‘ଲକ୍‌ଡାଉନ୍ ଶେଷ ହେବା ବେଳକୁ କରୋନାର ପ୍ରଭାବ କମିଯାଇଥିବ’

ନୂଆଦିଲ୍ଲୀ: ୨୧ ଦିନର ଲକ୍‌ଡାଉନ୍ ଶେଷ ହେବା ବେଳକୁ କରୋନାର ପ୍ରଭାବ କମିଯାଇପାରେ। ଏହାର କାରଣ ଗ୍ରୀଷ୍ନ ପ୍ରବାହ ବୋଲି ମତ ରଖିଛନ୍ତି ଦେଶର ପ୍ରମୁଖ ମାଇକ୍ରୋ ବାୟୋଲୋଜିଷ୍ଟମାନେ। ଏପ୍ରିଲ୍ ଶେଷ ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇସାରିଥିବ। ଏହି ସମୟରେ କରୋନା ପ୍ରଭାବହୀନ ହେବ ବୋଲି ଆସୋସିଏସନ୍ ଅଫ୍ ମାଇକ୍ରୋ ବାୟୋଲୋଜିଷ୍ଟ୍ ସଂଗଠନ ପ୍ରମୁଖ ପ୍ରଫେସର ଜେଏସ୍ ବିର୍ଡି କହିଛନ୍ତି। ବିଶ୍ୱର ଅନ୍ୟ ମାଇକ୍ରୋ ବାୟୋଲୋଜିଷ୍ଟମାନେ ଶୀତ ଋତୁରେ ଏହି ଭାଇରସ ଅଧିକ ପ୍ରଭାବ ଦେଖାଇଥାଏ ବୋଲି […]

coronavirus

coronavirus

Subhransu Sekhar
  • Published: Thursday, 26 March 2020
  • Updated: 26 March 2020, 10:01 PM IST

Sports

Latest News

ନୂଆଦିଲ୍ଲୀ: ୨୧ ଦିନର ଲକ୍‌ଡାଉନ୍ ଶେଷ ହେବା ବେଳକୁ କରୋନାର ପ୍ରଭାବ କମିଯାଇପାରେ। ଏହାର କାରଣ ଗ୍ରୀଷ୍ନ ପ୍ରବାହ ବୋଲି ମତ ରଖିଛନ୍ତି ଦେଶର ପ୍ରମୁଖ ମାଇକ୍ରୋ ବାୟୋଲୋଜିଷ୍ଟମାନେ। ଏପ୍ରିଲ୍ ଶେଷ ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇସାରିଥିବ। ଏହି ସମୟରେ କରୋନା ପ୍ରଭାବହୀନ ହେବ ବୋଲି ଆସୋସିଏସନ୍ ଅଫ୍ ମାଇକ୍ରୋ ବାୟୋଲୋଜିଷ୍ଟ୍ ସଂଗଠନ ପ୍ରମୁଖ ପ୍ରଫେସର ଜେଏସ୍ ବିର୍ଡି କହିଛନ୍ତି। ବିଶ୍ୱର ଅନ୍ୟ ମାଇକ୍ରୋ ବାୟୋଲୋଜିଷ୍ଟମାନେ ଶୀତ ଋତୁରେ ଏହି ଭାଇରସ ଅଧିକ ପ୍ରଭାବ ଦେଖାଇଥାଏ ବୋଲି ସେ କହିଛନ୍ତି।

ଡିସେମ୍ବରରୁ ଏପ୍ରିଲ ମଧ୍ୟରେ କରୋନା ଭାଇରସ୍ ଅଧିକ ପ୍ରଭାବ ଦେଖାଇବ। ହେଲେ ଜୁନ୍ ବେଳକୁ ଏହା ପ୍ରବାହହୀନ ହେବ ବୋଲି ଭାଇରୋଲୋଜିଷ୍ଟ ମାନେ କହିଛନ୍ତି।

ପ୍ରଫେସର ପ୍ରତ୍ୟୁଶ ଶୁକ୍ଲା ଖବର ସରବରାହ ସଂସ୍ଥା ଆଇଏଏନଏସକୁ କହିଛନ୍ତି, ‘ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ SୁRS, ଫ୍ଲୁ ଭଳି ଭାଇରସ ସର୍ବାଧିକ ପ୍ରଭାବ ଦେଖାଇଥାନ୍ତି। କାରଣ ଏହି ସମୟରେ ଥିବା ତାପମାତ୍ରା ଭାଇରସକୁ ବ୍ୟାପିବାରେ ସହଯୋଗ କରିଥାଏ’।

କରୋନା ଏବେ ସାରା ବିଶ୍ୱରେ ଭୟାନକ ହେଉଥିବାରୁ ଏହାର ଉଦ୍ଦେଶ୍ୟ ବା ଗତି ଜାଣିବା କଷ୍ଟକର ବୋଲି ପ୍ରଫେସର ଜେ.ଏସ୍ ଭର୍ଡି କହିଛନ୍ତି। ଦୀର୍ଘ ୫୦ ବର୍ଷ ଅଭିଜ୍ଞତା ଭିତରେ କରୋନା ଯେଉଁ ଭଳି ଭାବରେ ବ୍ୟାପୁଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ପ୍ରଫେସର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos