ଆଇପିଏଲ ୮: ଆଜି ଦିଲ୍ଲୀ-ହାଇଦ୍ରାବାଦ ଓ କୋଲକାତା-ପଞ୍ଜାବ ଲଢ଼େଇ

ନୂଆଦିଲ୍ଲୀ: ଆଇପିଏଲ ୮ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମଟି ହେବ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ। ବିଶାଖାପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଅପରାହ୍ନ ୪ଟା ବେଳେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚଟି ଖେଳାଯିବ କୋଲାକାତା ନାଇଟ ରାଇଡର୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ। ଏହି ମ୍ୟାଚଟି ଖେଳାଯିବ ପୁନେରେ। ରାତି ୮ଟାରୁ ଏହା ଆରମ୍ଭ ହେବ। ଦିଲ୍ଲୀ ଡେୟାର ଡେଭିଲ୍ସ ତିନୋଟି ମ୍ୟାଚ୍ ଖେଳିଥିବା ବେଳେ […]

duminy and yuvraj singh

duminy and yuvraj singh

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 08:49 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ୮ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମଟି ହେବ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ। ବିଶାଖାପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଅପରାହ୍ନ ୪ଟା ବେଳେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚଟି ଖେଳାଯିବ କୋଲାକାତା ନାଇଟ ରାଇଡର୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ। ଏହି ମ୍ୟାଚଟି ଖେଳାଯିବ ପୁନେରେ। ରାତି ୮ଟାରୁ ଏହା ଆରମ୍ଭ ହେବ।

ଦିଲ୍ଲୀ ଡେୟାର ଡେଭିଲ୍ସ ତିନୋଟି ମ୍ୟାଚ୍ ଖେଳିଥିବା ବେଳେ ଦୁଇଟି ହାରିଛି ଓ ଗୋଟିଏ ଜିତିଛି। ସନରାଇଜର୍ସ ହାଇଦ୍ରାବାଦର ବି ସେଇ ସ୍ଥିତି। ଦଳ ଦୁଇଟି ହାରିଛି ଓ ଗୋଟିଏ ଜିତିଛି। କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟ ତିନୋଟି ଖେଳିଛି ଓ ଗୋଟିଏ ଜିତିଛି। କେବଳ କୋଲକାତା ୨ଟି ମ୍ୟାଚ୍ ଖେଳିଛି ଓ ସେଥିରୁ ଗୋଟିକରେ ଜିତିଛି। ତେଣୁ ସମସ୍ତ ଦଳ ନିଜ ନିଜର ମ୍ୟାଚଗୁଡ଼ିକୁ ଜିତିବାକୁ ଚେଷ୍ଟା କରି ପଏଣ୍ଟ ଟେବୁଲରେ ସ୍ଥାନ ମଜଭୁତ କରିବାକୁ ଚେଷ୍ଟା କରିବେ।

ଦିଲ୍ଲୀ ଡେୟାର ଡେଭିଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ହରାଇଥିଲା। ପ୍ରଥମ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କ ଏହି ମ୍ୟାଚରେ ଭଲ ଖେଳିଥିଲେ ଓ ତାହା ମ୍ୟାଚର ଫଳାଫଳରେ ଫରକ ପକାଇଥିଲା। ମୟଙ୍କ ଅଗ୍ରୱାଲଙ୍କ ପାଳି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ତେଣୁ ଆଜି ଏହି ଯୋଡ଼ିଙ୍କ ଉପରେ ପୁଣି ନଜର ରହିବ। ଅନ୍ୟପକ୍ଷରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଭେଟିବାକୁ ଥିବା ସନରାଇଜର୍ସ ହାଇଦ୍ରାବାଦ ଭରସା ରଖିଛି ତାର ଷ୍ଟାର ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲର ଓ ଶିଖର ଧାୱନଙ୍କ ଉପରେ। ଲୋକେଶ ରାହୁଲଙ୍କ ଉପରେ ବି ଦଳ ଭରସା ରଖିଛି। ସେ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଭଲ ଖେଳିଥିଲେ।

ସେହିପରି ପୁନେର ସୁବ୍ରତ ରାୟ ସାହାରା ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗସ ପଞ୍ଜାବ ଏକାଦଶ ମଧ୍ୟରେ ମୁକାବିଲା ହେବ। କୋଲାକାତା ଚଳିତ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଖେଳିଥିଲା ଓ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଥିଲେ। ତେବେ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୋୟାଲ୍ସଠାରୁ ପରାଜିତ ହୋଇଥିଲା। ତେଣୁ ଏହି ମ୍ୟାଚକୁ ଜିତି ପରାଜୟ ଧାରା ଭାଙ୍ଗିବାକୁ ଉଦ୍ୟମ କରିବ ଦଳ। ଅନ୍ୟପକ୍ଷରେ ଗତ ଆଇପିଏଲର ଉପବିଜେତା କିଙ୍ଗସ ଏକାଦଶ ପଞ୍ଜାବ ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ଗତ ଆଇପିଏଲ୍ ଫାଇନାଲରେ ଏହା କୋଲାକାତା ନାଇଟ ରାଇଡର୍ସ ଠାରୁ ପରାସ୍ତ ହୋଇଥିଲା। ତେବେ ଏଥର ଏହାର ଆରମ୍ଭ ଭଲ ରହି ନାହିଁ। ତିନୋଟି ମ୍ୟାଚରୁ ଦୁଇଟିରେ ହାରିଛି ଓ ଗୋଟିକରେ ଜିତିଛି। ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ହାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଜିତିଥିଲା। ବିଫଳ ରହିଥିବା ମ୍ୟାକ୍ସୱେଲ ଓ ମିଲର ଆଜି ଭଲ ଖେଳିବେ ବୋଲି ଦଳ ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story