ଇଏସପିଏନ୍ ଇଣ୍ଡିଆ ମଲ୍ଟି-ସ୍ପୋର୍ଟ୍ସ ଆୱାର୍ଡ: ସିନ୍ଧୁ ଓ ନୀରଜ ଶ୍ରେଷ୍ଠ

ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଶଟଲର୍ ପିଭି ସିନ୍ଧୁ ଓ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଶୁକ୍ରବାର ଇଏସପିଏନ୍ ଇଣ୍ଡିଆ ମଲ୍ଟି-ସ୍ପୋର୍ଟ୍ସ ଆୱାର୍ଡ-୨୦୧୮ ପାଇଁ ବର୍ଷର ସର୍ବଶ୍ରେଷ୍ଠ ମହିଳା ଓ ପୁରୁଷ ଖେଳାଳି ବିବେଚିତ କରାଯାଇଛି। ଗତବର୍ଷ ଚୀନରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲରେ ଦମଦାର ପ୍ରଦର୍ଶନ ଯୋଗୁ ସିନ୍ଧୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ଗତବର୍ଷ ୮୮.୦୬ […]

nee

nee

Ranjit Kumar Jena
  • Published: Friday, 05 April 2019
  • Updated: 05 April 2019, 08:48 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଶଟଲର୍ ପିଭି ସିନ୍ଧୁ ଓ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଶୁକ୍ରବାର ଇଏସପିଏନ୍ ଇଣ୍ଡିଆ ମଲ୍ଟି-ସ୍ପୋର୍ଟ୍ସ ଆୱାର୍ଡ-୨୦୧୮ ପାଇଁ ବର୍ଷର ସର୍ବଶ୍ରେଷ୍ଠ ମହିଳା ଓ ପୁରୁଷ ଖେଳାଳି ବିବେଚିତ କରାଯାଇଛି।

ଗତବର୍ଷ ଚୀନରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲରେ ଦମଦାର ପ୍ରଦର୍ଶନ ଯୋଗୁ ସିନ୍ଧୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ଗତବର୍ଷ ୮୮.୦୬ ମିଟର ଜାଭେଲିନ୍ ଥ୍ରୋ କରି ନ୍ୟାଶନାଲ ରେକର୍ଡ କରିଥିଲେ।

ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ନେହ୍ୱାଲଙ୍କୁ "କମବ୍ୟାକ୍ ଅଫ୍ ଦି ଇୟର' (ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ) ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏହି ବ୍ୟାଡମିଣ୍ଟନ ଖେଳାଳି ଜଣଙ୍କ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଭାରତୀୟ ଶୁଟିଂ କୋଚ୍ ଯଶପାଲ ରାଣାଙ୍କୁ ବର୍ଷର ସର୍ବଶ୍ରେଷ୍ଠ କୋଚ୍ ପୁରସ୍କାର ପାଇଁ ଚୟନ କରାଯାଇଛି। ତାଙ୍କ ମାର୍ଗଦର୍ଶନରେ ଭାରତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଟିଂ ଇଭେଣ୍ଟରେ ୧୬ ପଦକ ଜିତିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଟେବୁଲ ଟେନିସ୍ ଟିମଙ୍କୁ ବର୍ଷର ସର୍ବଶ୍ରେଷ୍ଠ ଟିମ ପୁରସ୍କାର ପାଇଁ ବିବେଚିତ କରାଯାଇଛି।

ଭାରତୀୟ କ୍ରୀଡ଼ାରେ ବର୍ଷର 'ସର୍ବଶ୍ରେଷ୍ଠ ମୁହୂର୍ତ୍ତ'ର ପୁରସ୍କାରର ଚୟନ ଦର୍ଶକଙ୍କ ଭୋଟ୍ ଦ୍ୱାରା ହୋଇଛି ଏବଂ ଏସିଆନ୍ ଗେମ୍ସ ୪ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ଟିମ୍ ଏଥିରେ ବାଜି ମାରିଛି। ସେହିପରି ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଯୁବ ଶୁଟର ସୌରଭ ଚୌଧୁରୀଙ୍କୁ ଚୟନ କରାଯାଇଛି।

