ଆଜିଠାରୁ ବାଂଲାଦେଶ-ଭାରତ ଦିନିକିଆ

ଢାକା: ଆଜିଠାରୁ ଭାରତ, ବାଂଲାଦେଶ ଦିନିକିଆ ସିରିଜ ଆରମ୍ଭ ହେଉଛି । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ଖଳାଯିବ ପ୍ରଥମ ଦିନିକିଆ । ବିଶ୍ୱକପ କ୍ୱାର୍ଟର ଫାଇନାଲ ପରେ ପ୍ରଥମ ଥର ପାଇଁ ଦୁଇ ଦେଶ ମୁହାଁମୁହିଁ ହେବେ । ଅଧିନାୟକ  ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭରତ ପୁଣି ଏକ ଶକ୍ତିଶାଳୀ ଟିମ୍ ସହ ପଡିଆକୁ ଓହ୍ଲାଉଛି । ତେବେ ଧୋନୀ ବାହିନୀ ବାଂଲାଦେଶକୁ ହାଲ୍କା ଭାବେ ନେଇନାହିଁ । କାରଣ ପାକିସ୍ତାନ ବିପକ୍ଷ […]

prv

prv

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 04:53 AM IST

Sports

Latest News

ଢାକା: ଆଜିଠାରୁ ଭାରତ, ବାଂଲାଦେଶ ଦିନିକିଆ ସିରିଜ ଆରମ୍ଭ ହେଉଛି । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ରେ ଖଳାଯିବ ପ୍ରଥମ ଦିନିକିଆ । ବିଶ୍ୱକପ କ୍ୱାର୍ଟର ଫାଇନାଲ ପରେ ପ୍ରଥମ ଥର ପାଇଁ ଦୁଇ ଦେଶ ମୁହାଁମୁହିଁ ହେବେ । ଅଧିନାୟକ  ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭରତ ପୁଣି ଏକ ଶକ୍ତିଶାଳୀ ଟିମ୍ ସହ ପଡିଆକୁ ଓହ୍ଲାଉଛି । ତେବେ ଧୋନୀ ବାହିନୀ ବାଂଲାଦେଶକୁ ହାଲ୍କା ଭାବେ ନେଇନାହିଁ । କାରଣ ପାକିସ୍ତାନ ବିପକ୍ଷ ଘରୋଇ ସିରିଜକୁ ୩-୦ରେ ଜିତିଥିବା ବାଂଲାଦେଶ ଖେଳାଳିଙ୍କ ମନବଳ ଦୃଢ ରହିଛି । ଏହାକୁ ଆଧାର କରି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରି ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ଏହି ଦଳ । ତେବେ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବା ଆଶଙ୍କା ରହିଛି । ପୂର୍ବରୁ ବର୍ଷ ଯୋଗୁଁ ଦୁଇଦେଶ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଷ୍ଟେଟ ମ୍ୟାଚ ଡ୍ରରେ ଶେଷ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos