ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ’ ପଂଚାୟତ ନିର୍ବାଚନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁ ନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ । ତାସହିତ ଅନିଶ୍ଚିତତା ଭିତରେ ରହିଛି ଫେବୃୟାରୀ ୨୦୨୨ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ।  ଲୋକାଲ ବଡି ଇଲେକସନରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କୁ ଅଡୁଆରେ […]

election

election

Tapas Behera
  • Published: Tuesday, 15 June 2021
  • Updated: 15 June 2021, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁ ନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ । ତାସହିତ ଅନିଶ୍ଚିତତା ଭିତରେ ରହିଛି ଫେବୃୟାରୀ ୨୦୨୨ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ।  ଲୋକାଲ ବଡି ଇଲେକସନରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କୁ ଅଡୁଆରେ ପକାଇଛି ।  ଏପଟେ ନିର୍ବାନ ପ୍ରକ୍ରିୟା ନଆଗେଇବାକୁ ଆଇନ୍ ବିଶାରଦ ସାମ୍ବିଧାନିକ ସଙ୍କଟ କହିଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ  ନେଇ ବର୍ଷିଛନ୍ତି ବିରୋଧୀ।

୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନ ନେଇ ଧାର୍ଯ୍ୟ ହୋଇଛି ସମୟ । ହେଲେ ନିର୍ଦ୍ଧାରିତ ସମୟରେ ହୋଇପାରିବତ ନିର୍ବାଚନ?  ପୌର ନିର୍ବାଚନ ଭଳି ପଂଚାୟତ ନିର୍ବାଚନ ବି ଅଟକବନି ଯିବନି ତ? କାରଣ ପଂଚାୟତ ନିର୍ବାଚନ ପ୍ରସ୍ତୁତି ପକ୍ରିୟା ଆଗକୁ ନେବା ପାଇଁ  ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର । ଫଳରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ  ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମାପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା  ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଜାନୁୟାରୀ ମାସରେ କମିସନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ।  ଏହାସତ୍ତ୍ୱେ ଏ ସଂପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେସନ୍ ମିଳିନଥିବା କମିଶନ ଜଣାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି  ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ କାହିଁକି ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର? କେଉଁଠି ରହିଛି ଅସୁବିଧା ।

ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆରେ ପଡିଥିବାରୁ ନିଷ୍ପତ୍ତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି। ପୌର ଓ ପଂଚାୟତ ନିର୍ବାଚନରେ ଆଗରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା ତେବେ ଲୋକାଲ ବଡି ଇଲେକସନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର । ତେବେ ବିଶେଷଜ୍ଞଙ୍କ ମତରେ, ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି, ସରକାର ଚାହିଁଲେ ବି ଘୁଞ୍ଚାଇ ପାରିବେ ନାହିଁ। ରାଜ୍ୟ ସରକାର ପୌର ନିର୍ବାଚନ କରାଉନଥିବା ବେଳେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତାକୁ ନେଇ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ତେବେ ବିଜେଡି କହିଛି ଆଇନ ଅନୁସାରେ ନିର୍ବାଚନ ହେବ।

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏବେ ନିରବ ରହିଥିଲେ ମଧ୍ୟ ଆଗାମୀ ଦିନରେ ଏସଂପର୍କରେ ରାଜ୍ୟ ସରକାରଙ୍କୁ ପୁଣି ଚିଠି ଲେଖିବେ । ତେବେ ଆସନ ସଂରକ୍ଷଣ ୫୦ ପ୍ରତିଶତକୁ ଖସାଇବାକୁ ହେଲେ ପଞ୍ଚାୟତିରାଜର ୩ଟି ଆଇନରେ ସଂସୋଧନ କରିବାକୁ ପଡିବ । ସରକାର କେବେ ଏସବୁ ପ୍ରକ୍ରିୟା ସାରୁଛନ୍ତି, ତା ଉପରେ ପଞ୍ଚାୟତ ନିର୍ବାଚନର ଭବିଷ୍ୟତ ନିର୍ଭର କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story