ଜେପି ନଡ୍ଡାଙ୍କ ପ୍ରଶ୍ନ, ଓଡ଼ିଶାରେ ସରକାର କିଏ ଚଳାଉଛି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଓ ରାଜ୍ୟ ପୁଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ବିଜେପି ସଭାପତି ନଡ୍ଡା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସଭାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି, ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି? ରତ୍ନ ଭଣ୍ଡାର ଚାବି କୁଆଡ଼େ ଗଲା? ନବୀନଙ୍କୁ ଜବାବ ଦେବାକୁ ହେବ। ନବୀନ କହିଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିବେ। ୫ ବର୍ଷ ପୂରିବାକୁ ବସିଛି କୁଆଡ଼େ ଗଲା ବିଶ୍ୱବିଦ୍ୟାଳୟ? ନୟାଗଡ଼ର […]

nada

nada

Niranjan Mishra
  • Published: Wednesday, 28 December 2022
  • Updated: 28 December 2022, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଓ ରାଜ୍ୟ ପୁଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ବିଜେପି ସଭାପତି ନଡ୍ଡା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସଭାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି, ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି? ରତ୍ନ ଭଣ୍ଡାର ଚାବି କୁଆଡ଼େ ଗଲା? ନବୀନଙ୍କୁ ଜବାବ ଦେବାକୁ ହେବ। ନବୀନ କହିଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିବେ। ୫ ବର୍ଷ ପୂରିବାକୁ ବସିଛି କୁଆଡ଼େ ଗଲା ବିଶ୍ୱବିଦ୍ୟାଳୟ? ନୟାଗଡ଼ର ସୁଗାର ମିଲ୍‌ କାହିଁକି ଖୋଲିପାରୁନି? ଆଖୁ ଚାଷୀକୁ ତା’ର ପରିଶ୍ରମ ମୂଲ୍ୟ କାହିଁକି ମିଳିପାରୁନି? NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶାରେ ଦ୍ୱିଗୁଣିତ ହୋଇଛି। ସବୁଠାରୁ ଅଧିକ ମହିଳା ଚାଲାଣ ଓଡ଼ିଶାରୁ ହେଉଛି। ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ।

ଓଡ଼ିଶା ପୁଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଛି। ରକ୍ଷକ ଭକ୍ଷକ ଥିଲା, ଏବେ ରକ୍ଷକ ନିଜେ ଅସୁରକ୍ଷିତ ହୋଇପଡ଼ିଛି। ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ ସୁରକ୍ଷା ଦେବ କେମିତି? ଏହା ଏଭଳି ଏକ ପ୍ରଦେଶ, ଯେଉଁଠି ସରକାର କିଏ ଚଳାଉଛି ଜଣାପଡୁନି। ଏଭଳି ସରକାରକୁ ଛୁଟି କରିଦେବା ଦରକାର। ପ୍ରଦେଶ ହିତ କଥା କହୁଥିବା ନବୀନ ବାବୁ ଓଡ଼ିଶାର ୬୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି। ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଥିଲେ ନଡ୍ଡା।

ସେହିପରି ସେ କହିଥିଲେ, ଦେଶରେ ଖୋଲିଥିବା ଏକଲବ୍ୟ ଆବାସିକ ସ୍କୁଲ ମଧ୍ୟରୁ ସର୍ବାଧିକ ୮୭ଟି ସ୍କୁଲ ଓଡ଼ିଶାରେ ହୋଇଛି। ଏହାଛଡ଼ା ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି। ପ୍ରତି ଘରକୁ ଟ୍ୟାପ୍ ପାଣି ସଂଯୋଗ ନିମନ୍ତେ ମୋଦି ସରକାର ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମହାନଦୀ ଭିତରେ ଗବେଷଣା କରାଯାଇ ପ୍ରାକୃତିକ ଗ୍ୟାସ୍ ଓ ତୈଳ ସନ୍ଧାନ କରାଯାଇଛି। ସମ୍ବଲପୁରରେ ୨୦୦ ଏକର ଜମିରେ ୪୦ କୋଟି ଟଙ୍କା ଖର୍ଚ୍ଚରେ ଆଇଆଇଏମ୍ କରାଯାଉଛି। ତେଣୁ ଏଠାର ପିଲାଙ୍କୁ ପାଠ ପଢ଼ିବାକୁ ଆଉ ଅହମଦାବାଦ୍ ଯିବାକୁ ପଡ଼ିବନାହିଁ। ବ୍ରହ୍ମପୁରରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଆଫ୍ ସାଇନ୍ସ ଏଜୁକେସନ୍ ପ୍ରତିଷ୍ଠାନ ନିମନ୍ତେ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଭୁବନେଶ୍ୱରରେ ସ୍କିଲ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ କରାଯାଇଛି।

