Advertisment

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦ୍ରୌପଦୀ

ଦୁଃଖ, ଯନ୍ତ୍ରଣା ଓ ମାନସିକ ଦୁଶ୍ଚିନ୍ତାରେ ନିଜକୁ ଗଢ଼ୁଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ପରିବାର ବୋଝ। ପାଠ ପଢ଼ାରେ ଡୋରୀ ବାନ୍ଧି ଅର୍ଥ ଉପାର୍ଜନରେ ଲାଗି ପଡ଼ିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Draupadi

Draupadi

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଦୌପଦୀ। ଯିଏ ଦୁନିଆକୁ ଠିକ୍‌ରେ ଦେଖିବା ଆଗରୁ ମାଆକୁ ହରାଇଥିଲେ। ଆଉ ବାପାଙ୍କ ଆଖିରେ ସମାଜକୁ ଦେଖୁଥିଲେ। ଦୁଃଖ, ଯନ୍ତ୍ରଣା ଓ ମାନସିକ ଦୁଶ୍ଚିନ୍ତାରେ ନିଜକୁ ଗଢ଼ୁଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ପରିବାର ବୋଝ। ପାଠ ପଢ଼ାରେ ଡୋରୀ ବାନ୍ଧି ଅର୍ଥ ଉପାର୍ଜନରେ ଲାଗି ପଡ଼ିଲେ। ଏବେ ସେ ଦଣ୍ଡନାଚରେ ନିଜକୁ ନିୟୋଜିତ କରୁଛନ୍ତି। ଏପରି ସଂଘର୍ଷର କାହାଣୀ ଆସିଛି ବୌଦ୍ଧ ଜିଲ୍ଲାରୁ।

Advertisment

ତାଳପଦର ଗାଁର ଦ୍ରୌପଦୀ ଜଗଦଲା। ୫ ଭଉଣୀଙ୍କ ଭିତରୁ ଇଏ ହେଉଛନ୍ତି ସବା ସାନ। ପିଲାଟିଏ ହୋଇଥିଲେ, ମୁଣ୍ଡ ଉପରୁ ମାଆଙ୍କ ହାତ ଉଠି ଯାଇଥିଲା। ମାଆଙ୍କ ମୃତ୍ୟୁ ପରେ ବାପା ରଙ୍କ ଜଗଦଲାଙ୍କ କୋଳରେ ଦୁନିଆକୁ ଦେଖିଥିଲେ। ବାପା ମଧ୍ୟ ଦ୍ରୌପଦୀଙ୍କ ପରି ୫ ଝିଅଙ୍କ ସବୁ ଅଳି ଅର୍ଦ୍ଦଳି ବୁଝୁଥିଲେ। ଦ୍ୱିତୀୟ ବିବାହ ନକରି ନିଜର ସ୍ୱଳ୍ପ ଉପାର୍ଜନରେ ଝିଅଙ୍କ ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଥିଲେ ରଙ୍କ ଜଗଦଲା। ହେଲେ ହଠାତ୍‌ ବୟାସିକ କାରଣରୁ ରୋଗାଗ୍ରସ୍ତ ହୋଇପଡ଼ିଲେ। ତେଣୁ ପୂର୍ବ ପରି ଆଉ କାମଦାମ କରିବାକୁ ଆଉ ବେଶୀ ଯାଇପାରିଲେ ନାହିଁ। ତେଣୁ ୬ ପ୍ରାଣୀ କୁଟୁମ୍ୱଳ ଚଳାଇବା କଷ୍ଟକର ହୋଇପଡ଼ିଲା।

Draupadiବାପା ଓ ଭଉଣୀଙ୍କ ସହିତ ବସିଛନ୍ତି ଦ୍ରୌପଦୀ

ବାପାଙ୍କ ଦୁଃଖ ଦେଖିପାରିଲେ ନାହିଁ ଦ୍ରୌପଦୀଙ୍କ ବଡ଼ ଭଉଣୀ। ପରିବାର ଚଳାଇବା ପାଇଁ ଘରୁ ଗୋଡ଼ କାଢ଼ିଲେ। ଗାଁରେ ଆର ତା’ର କାମ ଦାମ କରିବାକୁ ଗଲେ। ଯାହା ଉପାର୍ଜନ କଲେ ଦୁଃଖ କଷ୍ଟରେ ଚଳୁଥିଲା ପରିବାର। ଏହାରି ଭିତରେ ମାଟ୍ରିକ୍‌ ପାସ କଲେ ଦ୍ରୌପଦୀ। ସେ ମଧ୍ୟ ପରିବାରର ଦାରିଦ୍ର୍ୟତାକୁ ମର୍ମେମର୍ମେ ଅନୁଭବ କରିଥିଲେ। ତେଣୁ ପାଠ ପଢ଼ାକୁ ଅଧାରେ ଛାଡ଼ି ୪ ଭଉଣୀଙ୍କ ପରି ସେ ମଧ୍ୟ ଘରୁ ଗୋଡ଼ କଢ଼ିଲେ।

Advertisment

ଦଣ୍ଡ ନାଚ ଦଳରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ ଦ୍ରୌପଦୀ। ଏଥିପାଇଁ ପରିବାର ଲୋକେ ମଧ୍ୟ ସ୍ୱୀକୃତି ଦେଲେ। ଏହା ପରେ ସେ ଦଣ୍ଡନାଚ ଦଳରେ ସାମିଲ ହେଲେ। ପ୍ରଥମେ ଦୁତି ଭୂମିକାରେ ଅଭିନୟ କରୁଥିଲେ। ଆଉ ଏବେ ରାଧା ଭୂମିକାରେ ଦଣ୍ଡ ନୃତ୍ୟ କରୁଛନ୍ତି। ଅତି ସୁନ୍ଦର ଭାବେ ଗୀତ ମଧ୍ୟ ଗାଉଛନ୍ତି। ତିନି ବର୍ଷ ଭିତରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରିସାରିଲେଣି।

Draupadiମନ ମାନୁନି! ପଢ଼ା ଛାଡ଼ିଥିଲେ ମଧ୍ୟ ପଢ଼ୁଛନ୍ତି ଦ୍ରୌପଦୀ

ଦଣ୍ଡନାଚରୁ ଦ୍ରୌପଦୀ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଛି ପୂରା ପରିବାର। ଅଭାବି ଭିତରେ ସେ ଦଣ୍ଡକଳାକୁ ନେଇ ବଞ୍ଚିବାର ରାହା ଖୋଜୁଛନ୍ତି। ଭାଙ୍ଗା କୁଡିଆରେ ବୃଦ୍ଧ ବାପା ଓ ଚାରି ଭଉଣୀଙ୍କୁ ନେଇ ଦେଖୁଛନ୍ତି ଜୀବନ ବଞ୍ଚିବାର ବାଟ।

ଦ୍ରୌପଦୀ କହିଛନ୍ତି, ପାଠ ପଢ଼ିବାକୁ ବହୁତ ମନ ଥିଲା। ହେଲେ କ’ଣ କରିବି? ଘରର ଅବସ୍ଥା ଭଲ ନାହିଁ। ତେଣୁ ବାଧ୍ୟ ହୋଇ ଦଣ୍ଡନାଚିବାକୁ ଯାଉଛି। ସରକାରଙ୍କ ସହଯୋଗ ମିଳିଲେ, ପାଠ ପଢ଼ିବି ବୋଲି ଦ୍ରୌପଦୀ କହିଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Odisha Boudh