‘ଆୟୁଷ୍ମାନ’କୁ ଲାଗୁ କଲେନି, ଏବେ ‘ବିଜୁ ସ୍ୱାସ୍ଥ୍ୟ’ ଖର୍ଚ୍ଚ ଉପରେ ଲଗାଇଲେ ଅଙ୍କୁଶ

ଭୁବନେଶ୍ୱର(ପ୍ରକାଶ ସେଠୀ): କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଗରିବ ଲୋକଙ୍କ ପାଇଁ ‘ଆୟୁଷ୍ମାନ-ଭାରତ’ ଯୋଜନାକୁ ଓଡ଼ିଶାରେ ଲାଗୁ କରିନଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ଏବେ ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଖର୍ଚ୍ଚ ଉପରେ ଲଗାମ ଲଗାଇଛି। କରୋନା ମହାମାରୀବେଳେ ରାଜ୍ୟ ଚିକିତ୍ସା ପାଣ୍ଠିକୁ ବନ୍ଦ କରିଦେଇଥିବା ଓଡ଼ିଶା ସରକାର ଏବେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଆଗାମୀ ୫ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ମାତ୍ର […]

7890-90

7890-90

Tapas Behera
  • Published: Wednesday, 12 August 2020
  • Updated: 12 August 2020, 09:12 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଗରିବ ଲୋକଙ୍କ ପାଇଁ ‘ଆୟୁଷ୍ମାନ-ଭାରତ’ ଯୋଜନାକୁ ଓଡ଼ିଶାରେ ଲାଗୁ କରିନଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ଏବେ ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଖର୍ଚ୍ଚ ଉପରେ ଲଗାମ ଲଗାଇଛି। କରୋନା ମହାମାରୀବେଳେ ରାଜ୍ୟ ଚିକିତ୍ସା ପାଣ୍ଠିକୁ ବନ୍ଦ କରିଦେଇଥିବା ଓଡ଼ିଶା ସରକାର ଏବେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଆଗାମୀ ୫ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ମାତ୍ର ୧୨୩୩ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଜି ନୀତିଗତ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୭୦ଲକ୍ଷ ପରିବାରକୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଦେବା ନିମନ୍ତେ ପ୍ରତିବର୍ଷ ଏହି ଯୋଜନାରେ ହାରାହାରି ୨୪୬.୬ କୋଟି ଟଙ୍କା ଖର୍ଚ୍ଚ କରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଓ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସୂଚନା ଅନୁସାରେ, ଷ୍ଟେଟ୍ ହେଲଥ ଆସ୍ୟୁରାନ୍ସ ସୋସାଇଟି ମାଧ୍ୟମରେ ୫ବର୍ଷ (୨୦୧୯-୨୦ରୁ ୨୦୨୩-୨୪ମସିହା) ପାଇଁ ଆନୁମାନିକ ୧୨୩୩ କୋଟି ୪୪ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ଷ୍ଟେ୍ ହେଲଥ ଆସ୍ୟୁରାନ୍ସ ସୋସାଇଟି ଏହି ଯୋଜନାର ପ୍ରଚାର ଓ ପ୍ରଚାର କରିବା ସହିତ ଟୋଲ୍ ଫ୍ରି ସହାୟତା ସେବା ମଧ୍ୟ ପ୍ରଦାନ କରିଥାଏ। ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି ମାଧ୍ୟମରେ ପଞ୍ଜିକୃତ ବେସରକାରୀ ହସ୍ପିଟାଲଗୁଡ଼ିକର ପ୍ରାପ୍ୟ ବରାଦର ସୁପରିଚାଳନା ଆସ୍ୟୁରାନ୍ସ ପଦ୍ଧତି ମାଧ୍ୟମରେ କରାଯାଇଥାଏ। ଷ୍ଟେଟ୍ ହେଲଥ ଆସ୍ୟୁରାନ୍ସ ସୋସାଇଟି ୨୦୧୬ ମାର୍ଚ୍ଚ ୪ତାରିଖରେ ପ୍ରଥମେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ପରିଚାଳନା ପାଇଁ ପ୍ରତିଷ୍ଠା ହୋଇଥିଲା।

