ଭଚବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗର ୪ର୍ଥ ସିଜନ୍। ଆସନ୍ତା ଜାନୁୟାରୀ ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବ ଉଦଘାଟନୀ ମ୍ୟାଚ। ଏହି ମ୍ୟାଚରେ କଳିଙ୍ଗ ଲାନ୍ସସର ଉତ୍ତରପ୍ରଦେଶ ୱିଜାର୍ଡସକୁ ଭେଟିବ। ଉଦଘାଟନୀ ଉତ୍ସବକୁ ଚିତାକର୍ଷକ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଲିଗର୍ ତୃତୀୟ ସଂସ୍କରଣର ଉଦଘାଟନୀ ଉତ୍ସବ ମଧ୍ୟ ଭୁବନେଶ୍ୱରରେ ହୋଇଥିଲା। ଏହି ଲିଗ୍ ଫେବୃୟାରୀ ୨୧ରେ ରାଞ୍ଚିରେ ସରିବ। ଲିଗରେ ମୋଟ୍ ୩୪ଟି ମ୍ୟାଚ୍ ଖେଳାଯିବ। ଉଭୟ ପ୍ଲେ-ଅପ ମ୍ୟାଚ ସହ ଫ।ଇନାଲ ମ୍ୟାଚ୍ ଖେଳାଯିବ ରାଞ୍ଚିରେ। ଫେବୃୟାରୀ ୨୧ରେ ହେବ ଫାଇନାଲ ମ୍ୟାଚ। କଳିଙ୍ଗ ଲାନ୍ସସର କଳିଙ୍ଗ ଷ୍ଟାଡିୟମରେ ଜାନୁୟାରୀ ୨୧ତାରିଖରେ ଦବଙ୍ଗ ମୁମ୍ୱାଇ, ଫେବୃୟାରୀ ୫ତାରିଖରେ ଦିଲ୍ଲୀ ୱେବରାଇଡର୍ସ, ୭ତାରିଖରେ ଜେପି ୱାରିୟର୍ସ ପଞ୍ଚାବ ଓ ୮ ତାରିଖରେ ରାଞ୍ଚି ରେଜ୍ ବିପକ୍ଷରେ ଖେଳିବ। ଆୱେ ଭେନ୍ୟୁରେ ମଧ୍ୟ ୫ଟି ମ୍ୟାଚ୍ ଖେଳିବ କଳିଙ୍ଗ ଲାନ୍ସସର। ସମସ୍ତ ମ୍ୟାଚ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଗତବର୍ଷ ମଧ୍ୟ ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।