୨୦୧୮ ଏସିଆନ୍ ଗେମ୍ସରେ ସେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚାଙ୍ଗୱନରେ ଆୟୋଜିତ ଆଇଏସଏସଏଫ୍ ବିଶ୍ୱକପର ଜୁନିୟର ବିଭାଗରେ ମଧ୍ୟ ସୌରଭ ସ୍ୱର୍ଣ୍ଣ ଓ ମିକ୍ସଡ ଟିମ ୧୦ ମିଟର ଏୟାର ପିସ୍ତଲ ଜୁନିୟର ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଗତବର୍ଷ ୟୁଥ୍ ଅଲିମ୍ପିକ୍ସରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ପୂର୍ବତନ ଫୁଟବଲର ପ୍ରଦୀପ କୁମାର ବାନାର୍ଜୀଙ୍କୁ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ଇଏସପିଏନ୍ ମଲ୍ଟି-ସ୍ପୋର୍ଟ୍ସ ପୁରସ୍କାର ୧୧ଟି ବର୍ଗରେ ଖେଳାଳିମାନଙ୍କୁ ପ୍ରଦାନ କରାଯାଉଛି, ଯେଉଁଥିରେ ୧୦ ବର୍ଗର ବିଜେତାଙ୍କ ଚୟନ ୧୪ଜଣିଆ ସ୍ୱତନ୍ତ୍ର ଜ୍ୟୁରୀ କରିଛନ୍ତି। ଚୟନକମିଟିରେ ଅଭିନବ ବିନ୍ଦ୍ରା, ରାହୁଲ ବୋଷ, ଆଶିଷ ବଲ୍ଲାଲ, ମନିଷ ମଲହୋତ୍ରା, ନିଶା ମିଲେଟ୍, ଅଶ୍ୱିନୀ ନାଚାପ୍ପା, ଅପର୍ଣ୍ଣା ପୋପଟ୍, ରେନେଡି ସିଂହ, ଦେବରାଜନ ଭେଙ୍କଟେସାନ୍ ଓ ରୋହିତ ବ୍ରିଜନାଥ ସାମିଲ ଅଛନ୍ତି।

ପୁରସ୍କାର ବିଜେତା ତାଲିକା

ସ୍ପୋର୍ଟ୍ସ ପର୍ସନ୍ ଅଫ୍ ଦି ଇୟର (ପୁରୁଷ): ନୀରଜ ଚୋପ୍ରା (ଆଥଲେଟିକ୍ସ)
ସ୍ପୋର୍ଟ୍ସ ପର୍ସନ୍ ଅଫ୍ ଦି ଇୟର (ମହିଳା): ପିଭି ସିନ୍ଧୁ (ବ୍ୟାଡମିଣ୍ଟନ)
କମବ୍ୟାକ୍ ଅଫ୍ ଦି ଇୟର (ମହିଳା): ସାଇନା ନେହ୍ୱାଲ (ବ୍ୟାଡମିଣ୍ଟନ)
କୋଚ୍ ଅଫ୍ ଦି ଇୟର: ଯଶପାଲ ରାଣା (ଶୁଟିଂ)
ଏମର୍ଜିଂ ସ୍ପୋର୍ଟ୍ସପର୍ସନ୍ ଅଫ୍ ଦି ଇୟର: ସୌରଭ ଚୌଧୁରୀ (ଶୁଟିଂ)
ଟିମ୍ ଅଫ୍ ଦି ଇୟର: ମହିଳା ଟିମ୍ (ଟେବୁଲ ଟେନିସ)
ମ୍ୟାଚ୍ ଅଫ୍ ଦି ଇୟର: ଅମିତ୍ ଫାଙ୍ଗଲ ବନାମ ହାସନ୍ବେ ଦୁସମାତୋଭ (ବକ୍ସିଂ)
ଶ୍ରେଷ୍ଠ ଭିନ୍ନକ୍ଷମ ଖେଳାଳି: ଏକତା ଭ୍ୟାନ୍ (ପାରା-ଆଥଲେଟିକ୍ସ)
ମୁମେଣ୍ଟ ଅଫ୍ ଦି ଇୟର: ମହିଳା ୪ଗୁଣା ୪୦୦ ମିଟର ରିଲେ
ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର: ପ୍ରଦୀପ କୁମାର ବାନାର୍ଜୀ (ଫୁଟବଲ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos