ପୌର ନିର୍ବାଚନ ପାଇଁ ବିଜେପିର ସଜବାଜ, ୧୯ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି। ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର […]

BJP

Tapas Behera
  • Published: Wednesday, 28 July 2021
  • , Updated: 28 July 2021, 07:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି।
ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ବରିଷ୍ଠ ନେତା କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଗଠନ କରିଛି। କମିଟିରେ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବାବେଳେ ଅନ୍ୟ ୧୭ଜଣ ନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ଜିଲ୍ଲା ପ୍ରଭାରୀ କମିଟି ଗଠନ ହୋଇଛି।

ବିଜେପିର ତାଲିକା ଅନୁସାରେ ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର , ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଓଂ ବିନୋଦ ଦାସଙ୍କୁ କଟକ ସହର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ୱର ଓ ଭଦ୍ରକ, ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର, ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ (ରାଉରକେଲା), ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ, ଭୁବନେଶ୍ୱର ମହାନଗର ନିଗମର ଉପ ନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ପୂର୍ବତନ ନଗରପାଳ ତିରୁପତି ନାୟକଙ୍କୁ ଗଜପତି, ଗଞ୍ଜାମ ଓ ଘୁମୁସର, ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡ଼ା, ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର, ପୂର୍ବତନ ନଗରପାଳ ସୀମାଂଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼, ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କୁ କେଉଁଝର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Related story