ଟେଷ୍ଟ କ୍ରିକେଟରୁ ସେନ୍ ୱାଟସନଙ୍କ ଅବସର

ନୂଆଦିଲ୍ଳୀ: ଶେଷ ହୋଇଛି ଅଷ୍ଟ୍ରେଲିଆର ଅଲରାଉଣ୍ଡର ସେନ୍ ୱାଟସନଙ୍କ ଟେଷ୍ଟ କ୍ରିକେଟ ଜୀବନ। ୨୦୦୫ରୁ ଟେଷ୍ଟ କ୍ରିକେଟରେ ପାଦ ଥାପିଥିବା ୱାଟସନ ଆଜି ଅବସର ନେଇଥିବା ଘୋଷଣା କରିଛନ୍ତି । ସେ ୫୯ଟି ଟେଷ୍ଟ ମ୍ୟାଚ ଖେଳି ୩,୭୩୧ ରନ ସଂଗ୍ରହ କରିଥିବା ବେଳେ ବୋଲିଂରେ ୭୫ଟି ୱିକେଟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଏକ ମ୍ୟାଚରେ ତାଙ୍କ ହାତରେ ଆଘାତ ଲାଗି ଗୁରୁତର ହୋଇଥିଲେ। ଆହାତ କାରଣରୁ ତାଙ୍କୁ ସିରିଜର […]

shanewatsonap-m

shanewatsonap-m

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 12:13 PM IST

Sports

Latest News

ନୂଆଦିଲ୍ଳୀ: ଶେଷ ହୋଇଛି ଅଷ୍ଟ୍ରେଲିଆର ଅଲରାଉଣ୍ଡର ସେନ୍ ୱାଟସନଙ୍କ ଟେଷ୍ଟ କ୍ରିକେଟ ଜୀବନ। ୨୦୦୫ରୁ ଟେଷ୍ଟ କ୍ରିକେଟରେ ପାଦ ଥାପିଥିବା ୱାଟସନ ଆଜି ଅବସର ନେଇଥିବା ଘୋଷଣା କରିଛନ୍ତି । ସେ ୫୯ଟି ଟେଷ୍ଟ ମ୍ୟାଚ ଖେଳି ୩,୭୩୧ ରନ ସଂଗ୍ରହ କରିଥିବା ବେଳେ ବୋଲିଂରେ ୭୫ଟି ୱିକେଟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଏକ ମ୍ୟାଚରେ ତାଙ୍କ ହାତରେ ଆଘାତ ଲାଗି ଗୁରୁତର ହୋଇଥିଲେ। ଆହାତ କାରଣରୁ ତାଙ୍କୁ ସିରିଜର ଅନ୍ୟ ମ୍ୟାଚରୁ ବାଦ ପଡିଥିଲେ । ଅଘାତ କାରଣରୁ ଦଳରୁ ବାଦ ପଡିବା ପରେ ସେ ଟେଷ୍ଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୬୪ ରନରେ ବିଜୟ ହାସଲ କରି ଅଷ୍ଟ୍ରେଲିଆ୨-୦ରେ ସିରିଜ ଆଗୁଆ ରହିଛି। ଏହାସହ ଗତ ଜୁଲାଇରେ ଆସେସ ସିରିଜରେ ୱାଟସନ ଖରାପ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos