Advertisment

ହଠାତ୍‌ ନୀଳରୁ ଲାଲ ପାଲଟିଗଲା ପୂରା ଆକାଶ

ବେଜିଂ: ହଠାତ୍‌ ବଦଳିଗଲା ଆକାଶର ରଙ୍ଗ। ଦେଖୁଦେଖୁ ନୀଳରୁ ପାଲଟିଗଲା ନାଲି। ରକ୍ତ ନାଲିରେ ପରିଣତ ହୋଇଗଲା ପୂରା ଆକାଶ। ଯିଏ ଦେଖିଲା ସିଏ ଚକିତ ହୋଇପଡିଲା। ଚୀନ୍‌ର ଏକ ସହରରେ ଦେଖିବାକୁ ମିଳିଛି କିଛି ଏଭଳି ଅଦ୍ଭୁତ ଦୃଶ୍ୟ। ଯାହା ସୋଶାଲ ମିଡିଆରେ ଭାଇରାଲ ହବାରେ ଲାଗିଛି। ଚୀନ୍‌ର ଝୋଉଶାନ ସହର। ସୋମବାର ହଠାତ ଏଠାକାର ଆକାଶ ନୀଳରୁ ନାଲିରେ ପରିତଣ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଲୋକେ ସୋଶାଲ […]

author-image
Madhupriya Mistry
ହଠାତ୍‌ ନୀଳରୁ ଲାଲ ପାଲଟିଗଲା ପୂରା ଆକାଶ

Sky turn blood red

ବେଜିଂ: ହଠାତ୍‌ ବଦଳିଗଲା ଆକାଶର ରଙ୍ଗ। ଦେଖୁଦେଖୁ ନୀଳରୁ ପାଲଟିଗଲା ନାଲି। ରକ୍ତ ନାଲିରେ ପରିଣତ ହୋଇଗଲା ପୂରା ଆକାଶ। ଯିଏ ଦେଖିଲା ସିଏ ଚକିତ ହୋଇପଡିଲା। ଚୀନ୍‌ର ଏକ ସହରରେ ଦେଖିବାକୁ ମିଳିଛି କିଛି ଏଭଳି ଅଦ୍ଭୁତ ଦୃଶ୍ୟ। ଯାହା ସୋଶାଲ ମିଡିଆରେ ଭାଇରାଲ ହବାରେ ଲାଗିଛି।

Advertisment

ଚୀନ୍‌ର ଝୋଉଶାନ ସହର। ସୋମବାର ହଠାତ ଏଠାକାର ଆକାଶ ନୀଳରୁ ନାଲିରେ ପରିତଣ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଲୋକେ ସୋଶାଲ ମିଡିଆରେ ଏହାର ଭିଡିଓକୁ ଶେଆର କରିବାକୁ ଲାଗିଥିଲେ। ଅନେକ ଲୋକ ଏହାକୁ ଅଶୁଭ ମଧ୍ୟ କହିଲେ। ଆଉ କିଛି ଲୋକେ ଚୀନ୍‌ର କରୋନା ମୁକାବିଲାକୁ ନେଇ ମଧ୍ୟ ଏହାକୁ ଯୋଡି ଦେଲେ।

https://twitter.com/bishnu_maharaj/status/1523485959165149184?s=20&t=1Y_OF8L3pgoP-qJjnnUHCA

Advertisment

ସୋଶାଲ ମିଡିଆ ୟୁଜର୍ସ କହିଲେ, ଆଗକୁ କୌଣସି ଏକ ବଡ ଅଘଟଣ ହେବାକୁ ଯେଉଛି। ଟ୍ୱିଟର୍‌ରେ ମଧ୍ୟ ଅନେକ ଲୋକେ ଏହି ଲାଲ ରଙ୍ଗର ଆକାଶର ଭିଡିଓ ଶେଆର କରି ଏହାର କାରଣ କ'ଣ ବୋଲି ପ୍ରଶ୍ନ ପଚାରିଥିଲେ। ତେବେ ଏସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ସେଠାକାର ସ୍ଥାନୀୟ ବାସିନ୍ଦା। ଲାଇଟ୍‌ ରିଫ୍ଲେକ୍‌ସନ ଯୋଗୁଁ ଏଭଳି ଆକାଶ ଲାଲ ପାଲଟିଯାଇଥିବା ସେମାନେ କହିଥିଲେ।

ଝୋଉଶାନ ମେଟ୍ରୋଲୋଜିକାଲ ବ୍ୟୁରୋ କହିଛି - ଯେତେବେଳେ ପାଗ ଭଲ ଥାଏ, ବାୟୁମଣ୍ଡଳରେ ଥିବା ଅଧିକ ଜଳରୁ ଏରୋସୋଲ ସୃଷ୍ଟି ହୁଏ। ଯାହା ମତ୍ସ୍ୟଜୀବୀଙ୍କ ଡଙ୍ଗାର ଲାଇଟ୍‌ ଆଲୋକକୁ ସ୍କେଟର ଏବଂ ରିଫ୍ରେକ୍ଟ କରେ। ଏହି କାରଣରୁ ଆକାଶ ଲୋକଙ୍କୁ ବେଳେ ବେଳେ ନୀଳରୁ ଲାଲ ଦେଖାଯାଏ। କେବଳ ସେତିକି ନୁହେଁ ଆଗ୍ନେୟ ଉଦ୍‌ଗୀରଣ ଯୋଗୁଁ ବି ବେଳେ ବେଳେ ଆକାଶ ଲାଲ ଦେଖାଯାଏ।

https://twitter.com/DoregamaViral/status/1523633142581501952?s=20&t=2BwGy1es1byAwNWY_OVBXw

ଅନ୍ୟପଟେ ଲାଇଭ୍‌ ସାଇନ୍ସ ସହ କଥାବାର୍ତ୍ତା ବେଳେ ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ସୌର ବିସ୍ଫୋରଣର ଧକ୍କା ହେତୁ ଜିଓମ୍ୟାଗ୍ନେଟିକ୍ ଝଡ ସୃଷ୍ଟି ହୁଏ। ଏହି କାରଣ ଯୋଗୁ ଆକାଶ ଏଭଳି ଲାଲ ପାଲଟି ଥାଇପାରେ। ତେବେ ଚାଇନା ଗଣମାଧ୍ୟମ କିନ୍ତୁ ବୈଜ୍ଞାନିକଙ୍କ ଏହି କଥାକୁ ଖଣ୍ଡନ କରିଛି। ସେ କହିଛି ଶନିବାର ଦିନ ସୌର ଏବଂ ଜିଓମ୍ୟାଗ୍ନେଟିକ୍ ଉଭୟ ଶାନ୍ତ ଥିଲା। ଝୋଉଶାନର ଲାଲ ଆକାଶ ପଛରେ ଏହି ସମ୍ଭାବନାକୁ ସେ ଏଡ଼ାଇ ଦେଇଛି। ତେବେ ପ୍ରକୃତରେ କାହିଁକି ନୀଳ ରଙ୍ଗର ଆକାଶ ହଠାତ ଲାଲ ପାଲଟିଗଲା ତା'ର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।