ଲକ୍‌ଡାଉନ୍ ପାଇଁ ଶାନ୍ତ ପଡ଼ିଯାଇଛି ଧରାପୃଷ୍ଠର କମ୍ପନ

ବ୍ରସେଲସ, ବେଲଜିୟମ: ସାରା ବିଶ୍ୱ ପାଇଁ ଏବେ କରୋନା ଭାଇରସ ବଡ଼ ଚ୍ୟାଲେଞ୍ଜ। ଏଯାବତ ୨୦୫ଟି ଦେଶକୁ ଏହି ଘାତକ ଭାଇରସ ବ୍ୟାପିସାରିଛି। ଆଗକୁ ଅଧିକ ଲୋକଙ୍କୁ ଏହି ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବାସୀ ଘର ଭିତରେ ରହି ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ଏହାରି ଭିତରେ ବୈଜ୍ଞାନିକମାନେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି କରୋନା ଓ ଏହାର ପ୍ରଭାବରେ ଲକ୍‌ଡାଉନ୍ ପାଇଁ ଧରାପୃଷ୍ଠର […]

road

road

Subhransu Sekhar
  • Published: Saturday, 04 April 2020
  • Updated: 04 April 2020, 12:35 PM IST

Sports

Latest News

ବ୍ରସେଲସ, ବେଲଜିୟମ: ସାରା ବିଶ୍ୱ ପାଇଁ ଏବେ କରୋନା ଭାଇରସ ବଡ଼ ଚ୍ୟାଲେଞ୍ଜ। ଏଯାବତ ୨୦୫ଟି ଦେଶକୁ ଏହି ଘାତକ ଭାଇରସ ବ୍ୟାପିସାରିଛି। ଆଗକୁ ଅଧିକ ଲୋକଙ୍କୁ ଏହି ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବାସୀ ଘର ଭିତରେ ରହି ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ଏହାରି ଭିତରେ ବୈଜ୍ଞାନିକମାନେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି କରୋନା ଓ ଏହାର ପ୍ରଭାବରେ ଲକ୍‌ଡାଉନ୍ ପାଇଁ ଧରାପୃଷ୍ଠର କମ୍ପନ ଶାନ୍ତ ପଡ଼ିଯାଇଛି।

ବେଲଜିୟମରେ ରୟାଲ ଅବଜର୍ଭେଟୋରୀର ଭୂକମ୍ପ ବିଜ୍ଞାନୀ ଥମାସ ଲେକୋକ ବ୍ରସେଲ୍ସରେ କହିଛନ୍ତି, କରୋନା ଭାଇରସକୁ ରୋକିବା ପାଇଁ ଅନେକ ଦେଶରେ ଲକ୍‌ଡାଉନ୍ ରହିଛି। ପରିବହନ ସେବା ବନ୍ଦ ରହିଥିବା ବେଳେ ରାସ୍ତା ଘାଟ ଶୂନଶାନ ରହିଛି। ତେଣୁ ଧରାପୃଷ୍ଠର ଉପରି ଭାଗରେ ହେଉଥିବା କମ୍ପନ ଏବେ ଶାନ୍ତ ପଡ଼ିଛି। କାର୍‌, ବସ, ଟ୍ରକ ଓ ଭାରି ଯାନ ଚଳାଚଳ, କଳକାରଖାନା ବନ୍ଦ ରହିଥିବାରୁ ଧରିତ୍ରୀର ଉପରିଭାଗ ଏବେ ଶାନ୍ତ ପଡ଼ିଛି।

https://twitter.com/Seismologie_be/status/1240952099887865856

ଥମାସ ଆହୁରି କହିଛନ୍ତି, କେବଳ ବ୍ରସେଲ୍ସରେ ମାର୍ଚ୍ଚରେ ଧରିତ୍ରୀର କମ୍ପନ ୩୦ ପ୍ରତିଶତରୁ ୫୦ ପ୍ରତିଶତ କମିଛି। ଭୂକମ୍ପ ବିଜ୍ଞାନୀମାନେ ମଧ୍ୟ ଏହି ସମୟରେ କ୍ଷୁଦ୍ରତମ ଭୂତାତ୍ତ୍ୱିକ ଗତିବିଧିକୁ ଚିହ୍ନଟ କରିପାରିବେ। ପୃଥିବୀର ଉପର ସ୍ତରରେ ହେଉଥିବା କମ୍ପନ୍ନ ମନୁଷ୍ୟକୃତ ହୋଇଥିବାରୁ ଏହାକୁ ମାପି ହୋଇନଥିଲା। ଏବେ ଚାରିଆଡେ ଶାନ୍ତ ରହିଥିବାରୁ ବାହ୍ୟ କମ୍ପନ ଯୋଗୁଁ ଧରାପୃଷ୍ଠର ଏହି ଆଭ୍ୟନ୍ତରୀଣ କମ୍ପନ ବିଷୟରେ ଜାଣି ହେଉଛି। ସାଧାରଣ ସମୟରେ ଏହା ରେକର୍ଡ ହୋଇପାରୁନଥିଲା। ତେଣୁ ସହର ବାହାରେ ସବୁବେଳେ ଭୂକମ୍ପର ତୀବ୍ରତା ମପାଯାଉଥିଲା। କାରଣ ସେହି ସ୍ଥାନ ଗୁଡ଼ିକ ଶାନ୍ତ ରହିଥାଏ।

ସୂଚନାଯୋଗ୍ୟ, ଭୂମିକମ୍ପ ବିଶେଷଜ୍ଞମାନେ ପୃଥିବୀର କମ୍ପନକୁ ଚିହ୍ନଟ କରିବା ପାଇଁ ବୋରହୋଲ ଷ୍ଟେସନ (ଭୂତଳ କେନ୍ଦ୍ର) ବ୍ୟବହାର କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos