ପଂଚାୟତ ଭୋଟ: ବିଜେଡିକୁ ଚିନ୍ତା ‘ଭୋଟରଙ୍କ ଆକ୍ରୋଶ’, ମନ୍ତ୍ରୀଙ୍କୁ ଗାଳି କରି ଫେରାଇଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ  ୩ବର୍ଷ ବିଳମ୍ବ ପାଇଁ ରାଜ୍ୟ ବିଜେପି ହୋ-ହାଲ୍ଲା କରୁଥିବାବେଳେ ଶାସକ ବିଜେଡି ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ବିଜେଡି ନିଜର ସଂଗଠନକୁ ପୁଣି ସକ୍ରିୟ କରି ତୃଣମୂଳସ୍ତରରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ଏଡ଼ାଇ ଆସନ୍ତା ପଂଚାୟତ ନିର୍ବାଚନରେ ପୂର୍ବ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଦଳ ପ୍ରତି ଭୋଟର […]

naveen

naveen

Tapas Behera
  • Published: Wednesday, 28 July 2021
  • Updated: 29 July 2021, 11:42 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ  ୩ବର୍ଷ ବିଳମ୍ବ ପାଇଁ ରାଜ୍ୟ ବିଜେପି ହୋ-ହାଲ୍ଲା କରୁଥିବାବେଳେ ଶାସକ ବିଜେଡି ପଂଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିଛି। ବିଜେଡି ନିଜର ସଂଗଠନକୁ ପୁଣି ସକ୍ରିୟ କରି ତୃଣମୂଳସ୍ତରରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ଏଡ଼ାଇ ଆସନ୍ତା ପଂଚାୟତ ନିର୍ବାଚନରେ ପୂର୍ବ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଦଳ ପ୍ରତି ଭୋଟର ଓ କର୍ମୀମାନଙ୍କ ମଧ୍ୟରେ ରହିଥିବା ଆକ୍ରୋଶକୁ ପ୍ରଶମିତ କରିବା ବିଜେଡି ପାଇଁ ଏବେ  ଚ୍ୟାଲେଞ୍ଜ ପାଲଟିଥିବାବେଳେ ମନ୍ତ୍ରୀମାନଙ୍କୁ ଲୋକେ ସିଧାସଳଖ ବିରୋଧ କରିବା ଶାସକ ବିଜେଡିର ଚିନ୍ତା ବଢ଼ାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଆଜି ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏରସମା ବ୍ଲକର ଗଡ଼ବିଶୁନପୁର ପଂଚାୟତରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମହାବାତ୍ୟା ପ୍ରଭାବିତ ଏହି ପଂଚାୟତର ଜୁଣଗିରି ଗାଁ’ରେ ରାସ୍ତା,ପାନୀୟ ଜଳ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ତୀବ୍ର ଅସନ୍ତୋଷ ଓ ଆକ୍ରୋଶର ଶିକାର ଆଜି ମନ୍ତ୍ରୀ ଶ୍ରୀ ଦାସଙ୍କୁ ହେବାକୁ ପଡ଼ିଛି। ପୁଲିସ ଉପସ୍ଥିତିରେ ମନ୍ତ୍ରୀଙ୍କୁ ଗାଁ ଲୋକେ ଗାଳିଗୁଲଜ କରିବା ସହ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଓ ମନ୍ତ୍ରୀ ବାଧ୍ୟ ହୋଇ ସେଠାରୁ ଅନ୍ୟ ବାଟ ଦେଇ ଯାଇଥିବା ଜଣାପଡ଼ିଛି।

ସେହିପରି ଗତ ୩ଦିନ ତଳେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଧ୍ୟ ପଶ୍ଚିମଓଡ଼ିଶା ପ୍ରତି ଅବହେଳା ହେଉଥିବା ଦର୍ଶାଇ ରାସ୍ତା ମଝିରେ ବିଳମ୍ବିତ ସନ୍ଧ୍ୟାରେ ଲୋକେ ଅଟକ ରଖିଥିଲେ। ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ଓ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନି ଦର୍ଶାଇ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଲୋକେ ଘେରିଥିଲେ। ପୁଲିସର ହସ୍ତକ୍ଷେପ ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ଘର ଟିଟିଲଗଡ଼ ଯିବା ସମ୍ଭବପର ହୋଇପାରିଥିଲା।

ଏହି ଦୁଇଟି ଘଟଣା ନୁହେଁ, ପଂଚାୟତ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସିବ, ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ ସେତିକି ପରିମାଣରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ଗତ ଦେଢ଼ବର୍ଷ ଧରି କରୋନା ମହାମାରୀ ସମୟରେ ଗାଁ ଗହଳିରେ ଲୋକଙ୍କୁ ମୌଳିକ ସେବା ଓ ଭିତ୍ତିଭୂମି ସୁବିଧାରୁ ବଂଚିତ ହେବାକୁ ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ଗାଁ ଗହଳିରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ପଡ଼ିଛି। ଗାଁ ଗୁଡ଼ିକରେ ଭିତ୍ତିଭୂମି ସୁଧାରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା  ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ୩ବର୍ଷ ପରେ ବି ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ଆବାସ ଯୋଜନାଗୁଡ଼ିକରେ ଘର ଆବଣ୍ଟନ ମଧ୍ୟ ହେଉନାହିଁ।

ବ୍ଲକଗୁଡ଼ିକୁ ‘ପିସି’ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଗିଦ୍ କରିବା ସତ୍ତ୍ୱେ ଏବେ ବ୍ଲକଗୁଡ଼ିକରେ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ‘ପିସି’ କାରବାରର ଅଭିଯୋଗ ହେଉଛି। ମନରେଗା କାର୍ଯ୍ୟରେ ସର୍ବନିମ୍ନ ୩୦ ପ୍ରତିଶତ ‘ପିସି’ ଓ ଅନ୍ୟାନ୍ୟ କାର୍ଯ୍ୟରେ ୧୫ ପ୍ରତିଶତ ‘ପିସି’ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାଧ୍ୟତାମୂଳକ ପ୍ରାବଧାନ ପାଲଟିଯାଇଛି। ସେହିପରି ତଳସ୍ତରରେ ଥିବା ବିଭିନ୍ନ ସରକାରୀ ସେବା ଯୋଗାଣକାରୀ ଅଫିସଗୁଡ଼ିକ ଦୁର୍ନୀତିରେ ବୁଡ଼ି ରହିଛି। ଚୋରା ମଦ ଓ ନିଶାଦ୍ରବ୍ୟ କାରବାର ଗାଁ ଗହଳିର ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିସାରିଲାଣି । ଏସବୁ ଜାଣି ମଧ୍ୟ ସରକାର ଅଜଣା ହୋଇ ରହିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ବିଜେଡିର ଜିଲ୍ଲାସ୍ତରର ସଂଗଠନଗୁଡ଼ିକରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ରହିଛି। ଦଳର ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ପାଖରେ ନିଜର ଆପତ୍ତି ଅଭିଯୋଗ ପହଂଚାଇବାର ମାଧ୍ୟମ ଜିଲ୍ଲାସ୍ତରର ନେତା ଓ କର୍ମୀଙ୍କୁ ମିଳୁନଥିବାରୁ ତା’ର ପ୍ରତିଫଳନ ଦଳର ସଂଗଠନ ଉପରେ ପଡ଼ିଛି। ବିଧାୟକକେନ୍ଦ୍ରିକ ଦଳ ବିଜେଡିର ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, ବଲାଙ୍ଗିର, ସମ୍ବଲପୁର ସମେତ ଢେଙ୍କାନାଳ, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ସଂଗଠନରେ ଫାଟ ଜଳଜଳ ହୋଇ ଦିଶୁଛି।

ଏସବୁ ମଧ୍ୟରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସାଂଗଠନିକ ଅପାରଗତାରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିବା ଶାସକ ବିଜେଡିକୁ ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ତଥା ସାଧାରଣ ଲୋକଙ୍କ ଆକ୍ରୋଶ ହିଁ ବେଶ୍ ମହଙ୍ଗା ପଡ଼ିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story