ମୋଦି ସରକାରଙ୍କୁ ତାରିଫ କରି ସେ କହିଥିଲେ, ଯେଉଁ ଇଂରେଜମାନେ ଭାରତ ଉପରେ ୨୦୦ ବର୍ଷ ଶାସନ କରିଥିଲେ ଏବେ ସେହି ଭାରତ ଇଂରେଜମାନଙ୍କ ଦେଶ ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱର ୫ମ ଅର୍ଥନୀତି ହୋଇଛି। ଦେଶରେ କେମିକାଲ ଶିଳ୍ପ ୧୬୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମୋବାଇଲ ଉତ୍ପାଦନରେ ଭାରତ ୨ ନମ୍ବର ରାଷ୍ଟ୍ର, ଗାଡ଼ି ଉତ୍ପାଦନରେ ୪ ନଂ ଓ ଔଷଧ ଉତ୍ପାଦନରେ ୧୨ ନଂ ସ୍ଥାନ ନେଇଛି। ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ ମୁତାବକ ଆମ ଦେଶର ଗରିବ ୧ ପ୍ରତିଶତରୁ ବି କମ୍ ହୋଇଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଆବଶ୍ୟକତା ମୁତାବକ ୫ କେଜି ରାସନ ଓ ୧ କେଜି ଡାଲି ମାଗଣା ଯୋଗାଇ ଦିଆଯାଉଛି।

ଏକଦା ୩ କୋଟି ଲୋକଙ୍କ ବ୍ୟାଙ୍କ ଖାତା ଥିବା ବେଳେ ଜନଧନ ଯୋଜନାରେ ୪୬ କୋଟି ଖାତା ଖୋଲା ଯାଇପାରିଛି। ଦେଶର ୧୦.୭୪ କୋଟି ପରିବାରଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି। କିନ୍ତୁ ଓଡ଼ିଶା ସରକାର ଏହାର ସୁବିଧା ନେଉନାହାନ୍ତି। ମୋଦି ସରକାର ଦଳିତ ଓ ଆଦିବାସୀଙ୍କୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି କରିବାକୁ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ରାଷ୍ଟ୍ରପତି ଆସନରେ ବସିଛନ୍ତି। ଦଳିତଙ୍କ ନିମନ୍ତେ ପ୍ରି ମାଟ୍ରିକ୍ ସ୍କଲାରସିପ୍‌ ଓ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍‌କୁ ବୃଦ୍ଧି କରାଯାଇଛି। ଆଦିବାସୀଙ୍କ ନିମନ୍ତେ ଷ୍ଟାଣ୍ଡ ଅପ୍ ଇଣ୍ଡିଆରେ ୩୬ ହଜାର ୫୮୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓବିସିଙ୍କୁ ସମ୍ବିଧାନିକ ମର୍ଯ୍ୟଦା ଦିଆଯାଇଛି। ଜଳଜୀବନ ମିଶନରେ ଦେଶର ୯ କୋଟି ଲୋକଙ୍କ ଘରେ ଟ୍ୟାପ୍‌ ପାଣି ପହଞ୍ଚିଥିବା ବେଳେ ଓଡ଼ିଶାର ୪୩ ଲକ୍ଷ କୋଟି ଲୋକଙ୍କ ଘରେ ଟ୍ୟାପ୍‌ ଜରିଆରେ ପିଇବା ପାଣି ପହଞ୍ଚି ପାରିଛି। ସବୁ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ସୁବିଧା ମିଳିବ।

