ପ୍ରଦୂଷଣର ମାତ୍ରା କରୋନା ମୃତ୍ୟୁସଂଖ୍ୟା ବଢ଼ାଇପାରେ: ସର୍ଭେ

ନୂଆଦିଲ୍ଲୀ: ସାରା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି କରୋନା ଭାଇରସ। ଏଯାବତ ୧,୪୩୫, ୩୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୨,୨୧୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଏହାରି ଭିତରେ ହାର୍ବାଡ ବିଶ୍ୱବିଦ୍ୟାଳୟରେ ଥିବା ଟି.ଏଚ. ଚାନ ସ୍କୁଲ ଅଫ୍ ପବ୍ଲିକ ହେଲଥ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଉଲ୍ଲେଖ ରହିଛି କରୋନାରେ ମୃତ୍ୟୁବରଣ କରୁଥିବା ଅଧିକାଂଶ ଲୋକଙ୍କ ପାଇଁ ପ୍ରଦୂଷଣ  ମୁଖ୍ୟ କାରଣ। ବାୟୁମଣ୍ଡଳରେ ପିଏମର ମାତ୍ରା ୨.୫ରୁ ସାମାନ୍ୟ ବଢ଼ିଲେ ମୃତ୍ୟୁ […]

delhi POLLUTION (1)

delhi POLLUTION (1)

Subhransu Sekhar
  • Published: Wednesday, 08 April 2020
  • Updated: 08 April 2020, 03:15 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି କରୋନା ଭାଇରସ। ଏଯାବତ ୧,୪୩୫, ୩୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୨,୨୧୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଏହାରି ଭିତରେ ହାର୍ବାଡ ବିଶ୍ୱବିଦ୍ୟାଳୟରେ ଥିବା ଟି.ଏଚ. ଚାନ ସ୍କୁଲ ଅଫ୍ ପବ୍ଲିକ ହେଲଥ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଉଲ୍ଲେଖ ରହିଛି କରୋନାରେ ମୃତ୍ୟୁବରଣ କରୁଥିବା ଅଧିକାଂଶ ଲୋକଙ୍କ ପାଇଁ ପ୍ରଦୂଷଣ  ମୁଖ୍ୟ କାରଣ।

ବାୟୁମଣ୍ଡଳରେ ପିଏମର ମାତ୍ରା ୨.୫ରୁ ସାମାନ୍ୟ ବଢ଼ିଲେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଗବେଷକଙ୍କ ମତ ଅନୁଯାୟୀ ପିଏମ୍ ୨.୫ରେ ମାତ୍ର ୧ଗ୍ରାମ/ଏମ୩ ଯଦି ସାମାନ୍ୟ ବଢ଼ିବ ତାହେଲେ କରୋନାରେ ମୃତ୍ୟୁ ସଂଖ୍ୟା ୧୫ ପ୍ରତିଶତ ବଢ଼ିପାରେ।

କହିରଖୁଛୁ, ବିଶ୍ୱରେ ୧୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ଟି ସହର ରହିଛି। ଓ୍ୱାର୍ଲଡ ଇକୋନମି ଫୋରମରେ ଉପସ୍ଥାପିତ ହୋଇଥିବା ଏୟାର କ୍ୱାଲିଟି ରିପୋର୍ଟ ଅନୁଯାୟୀ ଗାଜିଆବାଦ ଶୀର୍ଷରେ ପ୍ରମୁଖ ପ୍ରଦୂଷିତ ସହର ବୋଲି ଉଲ୍ଲେଖ ରହିଥିବାବେଳେ ଦିଲ୍ଲୀ ୫ ନମ୍ୱର, ନୋଏଡା ୬ ନମ୍ୱର ଏବଂ ଗୁରୁଗ୍ରାମ ୭ ନମ୍ୱରରେ ରହିଛି।

ଏହି ଗବେଷଣା ଆମେରିକାର ସହରଗୁଡ଼ିକୁ ନେଇ ହୋଇଛି। ଭାରତ କ୍ଷେତ୍ରରେ ଏହାର ଗବେଷଣା ଅଲଗା ହୋଇପାରେ। କାରଣ ଭାରତରେ ଜନସଂଖ୍ୟା ଆକାର, ହସ୍ପିଟାଲ୍ ବେଡ୍, ଆକ୍ରାନ୍ତଙ୍କ ସଂଖ୍ୟା, ପାଣିପାଗ, ସାମାଜିକ ଅର୍ଥନୀତିକ, ମୋଟାପଣ ଏବଂ ଧୂମପାନରେ ପାର୍ଥକ୍ୟ ଦେଖାଦେଇପାରେ।

ଗବେଷକମାନେ ଡିପାର୍ଟମେଣ୍ଟ ଅଫ୍ ବାୟୋଷ୍ଟାଟିସଟିକ୍ସର ଜିଆଓ ଉ , ରଚେଲ ସି. ନେଥରେ, ଏମ. ବେନଜାମିନ୍ ସବଥ, ଡାନିଲି ବ୍ରାଉନ ଏବଂ ଫ୍ରାନସେସକ। ଏହି ଗବେଷଣା ବ୍ୟକ୍ତିଗତ ଭାବରେ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos