୪୮ ଘଣ୍ଟାରେ ନିପାତ ହେବ କରୋନା ଭାଇରସ, କ୍ଲିନିକାଲ ପରୀକ୍ଷା ସଫଳ

ମେଲବର୍ଣ୍ଣ: ସାରା ବିଶ୍ୱରେ କରୋନା ଭାଇରସରେ ୧୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୬୧ ହଜାର ଟପିଛି। ଏହାର କାରଣ ଏହି ମହାମାରୀ ପାଇଁ ଏଯାବତ କୌଣସି ଟିକା କିମ୍ୱା ଔଷଧ ବାହାରିନି। ଅନେକ ଦେଶ ଟିକା ନେଇ ଅନେକ ଦାବି କରୁଛନ୍ତି। ଏହାରି ଭିତରେ ଅଷ୍ଚ୍ରେଲିଆର ଗବେଷକ କରୋନାକୁ ୪୮ ଘଣ୍ଚାରେ ମାତ୍ ଦେବା ପାଇଁ ଏକ ପୁରୁଣା ଔଷଧକୁ ପରୀକ୍ଷାଗାରରେ ବ୍ୟବହାର କରି ସଫଳ ହୋଇଛନ୍ତି। ଯାହାକି କରୋନାକୁ ମାତ୍ […]

corona

corona

Subhransu Sekhar
  • Published: Sunday, 05 April 2020
  • Updated: 05 April 2020, 10:01 AM IST

Sports

Latest News

ମେଲବର୍ଣ୍ଣ: ସାରା ବିଶ୍ୱରେ କରୋନା ଭାଇରସରେ ୧୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୬୧ ହଜାର ଟପିଛି। ଏହାର କାରଣ ଏହି ମହାମାରୀ ପାଇଁ ଏଯାବତ କୌଣସି ଟିକା କିମ୍ୱା ଔଷଧ ବାହାରିନି। ଅନେକ ଦେଶ ଟିକା ନେଇ ଅନେକ ଦାବି କରୁଛନ୍ତି। ଏହାରି ଭିତରେ ଅଷ୍ଚ୍ରେଲିଆର ଗବେଷକ କରୋନାକୁ ୪୮ ଘଣ୍ଚାରେ ମାତ୍ ଦେବା ପାଇଁ ଏକ ପୁରୁଣା ଔଷଧକୁ ପରୀକ୍ଷାଗାରରେ ବ୍ୟବହାର କରି ସଫଳ ହୋଇଛନ୍ତି। ଯାହାକି କରୋନାକୁ ମାତ୍ ଦେବା ପାଇଁ ଆଗାମୀ ଦିନରେ ବିଶ୍ୱ ପାଇଁ ବଡ଼ ସଞ୍ଜିବନୀ ସାଜିବ ବୋଲି ଆଶା କରାଯାଉଛି।

ଏହି ଔଷଧର ନାମ ଆଣ୍ଟି ପାରାସାଇଟ୍। ଏହାକୁ ମେଲବର୍ଣ୍ଣର ଗବେଷକମାନେ ପରୀକ୍ଷାଗାରରେ ପରୀକ୍ଷା କରି ସଫଳ ହୋଇଛନ୍ତି। ଆଣ୍ଟି ଭାଇରାଲ ରିସର୍ଚ୍ଚ ଜରନାଲରେ ପ୍ରକଶିତ ରିପୋର୍ଟ ଅନୁଯାୟୀ 'ଇଭେରନେକିଟନ' ନାମକ ଔଷଧ ମାତ୍ର ଗୋଟିଏ ଡୋଜ ଖାଇବା ପରେ ଶରୀରର ଥିବା କରୋନା ଭାଇରସ ଏବଂ ଆରଏନଏ ଭାଇରସକୁ ମାତ୍ର ୪୮ ଘଣ୍ଟାରେ ନିପାତ କରିଦେବ। ଯେଉଁ ଭାଇରସ ରେବୋ ନ୍ୟୁକ୍ଲିକ ଏସିଡ(ଆରଏନଏ)ରେ ଥାଏ ତାହା ଆରଏନଏ ଭାଇରସ ବୋଲି କହୁଯାଏ। ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟର କାଇଲି ଓ୍ୱାଗଷ୍ଟାଫ୍ ଏବଂ ଅନ୍ୟ ବୈଜ୍ଞାନିକମାନେ ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି।

ଇଭେରନେକଟିନ ଏମିତି ଏକ ଔଷଧ ଯାହା ଏଚ୍ଆଇଭି, ଡେଙ୍ଗୁ, ସ୍ୱାଇନ୍ ଫ୍ଲୁ ଏବଂ ଜିକା ଭଳି ସମସ୍ତ ଭାଇରସ ବିରୁଦ୍ଧରେ ଏହା ପ୍ରଭାବଶାଳୀ ବୋଲି ଗବେଷକମାନେ କହିଛନ୍ତି। ତେବେ ଏହି ଔଷଧକୁ ପରୀକ୍ଷାଗାରରେ ଗବେଷଣା କରିବାରୁ ସଫଳ ମିଳିଛି। ହେଲେ ମଣିଷଙ୍କ ଶରୀରରେ ଏଯାଏ ପରୀକ୍ଷା କରାଯାଇନି। ଖୁବଶୀଘ୍ର ଏହାର ପରୀକ୍ଷା ମଣିଷଙ୍କ ଶରୀରରେ ହେବ ବୋଲି ଗବେଷକ କହିଛନ୍ତି।

ଏହି ଗବେଷଣାରେ ସାମିଲ୍ ଥିବା ରୟାଲ ମେଲବର୍ଣ୍ଣ ହସ୍ପିଟାଲର ଡାକ୍ତର ଲିୟୋନି କାଇଲି କହିଛନ୍ତି, କରୋନା ଭାଇରସର ଔଷଧକୁ ନେଇ ସେ ଉତ୍ସାହିତ ଅଛନ୍ତି। ତେବେ ପ୍ରି-କ୍ଲିନିକାଲ୍ ପରୀକ୍ଷା ଏବଂ ପରବର୍ତ୍ତୀ କ୍ଲିନିକାଲ୍ ପରୀକ୍ଷାର ରେଜଲ୍ଟ ମଧ୍ୟରେ ପାର୍ଥକ୍ୟ ଦେଖା ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos