ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା ବାକ୍ ଯୁଦ୍ଧ, ତଥାପି କହୁଛନ୍ତି ସବୁ ଠିକ୍ ଚାଲିଛି

ମୁମ୍ବାଇ: ମହାରାଷ୍ଟ୍ରରେ ତିନି ପାର୍ଟିର ସରକାର ଅଛି, ଯେଉଁଥିରେ ଶିବସେନା, କଂଗ୍ରେସ ଓ ଏନସିପି ମିଶିକି ସରକାର ଚଳାଇବା ପାଇଁ ମହାବିକାଶ ଅଘାଡିର ଗଠନ କରିଛନ୍ତି। ତିନି ପାର୍ଟିର ନେତାମାନେ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ ଭଲ ତାଳମେଳ ରହିଛି ଏବଂ ସରକାର ମଧ୍ୟ ଭଲଭାବେ ଚାଲୁଛି। କିନ୍ତୁ କିଛି ଦିନ ହେବ କଂଗ୍ରେସ ଓ ଶିବସେନାର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। କଂଗ୍ରେସ ତରଫରୁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାତା ପଟୋଲେ ଲଗାତର ଶିବସେନା […]

nana-patole

nana-patole

Ranjit Kumar Jena
  • Published: Tuesday, 15 June 2021
  • Updated: 15 June 2021, 11:48 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ତିନି ପାର୍ଟିର ସରକାର ଅଛି, ଯେଉଁଥିରେ ଶିବସେନା, କଂଗ୍ରେସ ଓ ଏନସିପି ମିଶିକି ସରକାର ଚଳାଇବା ପାଇଁ ମହାବିକାଶ ଅଘାଡିର ଗଠନ କରିଛନ୍ତି। ତିନି ପାର୍ଟିର ନେତାମାନେ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ ଭଲ ତାଳମେଳ ରହିଛି ଏବଂ ସରକାର ମଧ୍ୟ ଭଲଭାବେ ଚାଲୁଛି। କିନ୍ତୁ କିଛି ଦିନ ହେବ କଂଗ୍ରେସ ଓ ଶିବସେନାର ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। କଂଗ୍ରେସ ତରଫରୁ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାତା ପଟୋଲେ ଲଗାତର ଶିବସେନା ଉପରେ ଆକ୍ରମଣ କରୁଛନ୍ତି। ସେହିପରି ଶିବସେନାର ବଡ଼ ନେତା ମଧ୍ୟ ମହାରାଷ୍ଟ୍ରରେ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ଉପରେ ପ୍ରହାର କରୁଛନ୍ତି।

ପୂରା ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ନାନା ପଟୋଲେ କହିଥିଲେ ଯେ ଆଗାମୀ ସବୁ ନିର୍ବାଚନ ତେଣିକି ତାହା ମ୍ୟୁନିସିପାଲ୍‌ ହେଉ କି ବିଧାନସଭା ନିର୍ବାଚନ ହେଉ, ସବୁ ସ୍ଥାନରେ କଂଗ୍ରେସ ଏକାକୀ ଲଢ଼ିବ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ପଟୋଲେଙ୍କ ନାମ ଆଗରେ ରହିବ। ପଟୋଲେଙ୍କ ଏହି ଘୋଷଣା ପରେ ଶିବସେନା ପାଲଟା ଆକ୍ରମଣ କରି କହିଛି ଯେ ନାନା ପଟୋଲେଙ୍କୁ ଯେତିକି ଦରକାର ସେତିକି ଗୋଡ଼ ବଢ଼ାଇବା ଦରକାର।

ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ନାନା ପଟୋଲେ ଶିବସେନା ଉପରେ ପାଲଟା ଆକ୍ରମଣ କରି କହିଛନ୍ତି, ତାଙ୍କର ଚାଦର କେତେ ଲମ୍ବା ତାହା ଆଗାମୀ ନିର୍ବାଚନରେ ସମସ୍ତଙ୍କୁ ଜଣାପଡ଼ିଯିବ। ହେଲେ ଦୁଇ ପାର୍ଟିର ନେତା କହିଛନ୍ତି ଯେ ଏହା ସରକାର ପୂରା ୫ ବର୍ଷ ଯାଏ ଚାଲିବ ଏବଂ ମହାବିକାଶ ଅଘାଡି ସରକାରରେ ଏନସିପି, ଶିବସେନା ଓ କଂଗ୍ରେସ ଏକାସାଙ୍ଗରେ ସମସ୍ତଙ୍କୁ ସହାୟତା କରିବେ।

ଏହାରି ଭିତରେ ୨୦୨୪ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ଯେ ସେମାନେ ମହାରାଷ୍ଟ୍ରରେ ୨୮୮ ଆସନରେ ଏକାକୀ ଲଢ଼ିବ। ଆସନ୍ତା ବିଏମସି ନିର୍ବାଚନ ହେବ, ଯେଉଁଥିରେ କଂଗ୍ରେସ ପାର୍ଟି ଘୋଣା କରିଛି ଯେ ସେମାନେ ଏହି ନିର୍ବାଚନ ନିଜ ଦମରେ ଲଢ଼ିବ। କିନ୍ତୁ ଯେଉଁଭଳି ଭାବେ ଶିବସେନାର ବଡ଼ ବଡ଼ ନେତା ଓ କଂଗ୍ରେସର ବଡ଼ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି, ସେଥିରୁ କେଉଁଠି ନା କେଉଁଠି ଲାଗୁଛି ଯେ ମହାବିକାଶ ଅଘାଡି ସରକାରରେ ସବୁକିଛି ଠିକ୍ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos