ଅତନୁଙ୍କୁ ଦାୟୀ କଲା ବିଜେପି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ରେଳର ଟ୍ରାଏଲ୍ ରନ୍ ବେଳେ ବିଭ୍ରାଟକୁ ନେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାୟୀ କରିଛି ବିଜେପି।  କେନ୍ଦ୍ରାପଡ଼ାର ସ୍ୱାର୍ଥ ଓ ସ୍ୱପ୍ନ ପୂରଣରେ ବିଜେଡି ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ଅତନୁଙ୍କୁ ଟାର୍ଗେଟ କରିଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା। କେନ୍ଦ୍ରାପଡ଼ାରେ ରେଳ ଚଳାଇ ନ ଦେବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି  ଅଭିଯୋଗ କରିଛନ୍ତି କିଶୋର । ଏହାର ଜବାବରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ […]

atanu

atanu

Tapas Behera
  • Published: Sunday, 02 August 2020
  • Updated: 02 August 2020, 08:53 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ହରିଦାସପୁର-ପାରାଦୀପ ଟ୍ରାକ୍‌ରେ ରେଳର ଟ୍ରାଏଲ୍ ରନ୍ ବେଳେ ବିଭ୍ରାଟକୁ ନେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାୟୀ କରିଛି ବିଜେପି।  କେନ୍ଦ୍ରାପଡ଼ାର ସ୍ୱାର୍ଥ ଓ ସ୍ୱପ୍ନ ପୂରଣରେ ବିଜେଡି ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ଅତନୁଙ୍କୁ ଟାର୍ଗେଟ କରିଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା।

କେନ୍ଦ୍ରାପଡ଼ାରେ ରେଳ ଚଳାଇ ନ ଦେବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି  ଅଭିଯୋଗ କରିଛନ୍ତି କିଶୋର । ଏହାର ଜବାବରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ଏକ ପ୍ରେସ୍‌ମିଟ୍ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅତନୁ ସବ୍ୟସାଚୀ କହିଛନ୍ତି ଟ୍ରେନ ଚଳାଚଳ ପାଇଁ ପୂର୍ବରୁ କମିଶନିଂ ହୋଇଥିଲା, ଏହା ଟ୍ରାଏଲ ରନ୍ ନଥିଲା।  ଲୋକଙ୍କୁ ବିଭ୍ରାନ୍ତ ନ କରି କେବେ ଯାତ୍ରୀବାହୀ ଟ୍ରେନ ଚାଲିବ, ତାହା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ଅତନୁ । ଗତ ଶୁକ୍ରବାର ପାରାଦୀପ-ହରିଦାସପୁର ରେଳ ଲାଇନରେ ମାଲବାହୀ ଟ୍ରେନ୍‌ରେ ଟ୍ରାଏଲ୍ ରନ୍ କରାଯାଉଥିଲା।  ଏହାକୁ ବିରୋଧ କରି ନୂଆ ଗାଁ ଷ୍ଟେସନରେ ସ୍ଥାନୀୟ ଲୋକେ ରେଳରୋକ କରିଥିଲେ।  ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ ଆନ୍ଦୋଳନକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos