ପୁଣି ଘାଇଲା କଲେ ସୌମ୍ୟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । ଏନେଇ ସେ କହିଛନ୍ତି ଯେ, କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ । ତା ଛଡ଼ା ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି । ଭିନ୍ନମତକୁ ଗ୍ରହଣ କରିବାର ଅଭ୍ୟାସ ନରହିଲେ ଗଣତନ୍ତ୍ର ତିଷ୍ଠି ରହିବନି । ନିଜର […]

soumya-ranjan-

soumya-ranjan-

Tapas Behera
  • Published: Sunday, 11 July 2021
  • Updated: 11 July 2021, 04:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି । ଏନେଇ ସେ କହିଛନ୍ତି ଯେ, କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ । ତା ଛଡ଼ା ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି । ଭିନ୍ନମତକୁ ଗ୍ରହଣ କରିବାର ଅଭ୍ୟାସ ନରହିଲେ ଗଣତନ୍ତ୍ର ତିଷ୍ଠି ରହିବନି । ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ମଧ୍ୟ ଠିକ୍ ନୁହେଁ ବୋଲି ସେ କହିଛନ୍ତି।  ଅନ୍ୟ ମତକୁ ସମ୍ମାନ ନଜଣାଇଲେ ନିଜେ ନିଜର ମର୍ଯ୍ୟଦା ହରାଇବ । ତା ସହିତ ସଚେତନ ନାଗରିକମାନେ ମତ ପ୍ରକାଶ କରିବାରେ ସଂକୋଚ ନ କରିବାକୁ ସୌମ୍ୟ ଆହ୍ୱାନ ଦେଇଛନ୍ତି । ସଚେତନ ନାଗରିକମାନେ ମତ ପ୍ରକାଶରେ ସଙ୍କୋଚ କରନ୍ତୁ ନାହିଁ  ।   କେନ୍ଦ୍ରରେ ତିନି ଓଡ଼ଇା ମନ୍ତ୍ରୀଙ୍କ ସଂପର୍କରେ ମତ ରଖିଲେ ସୌମ୍ୟରଞ୍ଜନ     ତିନି ଜଣ ଯାକ ମନ୍ତ୍ରୀ ଅଭିଜ୍ଞ, ଯୋଗ୍ୟତା ସଂପନ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଆସ୍ଥାବାନ  ।  ପ୍ରଧାନମନ୍ତ୍ରୀଙ୍କ ଅସ୍ଥା ପାଇଥିବାରୁ କାମ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

କିଛିଦିନ ପୂର୍ବେ ସମ୍ପାଦକୀୟ ଲେଖି ଚର୍ଚ୍ଚାକକୁ ଆସିଥିଲେ ସୌମ୍ୟ। ସେଥିରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଥିଲେ। କିନ୍ତୁ ଏହି କଥା କହିବାକୁ ଯାଇ ସୌମ୍ୟ ଗତ କିଛିବର୍ଷ ଧରି ରାଜ୍ୟରେ ବିଶେଷକରି ବିଜେଡି ଓ ସରକାରର ଅନାଲୋଚିତ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସୌମ୍ୟଙ୍କ ମତରେ ୨୫ ବର୍ଷ ତଳେ ରାଜନୀତିରେ ସମ୍ପୂର୍ଣ୍ଣ ଅପରିଚିତ ନବୀନ ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଶାସନ କ୍ଷମତାରେ ରହିବା ଓ ପ୍ରତିଥର ଅଧିକ ଜନସମର୍ଥନ ପାଇବା ନିଶ୍ଚିତ ଭାବେ ସ୍ୱାଧୀନ ଭାରତରେ ଏକ ଅଲୌକିକ ସଫଳତା। ଅନାହାର ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କୁ ଜାତୀୟ ଓ ବିଶ୍ୱସ୍ତରରେ ମିଳୁଥିବା ପ୍ରଶଂସା କଥା ଉଲ୍ଲେଖ କରି ସୌମ୍ୟ ସିଧାସଳଖ ରାଜ୍ୟରେ କୋଭିଡଜନିତ ମୃତ୍ୟୁକୁ ନେଇ ପ୍ରଶାସନିକ ସ୍ତରରେ ପରିସଂଖ୍ୟାନର ଖେଳକୁ ଦର୍ଶାଇଛନ୍ତି।

ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁକୁ ଲୁଚାଇ ଥିବା ତଥା ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଛି ବୋଲି ସୌମ୍ୟ ଅଭିଯୋଗ କରିବା ସହ କଳେବଳେ କୌଶଳେ ପ୍ରଥମ ହେବାର ନିଶା ଓ ଅତୀତର ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ ବୋଲି କହିଛନ୍ତି। ପ୍ରଶାସନ ଏବେ କାହା ଇଙ୍ଗିତରେ ଚାଲୁଛି ତାହା ରାଜ୍ୟବାସୀ ଜାଣନ୍ତି। କଳେବଳେ କୌଶଳେ ପ୍ରଥମ ହେବାର ନିଶା କଥା କହି ସୌମ୍ୟ ପରୋକ୍ଷରେ ଏଭଳି ଏକ ଦିଗକୁ ଇଙ୍ଗିତ କରିଛନ୍ତି ଯାହା ନବୀନ ସରକାରର ଏପର୍ଯ୍ୟନ୍ତ ସଫଳତାର ପ୍ରମାଣପତ୍ର ଉପରେ କଳାଦାଗ ବି ଲଗାଇ ଦେଇଛି।

କେବଳ ସେତିକି ନୁହେଁ, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଶ୍ୱେତପତ୍ର ମୁଖ୍ୟମନ୍ତ୍ରୀ ପ୍ରକାଶ କରି ନିଜର ସାହାସିକତାର ପରିଚୟ ଦିଅନ୍ତୁ ବୋଲି ନବୀନଙ୍କୁ ତାଙ୍କ ଦଳର ବିଧାୟକ ସୌମ୍ୟରଞ୍ଜନ ଆହ୍ୱାନ ଦେବା ପରୋକ୍ଷରେ ରାଜ୍ୟ ପ୍ରଶାସନ ଉପରେ ସୌମ୍ୟଙ୍କ ବିଶ୍ୱାସ ନଥିବାକୁ ବି ପ୍ରମାଣିତ କରାଇଛି।

ସୌମ୍ୟ ଆହୁରି ମଧ୍ୟ କହିଥିଲେ ଯେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚୁଛି କି ନାହିଁ ସେ ନେଇ ମଧ୍ୟ ସୌମ୍ୟ ସନ୍ଦେହ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି।

ସେହିପରି ସୌମ୍ୟ ମଧ୍ୟ ରାଜ୍ୟରେ ଗଣମାଧ୍ୟମ କିଭଳି ନିୟନ୍ତ୍ରଣ ହେଉଛି ତାର ଗୁମର ଖୋଲିଛନ୍ତି। ଗଣମାଧ୍ୟମ ନିୟନ୍ତ୍ରିତ ହେଉଥିବାରୁ ପ୍ରଶାସନ ଲୁଚାଉଥିବା କଥା ପଦାକୁ ଆସିପାରୁନି କିମ୍ବା ଦଳୀୟକର୍ମୀମାନେ କହିବାର ସୁଯୋଗ ପାଉନାହାନ୍ତି। ଗଣମାଧ୍ୟମର ସତ୍ୟ ଓ ସମାଲୋଚନାକୁ ଶୁଣିବାକୁ ଅଭ୍ୟାସ କଲେ ଜଣେ ଅଧିକ ସ୍ୱଚ୍ଛ ଓ ସାହାସୀ ହୋଇଥାଏ। ଗଣମାଧ୍ୟମ ମୁକ୍ତ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଂଚି ପାରିବ ବୋଲି ସୌମ୍ୟ ପରୋକ୍ଷରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story