ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ

ଧର୍ମଶାଳା: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଧର୍ମଶାଳାରୁ ଭଲ ଖବର ନାହିଁ। ଲଗାତାର ବର୍ଷା ଯୋଗୁ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ମଇଦାନରେ ପ୍ରଚୁର ପାଣି ଜମି ରହିଛି। ଯେଉଁକାରଣରୁ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ପ୍ରଥମ ଟି-୨୦ ମ୍ୟାଚର ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। Things not looking great here in Dharamsala at the moment. It is pouring ⛈️⛈️😢 #TeamIndia #INDvSA pic.twitter.com/azf8NDMVTV — […]

dhamrasala

Ranjit Kumar Jena
  • Published: Sunday, 15 September 2019
  • , Updated: 15 September 2019, 06:50 PM IST

ଧର୍ମଶାଳା: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଧର୍ମଶାଳାରୁ ଭଲ ଖବର ନାହିଁ। ଲଗାତାର ବର୍ଷା ଯୋଗୁ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ମଇଦାନରେ ପ୍ରଚୁର ପାଣି ଜମି ରହିଛି। ଯେଉଁକାରଣରୁ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ପ୍ରଥମ ଟି-୨୦ ମ୍ୟାଚର ଟସ୍ ପଡ଼ିବାରେ ବିଳମ୍ବ ହୋଇଛି।

ଏଠାରେ ଗତ କିଛି ଦିନ ହେବ ଲଗାତାର ବର୍ଷା ଜାରି ରହିଛି ଏବଂ ରବିବାର ଦ୍ୱିପହରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ମଧ୍ୟ ଆକାଶରେ କଳା ବାଦଲ ଘେରି ହୋଇ ରହିବ ଏବଂ ବର୍ଷାର ସମ୍ଭାବନା ମଧ୍ୟ ଅଛି।

ବର୍ତ୍ତମାନ ମଧ୍ୟ ବର୍ଷା ଜାରି ରହିଛି ଏବଂ ପୂରା ଗ୍ରାଉଣ୍ଡରେ ପାଣି ଭରି ଯାଇଛି। ଗ୍ରାଣ୍ଡସମ୍ୟାନ୍ ପାଣି କାଢ଼ିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି। କିନ୍ତୁ ବର୍ତ୍ତମାନ ଗ୍ରାଉଣ୍ଡର ସ୍ଥିତି ଯାହା ରହିଛି, ଏଥିରୁ ଅନୁମାନ କରାଯାଉଛି ଯେ ଆଗାମୀ ଘଣ୍ଟାଏ ପର୍ଯ୍ୟନ୍ତ ମ୍ୟାଚ୍ ସମ୍ଭବପର ହେବ ନାହିଁ।

Related story