ପ୍ରଥମ ଦିନିକିଆ: ଓପନିଂକୁ ନେଇ ଦ୍ୱନ୍ଦ୍ୱରେ ଟିମ୍ ଇଣ୍ଡିଆ

ମୁମ୍ବାଇ: ଟିମ୍ ଇଣ୍ଡିଆ ୨୦୨୦ରେ ତା’ର ପ୍ରଥମ ସିରିଜରେ ଶ୍ରୀଲଙ୍କାକୁ ଟି-୨୦ରେ ଚକମା ଦେବା ପରେ ଏବେ ନୂଆ ବର୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ମଜଭୁତ୍ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଭାରତ ଗସ୍ତରେ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ପାଇଁ ଅଷ୍ଟ୍ରେଲିଆ ତିନିଦିନ ପୂର୍ବରୁ ଭାରତରେ ପହଞ୍ଚିସାରିଛି ଏବଂ ଜୋରଦାର୍ ଅଭ୍ୟାସ ମଧ୍ୟ ଚଳାଇଛି। ଭାରତ ହୁଏତ ନିକଟରେ ଯେଉଁସବୁ […]

team-india

team-india

Ranjit Kumar Jena
  • Published: Monday, 13 January 2020
  • Updated: 13 January 2020, 04:51 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆ ୨୦୨୦ରେ ତା'ର ପ୍ରଥମ ସିରିଜରେ ଶ୍ରୀଲଙ୍କାକୁ ଟି-୨୦ରେ ଚକମା ଦେବା ପରେ ଏବେ ନୂଆ ବର୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ମଜଭୁତ୍ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଭାରତ ଗସ୍ତରେ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ପାଇଁ ଅଷ୍ଟ୍ରେଲିଆ ତିନିଦିନ ପୂର୍ବରୁ ଭାରତରେ ପହଞ୍ଚିସାରିଛି ଏବଂ ଜୋରଦାର୍ ଅଭ୍ୟାସ ମଧ୍ୟ ଚଳାଇଛି।

ଭାରତ ହୁଏତ ନିକଟରେ ଯେଉଁସବୁ ଦଳକୁ ଭେଟିଛି, ସେମାନେ ଅପେକ୍ଷାକୃତ ଦୁର୍ବଳ ଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଅନ୍ୟ ଦଳ ତୁଳନାରେ ବହୁତ ଶକ୍ତିଶାଳୀ। ଏହି କାରଣରୁ ଭାରତକୁ ଦିନିକିଆ ସିରିଜରେ କଡ଼ା ଟକ୍କର ମିଳିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଏହି ଦ୍ୱିପାକ୍ଷିକ ସିରିଜରେ ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ, ଯେଉଁଥିରେ ରୋହିତ୍ ଶର୍ମା ବନାମ ଡେଭିଡ୍ ୱାର୍ଣ୍ଣର୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ବନାମ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟ ଜବରଦସ୍ତ ଲଢ଼େଇ ହେବ।

ପ୍ରଥମ ଦିନିକିଆ ପୂର୍ବରୁ ଭାରତ ପାଇଁ ଓପନିଂ ବଡ଼ ସମସ୍ୟା ଛିଡ଼ା ହୋଇଛି। ଫର୍ମରେ ଥିବା ଲୋକେଶ ରାହୁଲ ଓ ଅଭିଜ୍ଞ ଶିଖର ଧୱନଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ ସ୍ଲଟ୍ ପାଇଁ ଚୟନ କରିବାକୁ ହେବ। ରୋହିତ୍ ତ ଓପନ୍ କରିବା ଏକପ୍ରକାର ପକ୍କା, କିନ୍ତୁ ତାଙ୍କ ସହ କିଏ ଶୁଭାରମ୍ଭ କରିବ, ତାହା ବଡ଼ ପ୍ରଶ୍ନ। ଯଦି ବର୍ତ୍ତମାନ ଫର୍ମକୁ ଦେଖାଯାଏ, ତାହେଲେ ରାହୁଲ ଏହି ଦୌଡ଼ରେ ଧୱନଙ୍କୁ ପଛରେ ପକାଇ ଦେବେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରେ ଧୱନଙ୍କ ରେକର୍ଡ ଜବରଦସ୍ତ ରହିଛି।