ସ୍ୱଚ୍ଛତା ଅଭିଯାନରେ ୧୨ କୋଟି ଲୋକଙ୍କୁ ପାଇଖାନା ଦିଆଯାଇଛି। ୧୧ କୋଟି ଚାଷୀଙ୍କୁ ୪ ମାସ ଅନ୍ତରରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ସିଧା ବ୍ୟାଙ୍କ ଖାତା ଜରିଆରେ ଦିଆଯାଉଛି। ରୋଜଗାର ମେଳା ଜରିଆରେ ୧୦ ଲକ୍ଷ ଯୁବକଙ୍କୁ ସରକାର ନିଯୁକ୍ତି ଦିଆଯିବାକୁ ପଦକ୍ଷେପ ନିଆଯାଇଛି। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ସମସ୍ତଙ୍କୁ ରାଷ୍ଟ୍ରୀୟ ଭାଷାରେ ପାଠପଢ଼ିବାର ସୁଯୋଗ ମିଳିଛି। ଭୟଙ୍କର କରୋନା ସଂକ୍ରମଣରେ ଚାଇନା ଥରହର ହେଉଥିବା ବେଳେ ଆମ ଦେଶର ୨୨୦ କୋଟି ଲୋକଙ୍କୁ ସରକାର ଡବଲ ଡୋଜ୍ ସୁରକ୍ଷା ଦେଇ ମାସ୍କ ଫ୍ରି କରିଛନ୍ତି। ଆଗରୁ ଜାପାନୀ ଜ୍ୱର, ପଲ୍ସ ପୋଲିଓ ପ୍ରଭୃତି ରୋଗ ନିମନ୍ତେ ବିଦେଶୀରୁ ଭ୍ୟାକ୍ସିନ୍ ଆସୁଥିବା ବେଳେ ମୋଦି ସରକାର କରୋନା ସଂକ୍ରମଣ ବିରୋଧରେ ଲଢ଼ାଇ କରିବା ନିମନ୍ତେ ନିଜ ଦେଶରେ ବୈଜ୍ଞାନିକଙ୍କ ସହଯୋଗରେ ଦୁଇଟି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ୧୦୦ଟି ଦେଶକୁ ଏହା ରପ୍ତାନି କରାଯାଇଛି। ୪୮ ଦେଶକୁ ବିନାମୂଲ୍ୟରେ ସହାୟତା ଭାବେଦିଆଯାଇଛି। ୟୁକ୍ରେନ୍-ରୁଷ ଲଢ଼େଇ ବେଳେ ସବୁଦେଶ ପଛଘୁଞ୍ଚା ଦେଉଥିବା ଆମ ଦେଶର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ମୋଦି ସରକାର ଉଦ୍ଧାର କରିଛନ୍ତି।

ଆସନ୍ତା ନିର୍ବାଚନରେ ଆପଣମାନଙ୍କ ଆଙ୍ଗୁଠି ପଦ୍ମର ବଟନକୁ ଚିପିଲେ ଦେଶରେ ସୁଶାସନ ଓ ବିକାଶ ଭଳି ଓଡ଼ିଶାରେ ସୁଶାସନ ଏବଂ ବିକାଶ ପ୍ରତିଷ୍ଠା ହୋଇପାରିବ ବୋଲି ତୁମୁଡ଼ିବନ୍ଧ ସଭାରେ ଶ୍ରୀ ନଡ୍ଡା କହିଛନ୍ତି। ସେହିପରି ପୁରୀ ବାଣପୁର ଠାରେ ଅନୁଷ୍ଠିତ ସଭାରେ ଯୋଗଦେଇ ସେ କହିଥିଲେ, ପୁରୀରେ କେନ୍ଦ୍ର ସରକାର ସହାୟତା କ୍ରମେ ୭ କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ, ୨୦୦ କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ, ପୁରୀ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେନରେ ପରିଣତ କରିବା ନିମନ୍ତେ ୩୬୪ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ପୁରୀରେ ରେଷ୍ଟ୍ରୀୟ ଆଦାର୍ଶ ବେଦ ବିଦ୍ୟାଳୟ ଓ ୮ ହଜାର କୋଟି ଟଙ୍କା ଖର୍ଚ୍ଚରେ କୋଷ୍ଟାଲ ହାଇୱେ ନିର୍ମାଣ ହେଉଛି ବୋଲି ସେ କହିଥିଲେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କାଘର ଦେଉଥିବା ବେଳେ ବିଜେଡି ବିଜୁ ପକ୍କାଘର ନାଁ ଦେଇ ଏହି ଯୋଜନାକୁ ହଡ଼ପ କରୁଥିବା ସେ ଅଭିଯୋଗ କରିଥିଲେ। ଏହି ଦୁଇ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁର୍ବଳତା ସମ୍ପର୍କରେ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story