ଗୌହାଟୀ: ୧୨ତମ ଦକ୍ଷିଣ ଏସୀୟ ଦୌଡକୁଦରେ ମେଡାଲ୍ ଆକାଉଣ୍ଟ୍ ଖୋଲିଛି ଭାରତ। ଏହି ଗୌରବ ଆଣିଛନ୍ତି ମଣିପୁର ଦୁଇ ସାଇକେଲ ଚାଳିକା। ସେମାନେ ହେଲେ ଟି.ବିଦ୍ୟାଲକ୍ଷ୍ମୀ ଓ ଛାଓବା ଦେବୀ।
ଆଜି ମହିଳା ବର୍ଗ ସାଇକ୍ଲିଂରେ ଭାରତର ଟି.ବିଦ୍ୟାଲକ୍ଷ୍ମୀ ପ୍ରଥମ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ୩୦ କିଲୋମିଟର ବ୍ୟକ୍ତିଗତ ସାଇକ୍ଲିଂରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଛାଓବା ଦେବୀ ରୌପ୍ୟ ପଦକ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି।
୪୯ ମିନିଟ୍ ୨୪ ସେକେଣ୍ଡରେ ୩୦ କିଲୋମିଟର ଟ୍ରାକ୍କୁ ଜିତି ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଛୋବା ଦେବୀ ୪୯ ମିନିଟ୍ ୩୧ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ପାକିସ୍ତାନର ଶହାବା ବିବି ୫୦ ମିନିଟ୍ରେ ସାଇକ୍ଲିଂ ଶେଷ କରି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।
୨୦୧୦ରେ ଢାକାରେ ହୋଇଥିବା ସାଗ୍ରେ ଭାରତ ଏହି ଇଭେଣ୍ଟରେ ୩ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ହାତେଇଥିଲା ବେଳେ ଶ୍ରୀଲଙ୍କା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।