ଦୁଇ ଟିମ୍ ଶେଷଥର ପାଇଁ ଦିନିକିଆ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଧୱନ୍ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ। ତେବେ ଏହି ମୁକାବିଲାକୁ ୭ମାସ ବିତି ଯାଇଛି ଏବଂ ସେବେଠାରୁ ଧୱନ୍ ଆହତ ସମସ୍ୟାରେ ରହିଛନ୍ତି। ଧୱନ୍ ଏହା ମଧ୍ୟରେ ଫର୍ମ ପାଇଁ ସଂଘର୍ଷ ମଧ୍ୟ କରିଛନ୍ତି, କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ସିରିଜରେ ସେ ଅର୍ଦ୍ଧଶତକ ମାରି ନିଜ ଦାବିଦାରକୁ ମଜଭୁତ୍ କରିଛନ୍ତି। ବିଶ୍ୱକପରେ ଧୱନଙ୍କ ଉପସ୍ଥିତିରେ ରାହୁଲ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରୁଥିଲେ, କିନ୍ତୁ ଏହିକ୍ରମରେ ଶ୍ରେୟସ ଆୟର୍ ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ଧୱନ୍ ଓ ରାହୁଲ ମଧ୍ୟରୁ ଜଣଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିବ। ଯଦି ଉଭୟ ଧୱନ୍ ଓ ରାହୁଲଙ୍କୁ ସୁଯୋଗ ମିଳେ, ତାହେଲେ କୋହଲି ନିଜ ବ୍ୟାଟିଂକ୍ରମରେ ପରିବର୍ତ୍ତନ କରିପାରନ୍ତି। ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ନଭଦୀପ ସାଇନିଙ୍କୁ ଗଠିତ ଭାରତୀୟ ପେସ୍ ଆକ୍ରମଣ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପରୀକ୍ଷା ନେବା ପାଇଁ ପ୍ରସ୍ତୁତ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଖରେ ଆଇପିଏଲରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ପ୍ୟାଟ୍ କମିନ୍ସ, କେନ୍ ରିଚାର୍ଡସନ୍ ଓ ଅଭିଜ୍ଞ ମିଚେଲ୍ ଷ୍ଟାର୍କଙ୍କ ଭଳି ବୋଲର ଅଛନ୍ତି, ଯିଏ କୋହଲି ଏବଂ ତାଙ୍କ ଟିମକୁ ସମସ୍ୟା ପକାଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ଆଲେକ୍ସ କ୍ୟାରୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ଦମଦାର ୱିକେଟକିପିଙ୍ଗକୁ ଭାରତର ଋଷଭ ପନ୍ତଙ୍କଠାରୁ ଚ୍ୟାଲେଞ୍ଜ ମିଳିବ। ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ରିକେଟରେ ଛାପ ଛାଡ଼ିଥିବା ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ନିଜ ଫର୍ମକୁ ଛୋଟ ଫର୍ମାଟରେ ମଧ୍ୟ ଦୋହରାଇବାକୁ ଚାହିଁବେ।

ୱାଙ୍ଖଡେର ପିଚ୍ ସାଧାରଣତ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ହୋଇଥାଏ ଏବଂ ଭାରତ ଗତବର୍ଷ ମାର୍ଚ୍ଚରେ ଘରୋଇ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୩ର ପରାଜୟରୁ ନିଶ୍ଚିତ ଉଚିତ୍ ଶିକ୍ଷା ପାଇଥିବ ଏବଂ ଏଠାରେ ଦୁଇ ସ୍ପେଶାଲିଷ୍ଟ ସ୍ପିନର୍ ସହ ଓହ୍ଲାଇବ। ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିବା କୁଲଦୀପ ଯାଦବଙ୍କୁ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ଯଦି କେଦାର ଯାଦବ ନିଜ ବ୍ୟାଟରେ କମାଲ୍ କରିବାରେ ବିଫଳ ହୁଅନ୍ତି, ତାହେଲେ ଏହା ତାଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ସିରିଜ୍ ହେବ।

ସ୍କ୍ୱାଡ୍‌
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ଶ୍ରେୟସ ଆୟର୍‌, ମନିଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ନଭଦୀପ ସାଇନି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଲେକ୍ସ କ୍ୟାରୀ (ୱିକେଟକିପର), ପ୍ୟାଟ୍ କମିନ୍ସ, ଆଷ୍ଟନ୍ ଆଗର, ପିଟର୍ ହ୍ୟାଣ୍ଡସ୍କମ୍ବ, ଜୋଶ ହେଜଲଉଡ୍‌, ମାର୍ନସ୍ ଲାବୁଶେନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍‌, ଡେଭିଡ୍ ୱାର୍ଣ୍ଣର ଓ ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story