ନୁଆଦିଲ୍ଲୀ: ଅଲମ୍ପିକ୍ ପଦକ ବିଜେତା ଅଭିନବ ବିଦ୍ରା ଓ ଗଗନ ନାରଙ୍ଗ ଫେଲ ମାରିଛନ୍ତି। ୟୁନାଇଟଡ୍ ଷ୍ଟେଟ୍ସରେ ଗୁରୁବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୁଟିଂ ସ୍ପୋଟ୍ସ ଫେଡରେସନ ବିଶ୍ୱ କପର ପୁରଷବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଏହି ଦୁଇ ତାରକା କ୍ୱାଲିଫାଇ କରିପାରିନାହିଁ। ଅନ୍ୟପକ୍ଷରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ଜିତୁ ରାୟ ଅଗ୍ରସର ହେଉଛନ୍ତି। ୨୦୦୮ ବେଜିଂ ଅଲମ୍ପିକରେ ଅଭିନଭ ବିଦ୍ରା ବକ୍ତିଭତ ଭାବେ ସ୍ୱର୍ଣ୍ଣ ଜିତିଥିଲେ। କିନ୍ତୁ ଏଥିରେ ସେ କ୍ୱାଲିଫାଇ କରି ପାରିନାହାନ୍ତି। ଅନ୍ୟପକ୍ଷରେ ୫୦ ମିଟର ପିସ୍ତଲ ପୁରୁଷ ଇଭେଣ୍ଟରେ ଜିତୁଙ୍କୁ ମିଶାଇ ଆଉ ଦୁଇ ଭାରତୀୟ ଖେଳାଳୀ ପ୍ରକାଶ ନାଜପ୍ପା ଓ ଓମ ପ୍ରକାଶ ସଫଳ ହେବା ଆଶା କରାଯାଉଛି।