଳର ଗୁମର ଖୋଲି ବିଜେଡି ସରକାରକୁ ଘାଇଲା କରୁଥିବା ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆରମ୍ଭ ହୋଇଛି କାଉଣ୍ଟର ଆଟାକ୍‌। ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ସେଇ ଖଣ୍ଡପଡ଼ାର ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ। କହିଛନ୍ତି ସୌମ୍ୟ ପଟ୍ଟନାୟକ ମନ୍ତ୍ରୀ ପଦ ପାଇ ନଥିବାରୁ ହତୋତ୍ସାହିତ ହୋଇଛନ୍ତି। ଆଜି ସମ୍ବାଦ ଖବରକାଗଜରେ ନିଜ ସମ୍ପାଦକୀୟ  ନିୟମିତ ସ୍ତମ୍ବ ‘ଆମ ଘରର ହାଲ ଚାଲ’ରେ ସୌମ୍ୟ ଲେଖିଥିବା ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକଟିକୁ ସେୟାର କରି ଅନୁଭବ ତାଙ୍କୁ ଜବାବ ଦେଇଛନ୍ତି ।

ଅନୁଭବ ଲେଖିଛନ୍ତି ଯେ, ମନ୍ତ୍ରୀ ପଦ ନପାଇବାରୁ ସୌମ୍ୟ ନିରୁତ୍ସାହିତ ଅଛନ୍ତି। ଏ କଥା ତାଙ୍କ ସମ୍ପାଦକୀୟରୁ ହିଁ ବାରି ହେଉଛି। ଯେହେତୁ ତାଙ୍କୁ ପାର୍ଟି ମନ୍ତ୍ରୀପଦ ଦେଇନାହିଁ ତେଣୁ ତାଙ୍କର ମାଟି କଥା ମନେ ପଡ଼ୁଛି ବୋଲି ସେ ଲେଖିଛନ୍ତି। ଯଦି ସେ ମନ୍ତ୍ରୀପଦ ପାଇଥାନ୍ତେ ତେବେ ସମ୍ପାଦକୀୟରେ ଅନ୍ୟ କିଛି ବିଷୟବସ୍ତୁ ଥାନ୍ତା ବୋଲି ସେ ଲେଖିଛନ୍ତି। ସୁବିଧାବାଦୀ ରାଜନୀତିରେ ସୌମ୍ୟଙ୍କ ରୁଚି ବୋଲି ଅନୁଭବ ଲେଖିଛନ୍ତି।
https://twitter.com/anubhavpatnaik7/status/1455145033309442051?s=20

ସୂଚନା ଅନୁଯାୟୀ, ମମିତା ମେହେର ପ୍ରସଙ୍ଗରେ ଲଗାତାର ସମ୍ପାଦକୀୟ ଲେଖି ଆସୁଥିବା ସୌମ୍ୟ ପଟ୍ଟନାୟନାକ ଆଜି ମଧ୍ୟ ଏକ ବାଣ ଛାଡ଼ିଛନ୍ତି। ତାଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜର  ସ୍ୱତନ୍ତ୍ର ସ୍ତମ୍ଭ  ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟ।  ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି ।

ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଆମ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି । ବୃତ୍ତି, ପାର୍ଟି, ମାଟିର ସ୍ୱାର୍ଥ କଥା ପୁଣି ମନକୁ ଆସୁଛି । ହତ୍ୟାପରି ଏକ ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ବାଟରେ ଯିବ । ସେଥିପାଇଁ ସେ ଏତେ ଦିନ ନିରବ ଥିଲେ । କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଗୁଡିକ ତାଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଅଭିଯାନ  ଆରମ୍ଭ କରିଥିବା ପରି ମନେ ହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ ।  କିନ୍ତୁ ସେ କଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ  ।

ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ବାବୁଙ୍କ କୌଣସି ଭୂମିକା ନ ଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।

ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଇଶ୍ୱରଙ୍କ ନିକଟରେ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି । ତେବେ ମାନ୍ୟବର ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ? ଏଥିସହ ଅଞ୍ଜନା ମିଶ୍ର ବଳତ୍କାର ଅଭିଯୋଗ ଘଟଣାରେ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରବର୍ତ୍ତୀ ସମୟରେ କଣ ହେଲା ତାହା ସମସ୍ତଙ୍କୁ ଜଣା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଗଣମାଧ୍ୟମ ତାର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ।  ସତ୍ୟାଗ୍ରହୀ ଗଣମାଧ୍ୟମଗୁଡିକ ବିରୋଧୀ ଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହନ୍ତି, ବରଂ ମିତ୍ର ହୋଇପାରନ୍ତି ।  ଏହାଦ୍ୱାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ ସିନା ମଳିନ ପଡିବ ନାହିଁ । ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ ବୋଲି ସୌମ୍ୟରଂଜନ ନିଜ ସମ୍ପାଦକୀୟରେ ଲେଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story