ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସ୍ଥିତି ସମ୍ଭାଳିଲେ ଆୟର୍ ଓ ପନ୍ତ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ତେବେ ମଧ୍ୟକ୍ରମରେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ଓ ଋଷଭ ପନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମ୍ ସ୍ଥିତି ସୁଧାରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩୦ ଓଭରରେ ୩ ୱିକେଟ୍ ହରାଇ ୧୩୭ ରନ୍ କରିଛି। ଏହି ସମୟରେ ଆୟର୍ […]

iyer

Ranjit Kumar Jena
  • Published: Sunday, 15 December 2019
  • , Updated: 15 December 2019, 03:53 PM IST

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ତେବେ ମଧ୍ୟକ୍ରମରେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ଓ ଋଷଭ ପନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମ୍ ସ୍ଥିତି ସୁଧାରିଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩୦ ଓଭରରେ ୩ ୱିକେଟ୍ ହରାଇ ୧୩୭ ରନ୍ କରିଛି। ଏହି ସମୟରେ ଆୟର୍ ୪୭ ଓ ପନ୍ତ ୩୪ ରନରେ ବ୍ୟାଟିଂ କରୁଛନ୍ତି। ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ୱେଷ୍ଟଇଣ୍ଡିଜ୍ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା।

ଇଣ୍ଡିଜ୍ ଦଳର ଷ୍ଟାର୍ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଗୋଟିଏ ଓଭରରେ ଲୋକେଶ ରାହୁଲ୍ (୬) ଓ ବିରାଟ୍ କୋହଲି (୪)ଙ୍କୁ ଆଉଟ୍ କରି ଭାରତକୁ ଡବଲ ଝଟକା ଦେଇଥିଲେ। ତେବେ ରୋହିତଙ୍କୁ ଆୟର୍ ଭଲ ସହଯୋଗ କରିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୫୫ ରନର ଭାଗୀଦାରୀ କରିଥିଲେ। ରୋହିତ୍ ବ୍ୟକ୍ତିଗତ ୩୬ ରନ୍ କରିଥିବା ବେଳେ ଅଲଜାରୀ ଜୋସେଫଙ୍କ ବଲରେ ଆଉଟ୍ ହୋଇଥିଲେ।

Related story