5-Tକୁ ଚିଗୁଲେଇଲେ କେନ୍ଦ୍ରମନ୍ତ୍ରୀ: କହିଲେ- 5-T ହେଉଛି ୫ ଜଣ ଟାଉଟର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ରାଜ୍ୟ ସରକାରଙ୍କ 5-T ହେଉଛି- ଟିମ୍ ୱାର୍କ, ଟେକ୍ନୋଲୋଜି,  ଟ୍ରାନ୍ସପାରେନ୍ସି, ଟ୍ରାନ୍ସଫରମେସନ୍ ଓ ଟାଇମ୍ ଲିମିଟ୍‌। ଏହି ସୂତ୍ରରେ 5-T ସଚିବଙ୍କ ନେତୃରେ ରାଜ୍ୟରେ ଚାଲିଛି ଶାସନ। ହେଲେ ରାଜ୍ୟ ସରକାରଙ୍କ ଏହି 5-T ଫର୍ମୁଲାକୁ ଚିଗୁଲେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ  ବିଶେଶ୍ୱର ଟୁଡୁ। ସେ କହିଛନ୍ତି, 5-T ହେଉଛି ୫ ଜଣ ଟାଉଟର। କେନ୍ଦ୍ରାପଡ଼ାରେ ଗସ୍ତରେ ଯାଇ ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ  ବିଶେଶ୍ୱର ଟୁଡୁ କହିଛନ୍ତି, […]

Bishweswar Tudu

Bishweswar Tudu

Manoranjan Sial
  • Published: Sunday, 21 November 2021
  • Updated: 21 November 2021, 04:59 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ରାଜ୍ୟ ସରକାରଙ୍କ 5-T ହେଉଛି- ଟିମ୍ ୱାର୍କ, ଟେକ୍ନୋଲୋଜି,  ଟ୍ରାନ୍ସପାରେନ୍ସି, ଟ୍ରାନ୍ସଫରମେସନ୍ ଓ ଟାଇମ୍ ଲିମିଟ୍‌। ଏହି ସୂତ୍ରରେ 5-T ସଚିବଙ୍କ ନେତୃରେ ରାଜ୍ୟରେ ଚାଲିଛି ଶାସନ। ହେଲେ ରାଜ୍ୟ ସରକାରଙ୍କ ଏହି 5-T ଫର୍ମୁଲାକୁ ଚିଗୁଲେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ  ବିଶେଶ୍ୱର ଟୁଡୁ। ସେ କହିଛନ୍ତି, 5-T ହେଉଛି ୫ ଜଣ ଟାଉଟର।

କେନ୍ଦ୍ରାପଡ଼ାରେ ଗସ୍ତରେ ଯାଇ ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ  ବିଶେଶ୍ୱର ଟୁଡୁ କହିଛନ୍ତି, 5-T କହି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭକୁଆ ବନାଉଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ପଇସାକୁ ହାଇଜାକ୍‌ କରି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଲଗାଯାଉଛି। ଏମାନଙ୍କ ପାଖରେ ପଇସା କାହିଁ। ହଜାର ହଜାର କୋଟି ଟଙ୍କା ଋଣ ଭାର ରାଜ୍ୟ ସରକାର ନିଜସ୍ୱ ଯୋଜନା ଚଳାଉଛନ୍ତି। ଏଠି 5-T ହେଉଛି ୫ ଜଣ ଟାଉଟରିଆଙ୍କ କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି-“ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରକୁ ଭାରତ ସରକାର ପଇସା ପଠାନ୍ତି। କେନ୍ଦ୍ରର ୪୧ଟି ବିଭାଗର ପଇସା ସିଧାସଳଖ ରାଜ୍ୟ ପାଖକୁ ଆସୁଛି। ହେଲେ ସେହି ଅର୍ଥକୁ ରାଜ୍ୟ ସରକାର ନିଜର ବୋଲି କହି ବ୍ରାଣ୍ଡିଂ କରୁଛନ୍ତି। ଏହାର ଅର୍ଥ ଘରେ ଘରେ ପାଣି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ମାଧ୍ୟମରେ ୩୩୨୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଥିଲେ। ହେଲେ ଏଠି ଦେଖିବାକୁ ମିଳିଛି, ଘରେ ଘରେ ପାଣି ଲେଖି ନବୀନ ପଟ୍ଟନାୟକ ସେଟି ଠିଆ ହୋଇଛନ୍ତି। ଏହା ନିଶ୍ଚିତ ଦୁର୍ଭାଗ୍ୟ ଜନକ ବିଷୟ। ଏଠି ଯେଉଁ ସରକାର ଅଛି, ସିଏ କେବଳ ବ୍ରାଣ୍ଡିଂରେ ମାତିଛନ୍ତି। ଲୋକଙ୍କ ପାଇଁ କିଛି କରିବାର ନାଁ ଗନ୍ଧ ନାହିଁ। ଯୋଜନାକୁ ହାଇଯାକ କରି ଲୋକଙ୍କୁ ଭକୁଆ ବନାଉଛନ୍ତି। ଏମିତି ନକରି ଲୋକଙ୍କ ପାଇଁ କାମ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”

ସାଙ୍ଗଠନିକ ବିଶୃଙ୍ଖଳା ନେଇ ସେ ଆହୁରି କହିଛନ୍ତି-“ଏଇଟା ସବୁ ଦଳରେ ରହିଛି। କିନ୍ତୁ ଆପଣମାନେ ଅତି ରଞ୍ଜିତ କରି ଦେଖାଉଛନ୍ତି। କଣ ପରିବାର ଭିତରେ ଏମିତି ମତଭେଦ ନାହିଁ କି? ପରିବାର ଭିତରେ ବାପ, ପୁଅ, ଝିଅ ମଧ୍ୟରେ କିଛି ନା କିଛି ରହୁଛି। ଏହାର ଅର୍ଛ ନୁହେଁ ସେହି ପରିବାର ନଷ୍ଟ ହୋଇଯାଇଛି। ନେତା ଓ ମନ୍ତ୍ରୀଙ୍କ ଗସ୍ତ ସମୟରେ ସଙ୍ଗଠନକୁ ମଧ୍ୟ ସଜଡା ଯାଉଛି। ଆଗକୁ ଦେଖିବେ ପଞ୍ଚାୟତ ନିର୍ବାଚନ ଭଲ ଫଳାଫଳ ମିଳିବ।”

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟଙ୍କ ବୟାନ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos