ଗଞ୍ଜାମର ଆନ୍ନା- କାଉନସିଲରରୁ ବାଚସ୍ପତି | Odisha Reporter
୧୯୭୭ ମସିହାରେ ବ୍ରହ୍ମପୁର ମହାନଗର ନିଗମ କାଉନସିଲର ଭାବେ ନିର୍ବାଚିତ ହେବା ପରଠୁ ଆଉ ରାଜନୀତିରେ ପଛକୁ ଫେରି ନଥିଲେ ସୂର୍ଯ୍ୟନାରାୟଣ ପାତ୍ର। ସେ ଫିସଫେଡ୍, ଓମଫେଡ୍ ଓ ଓପେଲଫେଡ୍ର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଗଞ୍ଜାମ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ । ସ୍ୱର୍ଗତ ପାତ୍ର ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ଟିକେଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ୧୯୯୦ ମସିହା ପରଠୁ କେବେ ନିର୍ବାଚନରେ ପରାଜିତ ହୋଇନଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
