ବାଂଲା-ଭାରତ ଦିନିକିଆ: ବାଂଲାଦେଶରେ ପହଞ୍ଚିଲେ ଧୋନୀଙ୍କ ସହ ୮ ଖେଳାଳି

ଢାକା: ବାଂଲାଦେଶ ବିରୋଧ ଏକମାତ୍ର ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚ ଡ୍ର ହୋଇଯିବା ପରେ ଏବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ଦିନିକିଆ ସିରିଜ ଉପରେ । ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ସେଠାରେ ଜୁନ ୧୮, ୨୧ ଓ ୨୪ରେ ୩ଟିକିଆ ୱାନଡେ ସିରିଜ ଖେଳିବ । ଏକମାସରୁ ଊର୍ଦ୍ଧ୍ୱ ବିଶ୍ରାମ ପରେ ଟିମ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦଳରେ ଯୋଗଦେଇଛନ୍ତି । ତାଙ୍କ ସହ ଦିନିକିଆ ମ୍ୟାଚ ଲାଗି ଅନ୍ୟ […]

ms-dhoni-bangladesh

ms-dhoni-bangladesh

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 10:56 AM IST

Sports

Latest News

ଢାକା: ବାଂଲାଦେଶ ବିରୋଧ ଏକମାତ୍ର ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚ ଡ୍ର ହୋଇଯିବା ପରେ ଏବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ଦିନିକିଆ ସିରିଜ ଉପରେ । ବାଂଲାଦେଶ ଗସ୍ତରେ ଥିବା ଭାରତୀୟ ଦଳ ସେଠାରେ ଜୁନ ୧୮, ୨୧ ଓ ୨୪ରେ ୩ଟିକିଆ ୱାନଡେ ସିରିଜ ଖେଳିବ । ଏକମାସରୁ ଊର୍ଦ୍ଧ୍ୱ ବିଶ୍ରାମ ପରେ ଟିମ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦଳରେ ଯୋଗଦେଇଛନ୍ତି । ତାଙ୍କ ସହ ଦିନିକିଆ ମ୍ୟାଚ ଲାଗି ଅନ୍ୟ ୭ ଜଣ ଖେଳାଳି ଷ୍ଟୁଆଟ ବିନି, ରବୀନ୍ଦ୍ର ଜାଡେଜା, ଏ. ପଟେଲ, ସୁରେଶ ରାଇନା, ମୋହିତ ଶର୍ମା, ଧୱଲ କୁଲକର୍ଣ୍ଣି, ଏବଂ ଅମ୍ୱାତି ରାଇଡୁ ସୋମବାର ବାଂଲାଦେଶରେ ପହଞ୍ଚିଛନ୍ତି । ଅନ୍ୟପକ୍ଷେ ଏକମାତ୍ର ଟେଷ୍ଟ ମ୍ୟାଚ ଡ୍ର ହୋଇଥିବା ସତ୍ତ୍ୱେ ଭାରତୀୟ ଖେଳାଳୀଙ୍କ ଭଲ ପ୍ରଦର୍ଶନ ଦଳକୁ ମାନସିକ ସ୍ତରରେ ସୁଦୃଢ କରିଛି । ତେବେ ଟେଷ୍ଟ ଖେଳ ପରେ କିଛି ଖଳାଳି ସ୍ୱଦେଶ ଫରିବାକୁ ଥିବାବେଳେ ସୋମବାର ଶେଷ ଦିନ ରାତିରେ ବାହାରକୁ ଯାଇ ସେଲିବ୍ରଶନ କରିଥିଲେ । ଏଥିରେ ଉଭୟ ଟେଷ୍ଟ ଓ ଦିନିକିଆ ଦଳର ସମସ୍ତ ଖେଳାଳି ସାମିଲ ହୋଇଥିଲେ ବୋଲି ଭାରତୀୟ ଦଳର ମ୍ୟାନେଜର ବିଶ୍ୱରୂପ ଦେ ଟୁଇଟ୍ କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos