ବାରବାଟୀ ଦିନିକିଆକୁ ଆଉ ୧୪ ଦିନ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କଟକ(ଓଡ଼ିଶା ରିପୋର୍ଟର): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ବାରବାଟୀ ଦିନିକିଆକୁ ମଝିରେ ଆଉ ୧୪ ଦିନ ସମୟ ରହିଛି। ଆସନ୍ତା ଡିସେମ୍ବର ୨୨ରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ୩ଟିକିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବାରବାଟୀ ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢ଼ି ଯାଇଛି। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଅନଲାଇନ ଟିକେଟ ବିକ୍ରି ଶେଷ ହେବା ଦର୍ଶକଙ୍କ ମଧ୍ୟରେ ଥିବା […]

cvw

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 09:08 PM IST

କଟକ(ଓଡ଼ିଶା ରିପୋର୍ଟର): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ବାରବାଟୀ ଦିନିକିଆକୁ ମଝିରେ ଆଉ ୧୪ ଦିନ ସମୟ ରହିଛି। ଆସନ୍ତା ଡିସେମ୍ବର ୨୨ରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ୩ଟିକିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବାରବାଟୀ ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢ଼ି ଯାଇଛି।

ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଅନଲାଇନ ଟିକେଟ ବିକ୍ରି ଶେଷ ହେବା ଦର୍ଶକଙ୍କ ମଧ୍ୟରେ ଥିବା ଉତ୍ସକତାର ପରିଚୟ ଦେଉଛି। ଅନ୍ୟପଟେ ଆଜି ବାରବାଟୀରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁଲିସ ଡିଜି, ସିପି ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଫୋନି ସାମୁଦ୍ରିକ ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଫିଟ୍‌ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଛି। ତେଣୁ ଏହାକୁ ସୂଚାର ରୂପେ ତୁଲାଇବା ପାଇଁ ଓସିଏ ପୂରା ଦମରେ ଲାଗିପଡ଼ିଛି। ଦିନିକିଆ ମ୍ୟାଚ୍‌ ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତି , କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ ଓସିଏ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ଓଡ଼ିଶା ବିଶ୍ୱ କ୍ରୀଡ଼ା ଜଗତରେ ନୂତନ ପରିଚୟ ସୃଷ୍ଟି କରିଥିବାବେଳେ ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚକୁ ସଫଳତାର ସହ ଶେଷ କରିବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ଫୋନି ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଷ୍ଟାଡିୟମର ଫ୍ଲଡ ଲାଇଟ।  ଏହାର ମରାମତି କାମ ପ୍ରାୟତଃ ଶେଷ ହୋଇଥିବାବେଳେ ଏବେ ପିଚ ଠାରୁ ଆଉଟଫିଲ୍ଡ , ଗ୍ୟାଲେରୀ, ପ୍ୟାଭିଲିୟନ, ପ୍ରେସ ବକ୍ସ ଆଦି ସମସ୍ତ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦର୍ଶକଙ୍କ ପାଇଁ ଗ୍ୟାଲେରୀରେ ଉଚିତ ମୂଲ୍ୟରେ ଭଲ ଖାଦ୍ୟ , ଟଏଲେଟ ବ୍ୟବସ୍ଥା ସହ ପ୍ରତି ଗ୍ୟାଲେରୀରେ ହେଲ୍ପ ଡେସ୍କ କରାଯିବ ବୋଲି ଜଣାପଡ଼ିଛି।

Related story