ପରେ ବିଜୁ କୃଷକ କଲ୍ୟାଣ ଯୋଜନା ଓ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ମାଧ୍ୟମରେ ଅନ୍ତର୍ଭୁକ୍ତ କରି ପଞ୍ଜିକୃତ ବେସରକାରୀ ହସ୍ପିଟାଲର ଦେୟର ସୁପରିଚାଳନା କରିବାରେ ଏହି ସୋସାଇଟି ସହାୟକ ହେଲା। ରାଜ୍ୟରେ ପଞ୍ଜିକୃତ ୭୦ଲକ୍ଷ ପରିବାରକୁ ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରର ଅଗ୍ରଣୀ ହସ୍ପିଟାଲରେ ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କ ନିମନ୍ତେ ବାର୍ଷିକ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମାଗଣା ଚିକିତ୍ସା ସହାୟତା ଯୋଗାଇ ଦେଉଛନ୍ତି । ତା’ଛଡ଼ା ବାର୍ଷିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀ ପରିବାରରେ ଥିବା କର୍କଟ,ହୃଦରୋଗୀ ଓ କିଡନୀ ରୋଗୀଙ୍କୁ ଏହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ୨୦୧୮ ଅଗଷ୍ଟ ୧୫ତାରିଖରୁ ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ସମସ୍ତ ଆୟ ବର୍ଗର ଲୋକଙ୍କୁ ସବୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇବା ସହ ତାଲିକାଭୁକ୍ତ ହୋଇଥିବା ୭୦ଲକ୍ଷ ଗରିବ ପରିବାରକୁ ଘରୋଇ ହସ୍ପିଟାଲରେ ବାର୍ଷିକ ୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକର ପ୍ରାପ୍ୟକୁ ଏହି ସୋସାଇଟି ମାଧ୍ୟମରେ ପ୍ରଦାନ କରାଯିବ।

ଏବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ନିଜର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ସବୁଠୁ ଭଲ କହୁଥିବା ଓଡ଼ିଶା ସରକାର ଏହାର ପାଣ୍ଠିକୁ କାହିଁକି କାଣ୍ଟଛାଣ୍ଟ କଲେ। ଗରିବ ଲୋକମାନଙ୍କୁ ରାଜ୍ୟ ତଥା ଦେଶର ପ୍ରମୁଖ ଘରୋଇ ହସ୍ପିଟାଲରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ଚିକିତ୍ସା ସୁବିଧା ଦେବାକୁ ବାର୍ଷିକ ହାରାହାରି ମାତ୍ର ୨୪୬କୋଟି ଟଙ୍କା ବରାଦ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨ବର୍ଷ ପୁରୁଣା ଏହି ଯୋଜନା ପାଇଁ ଯଥେଷ୍ଟ ଟଙ୍କା ଆବଣ୍ଟନ କରିବାରେ ସରକାର ସକ୍ଷମ ହୋଇପାରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ଆରମ୍ଭ ହୋଇଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ପାଇଁ ୨୦୧୯-୨୦ ବଜେଟରେ ୧୨୩୨.୯୪କୋଟି ଟଙ୍କା ଓ ୨୦୨୦-୨୧ ବଜେଟରେ ୧୧୦୮କୋଟି ଟଙ୍କା ବରାଦ କରିଥିଲେ। ତେବେ ଏଥିରେ ଘରୋଇ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ଦେବା ପାଇଁ କେତେ ଖର୍ଚ୍ଚ କରାଯିବ ତାହା ଜଣାପଡ଼ିନଥିଲା। ମାତ୍ର ଆଜିର କ୍ୟାବିନେଟ ବୈଠକ ପରେ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ବିଜେଡି ସରକାରର ଏହି ମହତ୍ୱାକାଂକ୍ଷୀ ଯୋଜନାର ଅସଲ ଚେହେରା ପଦାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story